୭ନଂ. ୱାର୍ଡ ଯାବରାର ରାସ୍ତା ଶୋଚନୀୟ, ଲୋକେ ହନ୍ତସନ୍ତ; ପୈାର ପ୍ରଶାସନ ନୀରବଦ୍ରଷ୍ଟା

ବ୍ୟାସନଗର, ୭/୯: ଏ କେଉଁ ଅପନ୍ତରା ଗାଁ କଥା ନୁହେଁ କି ଉପାନ୍ତ ଅଂଚଳ ନୁହେଁ । ଏ ହେଉଛି ଖୋଦ୍ ଏସିଆ ମହାଦେଶର ଇସ୍ପାତ ରାଜଧାନୀ ବୋଲି କୁହାଯାଉଥିବା କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ମ୍ୟୁନିସ୍‌ପାଲିଟିର ୦୭ନଂ. ୱାର୍ଡର କଥା । ପୈାରାଂଚଳରେ ଅବସ୍ଥିତ ହେଲେ ହେଁ ଏହି ୱାର୍ଡର ଯାବରା ଉ.ପ୍ରା ବିଦ୍ୟାଳୟଠାରୁ ଯାଜପୁରରୋଡ ଥାନା ଛକ ପର୍ଯ୍ୟନ୍ତ ୨୦ନଂ. ଜାତୀୟ ରାଜପଥକୁ ଏହି ରାସ୍ତା ସଂଯୋଗ କରୁଛି । ଏହି ରାସ୍ତାଟି ମଧ୍ୟ ପୈାର ପରିଷଦ ନକ୍‌ସାରେ ରହିଛି । ହେଲେ ପୈାର ପରିଷଦ ପକ୍ଷରୁ ଏହି ରାସ୍ତାଟି ପ୍ରତି କାଳକ୍ଷେପଣ ନୀତି ଓ ବୈମାତୃକ ମନୋଭାବ ଦେଖାଇବା ଢ଼େର ପୁରୁଣା । ବହୁ ଅଭିଯୋଗ ପରେ ଯାବରା ବିଦ୍ୟାଳୟ ଠାରୁ କିଛି ମାତ୍ର ବାଟ କଂକ୍ରିଟ ରାସ୍ତା ଗତ ବର୍ଷ ତିଆରି ହୋଇଥିଲା । ଅବଶିଷ୍ଟ ରାସ୍ତା ଏପର୍ଯ୍ୟନ୍ତ କଂକ୍ରିଟ୍ ହୋଇନାହିଁ । ରାସ୍ତାରେ ବଡ଼ ବଡ଼ ଗାତ ରହିଛି । ରାତ୍ରୀରେ ଚାଲିକରି ଯାଉଥିବା ଲୋକେ ବି ଟର୍ଚ୍ଚ ମାରି ଯାଉଥିଲେ ବି ଗାତରେ ପଡି ହାତ ଗୋଡ ଭାଙ୍ଗୁଛନ୍ତି । ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ ହୋଇପଡ଼େ । ରାସ୍ତାଟିର ଅଧିକାଂଶ ଭାଗ କାଦୁଆ ହୋଇଯାଇ ଖସଡା ହୋଇଥାଏ । ବର୍ଷା ବେଳେ ବା ବର୍ଷା ପରେ ପରେ ରାତ୍ରୀରେ କ’ଣ ଏପରିକି ଦିନରେ ପିଲାମାନେ ଏହି ରାସ୍ତାରେ ସ୍କୁଲ, କଲେଜ ଯିବାକୁ ଡରିଥାନ୍ତି । କାରଣ ବର୍ଷା ପରେ ପରେ ରାସ୍ତାଟି ଖସଡ଼ା ହେବା ସହ ରାସ୍ତାରେ ଥିବା ଗାଢଗୁଡିକରେ ମାଟିଆ/ନାଲିଆ ପାଣି ଭରି ହୋଇ ଯାଉଥିବାରୁ ରାସ୍ତା ଠଉରାଇବା କାଠିକର ହୋଇଥାଏ । ଏଠାକାର ଦୁରାବସ୍ଥାକୁ ଲକ୍ଷ୍ୟ କଲେ କେହି ଏହି ଅଂଚଳଟି ପୈାର ପରିଷଦର ଏକ ଅଂଶ ବୋଲି ଭାବିପାରିବେ ନାହିଁ । ଗାଁ ଗହଳି କି ଉପାନ୍ତ ଅଂଚଳ ଠାରୁ ଏହି ଅଂଚଳଟି ସବୁ ଦିଗରୁ ବହୁ ପଛରେ । ବିଜୁଳି ଅଛି, ହେଲେ ଷ୍ଟ୍ରିଟ୍ ଲାଇଟ ଅଧିକାଂଶ ବେଳେ ଜଳୁନି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ୧୦-୧୫ ଦିନ ଧରି ଷ୍ଟ୍ରିଟ୍ ଲାଇଟ ଜଳିଥିଲା । ହେଲେ ଭୋଟଦାନ ପରେ ପରେ କିଛି ଦିନ ଆଉ ବଲ୍‌ବ ଜଳି ନ ଥିଲା । ଏହାର କାରଣ କିଛି ଜଣାପଡି ନ ଥିଲା ଏଠାକାର ଅଧିବାସୀମାନଙ୍କୁ । ଅଭିଯୋଗ ପରେ କିଛି ଦିନ ପରେ ବିଜୁଳି ଲାଇଟ ରାସ୍ତା ପାଶ୍ୱର୍ରେ ଜଳୁଛି । ମଝିରେ ମଝିରେ ବଲ ଜଳୁନି । ଗତ ପ୍ରାୟ ୦୧ ମାସ ହେଲା ବଲ ଜଳୁଛି । ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ପୂର୍ବତନ କୋରାଇ ବିଧାୟକଙ୍କ ଠାରୁ ବର୍ତମାନର ବିଧାୟକଙ୍କ ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ଗୁହାରି କରି ନୟାନ୍ତ ହେଲେଣି ରାସ୍ତା ନିର୍ମାଣ ପାଇଁ; ହେଲେ ଫଳ କିଛି ମିଳୁ ନାହିଁ । ଏହି ୨.୬୪ କି.ମି ରାସ୍ତା ଉପରେ ଖାଲି ବ୍ୟାସନଗର ସହରର ନୁହେଁ ବରଂ ଦାନଗଦିର ରାଣୀପଡ଼ା ପଂଚାୟତ, କୋରାଇର କଂଟାଝରୀ ପ୍ରଭୃତି ପଚାଂୟତର ଲୋକେ ନିର୍ଭର କରନ୍ତି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅମୂଲ୍ୟବାଳା ପାତ୍ରଙ୍କ ଠାରୁ ଆରମ୍ଭ କରି ପୂର୍ବତନ ୱାର୍ଡ କାଉନସିଲର ସ୍ନେହଲତା ଜେନା, ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ସବିତା ରାଉତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ରାସ୍ତା ନିର୍ମାଣ ପାଇଁ ବହୁ ଦାବୀ ହୋଇଛି । ସେମାନେ ମଧ୍ୟ ରାସ୍ତା ନିର୍ମାଣ ପାଇଁ ସୁପାରିଶ କରିଛନ୍ତି । ବହୁ ସ୍ଥାନୀୟ ଜନସାଧାରଣ, ତା. ୦୪/୨/୨୦୧୭ରେ ଯାଜପୁର ଜିଲ୍ଲାପାଳଙ୍କ ଠାରେ ଓ ତା.୦୬/୦୨/୨୦୧୯ରେ ଓଙ୍ଗ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ହେଁ ରାସ୍ତାର ଅବସ୍ଥା ଦୀର୍ଘ ଦିନ ଧରି ଚରମ ଅବହେଳା ଯୋଗୁ ଶୋଚନୀୟ ହୋଇ ଚାଲିଛି । ଏପରିକି ରାସ୍ତାରେ ଆମ୍ବୁଲାନ୍ସ ଗାଡି ମଧ୍ୟ ଆସିପାରୁନାହିଁ । ଅବସ୍ଥାର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୁର୍ଯ୍ୟୋଧନ ଦାଶ, ସମୀର ମିଶ୍ର, ଘନଶ୍ୟାମ ପତି, କୁଳମଣି ବାରିକ, ସଂଜୟ ସାହୁ, ପ୍ରଫୁଲ୍ଲ ବେହେରା, ମହେଶ୍ୱର ବାରିକ, ଅଜୟ ସାହୁ ପ୍ରମୁଖ ବିଭିନ୍ନ ସମୟରେ ଦାବୀ କରିଆସୁଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପୈାର ପ୍ରଶାସନ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close