ମହାରାଷ୍ଟ୍ରର ‘ରାଜୁରି ଷ୍ଟିଲ’ ଫର୍ନେସ ବିଷ୍ଫୋରଣରେ କୋରାରର ୨ ଶ୍ରମିକ ମୃତ, ଜଣେ ଗୁରୁତର

କୋରାଇ,୨୧ା୬(ରାମଚନ୍ଦ୍ର ବାରିକଙ୍କ ଠାରୁ): ମହାରାଷ୍ଟ୍ରର ଜଳାନ ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ ତରଳ ଷ୍ଟିଲ ଫର୍ନେସରେ ହଠାତ୍ ବିଷ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ଯାଜପୁର ଜିଲା କୋରାଇ ବ୍ଲକ ଅନ୍ତର୍ଗତ ବଡବିରୁଆଁ ଗ୍ରାମର ୦୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ମୃତ ଯୁବକ ଦ୍ୱୟ ହେଲେ ପାଣିକୋଇଲି ଥାନା ଅର୍ନ୍ତଗତ ବଡବିରୁଆଁ ଗ୍ରାମର ବେଣୁଧର କବିିଙ୍କ ସାନପୁଅ ସରୋଜ(୨୨) ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ(୨୪) ହୋଇଥିଲା ବେଳେ ତାଙ୍କ ମଝିଆ(୨୬) ପୁଅ ପ୍ରସନ୍ନ ମଧ୍ୟ ଏହି ବିଷ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି ।
         ସୂଚନାଯୋଗ୍ୟ, ବଡବିରୁଆଁ ଗ୍ରାମର ବେଣୁଧର କବିଙ୍କ ପୁଅ ସରୋଜ ଓ ଜଟାଝାରୀ ପଲେଇଙ୍କ ୨ପୁଅ ହେମନ୍ତ ଓ ପ୍ରସନ୍ନ କରୋନା ଯୋଗୁ ସ୍ଥାନୀୟ ଅଂଚଳରେ କାମ ନ ପାଇ ପରିବାର ଚଳାଇବା ଲାଗି ଶ୍ରମିକ ଭାବେ କାମ କରିବାକୁ ୨ମାସ ପୂର୍ବେ ମହାରାଷ୍ଟ୍ର ଯାଇଥିଲେ । କୈାