ଧର୍ମଶାଳାରେ ମହାଦୁର୍ନିତି: ୫-ଟି ସଚିବଙ୍କୁ ବାଟବଣା କରିବାକୁ ଚାଲିଛି କାରସାଦି: ୭ଦିନ ମଧ୍ୟରେ ରିପୋର୍ଟ ନ ଦେଲେ ବି.ଜେ.ଡି ନେତାଙ୍କ ଅନଶନ ନିଷ୍ପତି

ଯାଜପୁର,୨୮/୧୦: ଯାଜପୁର ଜିଲ୍ଲାର ଧର୍ମଶାଳାରେ ଆବାସ ଯୋଜନା ସହ ବିଭିନ୍ନ ଯୋଜନାରେ ଚାଲିଛି ମହାଦୁର୍ନିତି । ଏଥିନେଇ ୫-ଟି ସଚିବଙ୍କ ଠାରୁ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ବି ସଚିବଙ୍କୁ ବାଟବଣା କରିବାକୁ ଚାଲିଛି କାରସାଦି । ଏହାର ପ୍ରତିବାଦରେ ଶୋଷଣର ଶିକାର ହୋଇଥିବା ଗରୀବ ହିତାଧିକାରୀଙ୍କ ସହ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଶନରେ ବସିବାକୁ ନିଷ୍ପତି ନେଇଛନ୍ତି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ।
ଖବରରୁ ପ୍ରକାଶ, ଧର୍ମଶାଳା ବ୍ଲକର ବୃନ୍ଦାଦେଇପୁର ପଂଚାୟତର ତରାସ ଗ୍ରାମର ବାଇଧର ଦାସଙ୍କ ପତ୍ନୀ ତପସ୍ୱନୀ ଦାଶଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୨୦୧୯/୨୦ ବର୍ଷରେ କାର୍ଯ୍ୟାଦେଶ ନଂ. ୧୬୯୩ ମିଳିଥିଲା । ସରକାର ଗରୀବଙ୍କୁ ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଶେଷ କରିବାକୁ ଉତ୍ସାହିତ କରୁଛନ୍ତି । ଏଥିପାଇଁ ଠିକ ସମୟରେ ଗୃହ କାର୍ଯ୍ୟ ଶେଷ କରୁଥିବା ହତାଧିକାରୀଙ୍କୁ ସରକାର ୨୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ବି କିଛି କମ କଥା ନୁହେଁ । ତପସ୍ୱନୀ ମଧ୍ୟ ନିର୍ଦ୍ଧାରିତ ସମୟରେ ଗୃହ କାର୍ଯ୍ୟ ଶେଷ କରିଥିବାରୁ ତାଙ୍କୁ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଗତ ଫେବୃୟାରୀରେ ପ୍ରଦାନ କଲେ । ହେଲେ ଆଶ୍ୱର୍ଯ୍ୟର କଥା ଯେ, ଶେଷ କିସ୍ତି ବାବଦରେ ବାକି ଥିବା ୩୦ ହଜାର ଟଙ୍କା କିନ୍ତୁ ତପସ୍ୱନୀଙ୍କୁ ପ୍ରଦାନ କରାଗଲା ନାହିଁ । ଏ ବାବଦରେ ବିଭାଗୀୟ ଅଧିକାରୀ ତଥା ପଂଚାୟତ କାର୍ଯ୍ୟନିର୍ବାହୀ ପାଣ୍ଡବ ସାମଲ ଦୁଇ ହଜାର ଟଙ୍କା ଲାଂଚ ନ ଦେଲେ ଏହି ବିଲ କରାଯିବ ନାହିଁ ବୋଲି ନିଜେ ତପସ୍ୱନୀ ଧର୍ମଶାଳା ବି.ଡି.ଓଙ୍କ ନିକଟରେ ବହୁବାର ଅଭିଯୋଗ କଲେ । ଏହାପରେ ବି କୌଣସି ସୁଫଳ ନ ମିଳିବାରୁ ତପସ୍ୱନୀ ଏଥିନେଇ ଧର୍ମଶାଳା ବି.ଡି.ଓଙ୍କୁ ରେଜେଷ୍ଟ୍ରି ଡାକ ବ୍ୟବସ୍ଥାରେ ଗତ ତା୨୮.୦୭.୨୦ ରିଖରେ ଅଭିଯୋଗ ପତ୍ର ପ୍ରଦାନ କଲେ । ଗରୀବ କଲ୍ୟାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ବେଖାତିର କରୁ ଥିବା ବ୍ଲକ କର୍ତୁପକ୍ଷ ଜଣେ ଗରୀବ ମହିଳାଙ୍କ ଏଭଳି ଏକ ଅଭିଯୋଗକୁ ନାଲିଫିତା ତଳେ ଚାପି ଦେଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ ସତୀଶ ଏଥିନେଇ ଗତ ୦୮.୦୯.୨୦ରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତପସ୍ୱନୀ କେବଳ ଗୋଟିଏ ନମୁନା ମାତ୍ର । ଏହି ବ୍ଲକରେ ଏଭଳି ଶତାଧିକ ଦୁର୍ନିତି ସଂଗଠିତ ହୋଇଥିବାର ଜୀବନ୍ତ ପ୍ରମାଣ ସହ ସତୀଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳସ୍ୱରୂପ, ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଆସିଥିଲା । ତଦନ୍ତରେ ବିଳମ୍ବ ନେଇ ସତୀଶ ଅନଶନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲେ । ଏହାପରେ ଗତ ତା ୦୯.