ବ୍ୟାସନଗର ମୁଣ୍ଡମାଳ ଅଂଚଳରେ ଦିନ ରାତି ଚାଲିଛି ଜୁଆ ଆଡ୍ଡା, ପୋଲିସର କାର୍ଯ୍ୟାନୁଷ୍ଠାନ ଦାବୀ

ବ୍ୟାସନଗର, ୦୬/୦୯(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଭାରତର ଇସ୍ପାତ ରାଜଧାନୀ ବୋଲି କୁହାଯାଉଥିବା କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ବ୍ୟାସନଗର (ଯାଜପୁରରୋଡ) ସହରରେ ଅସାମାଜିକ କାର୍ଯ୍ୟ ବଢ଼ିବାରେ ଲାଗିଛି । ଚୋରୀ ନାରୀ ସାଙ୍ଗକୁ ବେଫିକର ଜୁଆ ଖେଳ, ନିଶା କାରବାର ଏଠି ସୁରୁଖୁରରେ ଚାଲିଛି । କରୋନା ମହାମାରୀ ବେଳେ ବି ଏସବୁ କାର୍ଯ୍ୟ ବନ୍ଦ ହୋଇନି । ସହରର ମୁଣ୍ଡମାଳ ହନୁମାନ ମନ୍ଦିର, ମଠଗଡିଆ ବରଗଛ ପାଖ, ପାତ୍ର ସାହି ପୋଖରୀ କୂଳ, ଜଗନ୍ନାଥ ମନ୍ଦିର ପାଖ, ପୁରୁଣା ମାଉସୀ ମା’ ମନ୍ଦିର ନିକଟ ଆଦି ସ୍ଥାନରେ ଖୁଲମଖୋଲା ଜୁଆ/ତାସ ଆଦି ଖେଳ ଦିନରାତି ନିର୍ବିଘ୍ନରେ ଚାଲିଛି । ମଦ ପିଇ, ଗଞ୍ଜେଇ ଟାଣି ପରିସ୍ଥିତିକୁ ବିଶାକ୍ତ କରୁଛନ୍ତି । ମୁଣ୍ଡମାଳ ହନୁମାନ ନିକଟରେ ଗଞ୍ଜେଇ ଟଣା ନିୟମିତ ଚାଲିଛି । ପରିସ୍ଥିତକୁ ଧୂଆଁମୟ ଓ ନିଶାମୟ କରି ଅନ୍ୟ ସାଧାରଣ ଜନତାଙ୍କ ନିକଟରେ ଭୟ ସୃଷ୍ଟି କରୁଛନ୍ତି । ହନୁମାନ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସୁଥିବା ମା’, ଭଉଣୀମାନଙ୍କୁ କମେଂଟ କରିବାକୁ ପଛାଉନାହାନ୍ତି । ପୂଜା କାର୍ଯ୍ୟରେ ଜାଣିଶୁଣି ବ୍ୟାହାତ ସୃଷ୍ଟି କରୁଛନ୍ତି । ବିଶେଷକରି କମ ବର୍ଷର କୋମଳମତି ବାଳକମାନେ ଏହି ଖେଳରେ ଭାଗ ନେଇ ନିଜର ଭବିଷ୍ୟତକୁ ନଷ୍ଟ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ବାଜି ଲଗାଇ ‘ବେଟିଂ’ କରି ଅଯଥା ବାହାଦୂରୀ ଦେଖାଇ କେତେକ ସର୍ବସ୍ୱାନ୍ତ ହେଉଛନ୍ତି । ଖାସ୍ ଏଇଥି ପାଇଁ ଏହି ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବାଡି ଘରୁ ଫଳମୂଳ, ପନିପରିବା, ଫୁଲ, କଦଳୀ କାନ୍ଧି ଚୋରି ହେଉଥିବା ବେଳେ ଘରୁ ବାଲ୍‌ତି, ଗରା, ମାଣ୍ଡିଆ, ମୋବାଇଲ, ସାଇକେଲ, ମୋଟର ସାଇକେଲ ଆଦି ଚୋରୀ କରି ଏହି ଟଙ୍କାରେ ମଦ, ଗଂଜେଇ କିଣି ଜୁଆ ଖେଳୁଛନ୍ତି । କରୋନା କଟକଣା ସତ୍ୱେ ବି ୫-୧୦ଟି ମୋଟର ସାଇକେଲ ଏମାନଙ୍କ ଖେଳ ପାଖରେ ଠିଆ ହୋଇ ରହୁଥିବାର ଦେଖାଯାଉଛି । ସ୍ଥାନୀୟ ଲୋକେ ଏହାକୁ ବରଦାସ୍ତ କରି ନ ପାରି ବାରଣ କଲେ କିଛି ନ ଶୁଣି ବରଂ ଏମାନେ ଯିଦ୍ କରି ବେଶି ଖେଳୁଛନ୍ତି । ପୋଲିସକୁ ଏ ବାବଦରେ ପୂର୍ବରୁ ଗାମବାସୀଙ୍କ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ସେପରି କୈାଣସି ଆଖିଦୃର୍ଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏମାନେ ବେପରୁଆ ହୋଇ ଜୁଆ ଖେଳିବା ସହ ଅସାମାଜିକ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । ହନୁମାନ ମନ୍ଦିର ପଛ ପଟେ, ଏପରିକି ମନ୍ଦିର ଭିତରେ ନିଶା ଚୁର ହୋଇ ଜୁଆ ଖେଳିବାକୁ ନେଇ ସ୍ଥାନୀୟ ମହିଳାମାନଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ପୋଲିସ ଜୁଆ ଆଡ୍ଡା ସ୍ଥଳକୁ ଅତର୍କିତ ରେଡ଼୍ କରି ଏମାନଙ୍କୁ କାବୁ କରି ଟଙ୍କା ପଇସା ଛଡାଇ ନେବା ସହ ଉପଯୁକ୍ତ ଶାସ୍ତି ଦେଲେ କୋମଳମତି ବାଳକମାନେ ବାଟକୁ ଆସିବା ସହ ବହୁ ଅସାମାଜିକ ବ୍ୟକ୍ତିମାନେ ଖରାପ କାମ କରିବାକୁ ସାହାସ କରନ୍ତେ ନାହିଁ । ତୁରନ୍ତ ଏଥିପ୍ରତି ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ତଳ ଫଟୋରୁ ଦେଖନ୍ତୁ କିପରି ବେଫିକର ଭାବେ ଚାଲିଛି ଏହି ଅଂଚଳରେ ଜୁଆ ଖେଳ……..

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close