କଳିଙ୍ଗନଗର ‘ଟାଟା ଷ୍ଟିଲ’ କର୍ମଚାରୀ ସଙ୍ଘ ନିର୍ବାଚନରେ ବାଜିମାତ୍ ମାରିଲା ‘ଟାଟା ଷ୍ଟିଲ ୱାରକର୍ସ ୟୁନିୟନ’, ୧୬୪୮ ଖଣ୍ଡର ବିପୁଳ ଭୋଟ ବ୍ୟବଧାନରେ ବିଜୟୀ, ଧୂଳି ଚାଟିଲା ‘ଟିଇୟୁ’

ବ୍ୟାସନଗର, ୦୨/୩(ଉ. ନ୍ୟୁଜ୍ ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ‘ଟାଟା ଷ୍ଟିଲ’, କଳିଙ୍ଗନଗର କର୍ମଚାରୀ ସଂଘ ନିର୍ବାଚନରେ ବାଜିମାତ୍ କରିଛି ଡି.ପିଙ୍କ ନେତୃତାଧିନ ‘ଟାଟା ଷ୍ଟିଲ ୱାରକର୍ସ ୟୁନିୟନ’ (ଟିଡବ୍ଲ୍ୟୁୟୁ) । ବିପୁଳ ୧୬୪୮ ଖଣ୍ଡ ଭୋଟ ବ୍ୟବଧାନରେ ମନୋଜ ସାମଲଙ୍କ ନେତୃତାଧିନ ‘ଟାଟା ଷ୍ଟିଲ ଏମ୍ପ୍ଲଇଜ୍ ୟୁନିୟନ’ (ଟିଇୟୁ)କୁ କରିଛି ଧରାଶାୟୀ । ୩୫୩୮ ଖଣ୍ଡ ମୋଟ ଭୋଟରୁ ଆଜି ୩୧୩୪ ଜଣ ଭୋଟ ଦେଇଥିଲେ । ସେଥିମଧ୍ୟରୁ ୦୬ ଖଣ୍ଡ ଭୋଟ ନାକଚ ହୋଇଯାଇଥିଲା । ତନ୍ମଧ୍ୟରୁ ‘ୱାରକର୍ସ ୟୁନିୟନ’କୁ ୨୩୮୮ ଖଣ୍ଡ ମିଳିଥିବା ବେଳେ ‘ଏମ୍ପ୍ଲଇଜ୍ ୟୁନିୟନ’କୁ ମିଳିଛି ମାତ୍ର ୭୪୦ ଖଣ୍ଡ ଭୋଟ । ଫଳତଃ ଭୂମିପୁତ୍ରମାନଙ୍କ ପାଇଁ ଲଢ଼େଇ ଡ଼ାକରା ଦେଇଥିବା ‘ୱାରକର୍ସ ୟୁନିୟନ’କୁ ମିଳିଛି ବଡ଼ ସଫଳତା । ପ୍ରଥମରୁ ଜଣାପଡ଼ୁଥିଲା ଯେ, ଟାଟା ଷ୍ଟିଲ ମ୍ୟାନେଜ୍‌ମେଂଟ ଯେଉଁ ୟୁନିୟନକୁ ଭିତିରି ସମର୍ଥନ ଦେବେ ତାହାର ବିପକ୍ଷରେ ଭୋଟ ଆସିବ । କାରଣ ‘ଟାଟା’ କର୍ତୃପକ୍ଷ ଭୋଟ କରାଇ ଦେଉନାହାନ୍ତି ବୋଲି କର୍ମଚାରୀ ମହଲରେ ବିଶ୍ୱାସ ଭରି ରହିଥିଲା । ଅପରପକ୍ଷରେ ଜିଲ୍ଲାର ହେବିୱେଟ୍ ନେତା ତଥା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ‘ଏମ୍ପ୍ଲଇଜ୍ ୟୁନିୟନ’କୁ ସମର୍ଥନ ଦେଉଥିଲେ ହେଁ ତାହାର କିଛି ପ୍ରଭାବ ପଡ଼ି ନ ଥିଲା । ଫଳତଃ, ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ସର୍ବବୃହତ୍ ‘ଟାଟା ଷ୍ଟିଲ’ କାରଖାନାରେ ଆଇ.ଟି.