୧୦.୨୦ ରିଖରେ ଜିଲ୍ଲା ପଂଚାୟତ ଅଧିକାରୀ ପତ୍ର ନଂ. ୧୧୭୧ ପ୍ରଦାନ କରି ଏଥିନେଇ ତା୨୧.୧୦.୨୦ରେ ତଦନ୍ତ କରାଯିବାକୁ ପଂଚାୟତ କାର୍ଯ୍ୟନିର୍ବାହୀଙ୍କୁ ଜଣାଇଥିଲେ । ଦୁର୍ନିତିର ସୁତ୍ରଧରଙ୍କୁ ତଦନ୍ତ ନେଇ ଜଣାଯାଇଥିବା ବେଳେ ଜିଲ୍ଲା ପଂଚାୟତ ଅଧିକାରୀଙ୍କ ତରଫରୁ ଏଥିନେଇ ଅଭିଯୋଗକାରୀଙ୍କୁ ପତ୍ର ଦିଆଯାଇ ନ ଥିଲା । ତେବେ ଏହି ପତ୍ରରେ ବୃନ୍ଦାଦେଇପୁର ପଂଚାୟତର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ରେକର୍ଡପତ୍ର, ନଗଦ କାରବାର ବହି, ବୈଠକ ବିବରଣୀ, ପଲ୍ଲୀସଭା, ଗ୍ରାମସଭା ବହିର ଯାଂଚ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଦର୍ଶାଯାଇଥିଲା । ଏପରିକି ଅଭିଯୋଗକାରୀ ସତୀଶ ବିଶ୍ୱାଳଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିବାକୁ ମଧ୍ୟ ଜଣାଯାଇ ଥିଲା । ହେଲେ ନିର୍ଦ୍ଦେଶ ଅନୁସାରେ ତଦନ୍ତର ପୂର୍ବଦିନ ଏଥିନେଇ ମୌଖିକ ସୂଚନା ଅଭିଯୋଗକାରୀଙ୍କୁ ଦିଆଯାଇ ଥିବା ବେଳେ ଏହିସବୁ ପ୍ରସଙ୍ଗ ନେଇ ଥିବା ଗଦା ଗଦା ଅଭିଯୋଗ ନେଇ କୌଣସି ତଦନ୍ତ କରାଯାଇ ନଥିଲା । ସ୍ଥାନୀୟ ସରପଂଚଙ୍କ ଠାରୁ ସମସ୍ତ ଅଭିଯୋଗକାରୀମାନେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କ କୌଣସି ଅଭିଯୋଗକୁ ଶୁଣାଗଲା ନାହିଁ । ଯେଉଁ ତପସ୍ୱନୀଙ୍କ ପ୍ରସଙ୍ଗରେ ତଦନ୍ତ କରାଗଲା ସେଥିନେଇ ତଦନ୍ତର ୭ଦିନ ପରେ ବି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରାନଯାଇ ୫-ଟି ସଚିବଙ୍କୁ ବାଟବଣା କରିବାକୁ ଉଦ୍ୟମ କରାଯାଉଛି ବୋଲି ସତୀଶ ଅଭିଯୋଗ କରିଛନ୍ତି । ସେ ଆଜି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ଏହି ପଂଚାୟତର ଗଦା ଗଦା ପ୍ରମାଣଯୋଗ୍ୟ ଅଭିଯୋଗକୁ ପ୍ରଶାସନ ଚାପି ଦେବା ଆମ ନବୀନ ପଟ୍ଟନାୟକ ସରକାରଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନିକ ବ୍ୟବସ୍ଥାର ନୀତି ବିରୋଧ କାର୍ଯ୍ୟ । ତେଣୁ ତଦନ୍ତ ନେଇ ଆସନ୍ତା ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି । ଏହି ତଦନ୍ତରେ ଯାଜପୁରର ଦୁଇ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗୋପୀନାଥ କୁଅଁର, ମୋହନା ବେଗମ, ଜିଲ୍ଲା ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ବ୍ଲକ ପଂଚାୟତ ଅଧିକାରୀ ଦିବ୍ୟକାନ୍ତି ମିଶ୍ର, ବି.ପି.ସି ଧର୍ମେନ୍ଦ୍ର ବାରିକ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ । ତେବେ ଏଥିନେଇ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ କହିଛନ୍ତି ଯେ, ତଦନ୍ତ ଉପରେ ଭରସା ରଖନ୍ତୁ, କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ । ବ୍ୟତିକ୍ରମ ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close