ଆଇ ଓ ଡିପ୍ଲୋମାଧାରୀଙ୍କୁ ନେଇ ଗଠିତ କର୍ମଚାରୀ ସଂଘ ନିର୍ବାଚନରେ ଆଜିର ପରାସ୍ତ ଡ଼୍ୟାନିଙ୍କ ଗୋଷ୍ଠୀଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଛି । ପୁନଶ୍ଚ, ଯାଜପୁରରୋଡ ଶ୍ରମ ଦପ୍ତରରେ ବହୁ ଶ୍ରମିକ ସଂଗଠନର ପଞ୍ଜିକରରଣ ପାଇଁ ଫାଇଲ ଗଦା ହୋଇଥିବା ବେଳେ ସେଗୁଡିକୁ ଅଣଦେଖା କରି ଅତ୍ୟନ୍ତ ତରବରିଆ ଭାବେ ‘ଏମ୍ପ୍ଲଇଜ୍ ୟୁନିୟନ’କୁ ପଞ୍ଜିକରଣ କରାଇବାକୁ ନେଇ କିଛି ‘ୱାରକର୍ସ ୟୁନିୟନ’ର ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି ।
   ଅଭିଯୋଗ ଉଠିଛି ଯେ, ନେତାଙ୍କ ବାହୁଛାୟା ତଳେ ରହି ଯାଜପୁରରୋଡର ଫେରୋକ୍ରୋମ କାରଖାନାରେ ରୀତିମତ ‘ଏମ୍ପ୍ଲଇଜ୍ ୟୁନିୟନ’କୁ ଜିତାଇବା ପାଇଁ ଚାଲିଥିଲା ଗୁପ୍ତ ମନ୍ତ୍ରଣା ! ସରକାରୀ କାରଖାନାକୁ ଏକ ବେସରକାରୀ କାରଖାନାର କର୍ମଚାରୀ ସଂଘର ଭୋଟ ପାଇଁ ମୋହରା ବନାଯିବାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ହେଲେ କ’ଣ ହେଲା…..? ସବୁ ଫନ୍ଦିଫିକର ଓ ମନ୍ତ୍ରଣାର ଫସର ଫାଟିଗଲା ଓ ଧର୍ମର ଜୟ ହେଲା ବୋଲି କହିଛନ୍ତି ‘ୱାରକର୍ସ ୟୁନିୟନ’ର କେତେକ ସମର୍ଥକ । ‘ଏମ୍ପ୍ଲଇଜ୍ ୟୁନିୟନ’ର ମୁଖ୍ୟଙ୍କ ବିବୃତି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା । ତାଙ୍କ କହିବାରେ କିଛି ଲାଭ ତ ହେଲାନି ଓଲଟା ଏହା ଭୋଟର ମାତ୍ରାକୁ ବହୁ ମାତ୍ରାରେ କମାଇଦେଲା । ବରଂ ଡ଼ି.ପିଙ୍କ ଆପ୍ରୋଚ୍ ଓ ନିଜେ ମାଗି ଯାଚି ନିର୍ବାଚନ ଲଢ଼ିବା କୈାଶଳ କାମ ଦେଲା ଆର ପଟର ବରିୟାନୀ ମାଡ଼ରୁ ମୋହକୁ ତୁଟାଇ ! ଏହି ନିର୍ବାଚନର ଫଳାଫଳ ଆଗକୁ ଯଥେଷ୍ଟ ପ୍ରଭାବପୂର୍ଣ୍ଣ ରହିବ ବୋଲି କୁହାଯାଉଛି ।

  ନିର୍ବାଚନରେ ବିଜୟ ପରେ ‘ୱାରକର୍ସ ୟୁନିୟନ’ର ସଭାପତି ରବୀନ୍ଦ୍ର କୁମାର ଜାମୁଦା ଓ ସଂପାଦକ ଦାମୋଦର ସଏଙ୍କୁ ଶୋଭାଯାତ୍ରାରେ ନେଇଛନ୍ତି ସମର୍ଥକମାନେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close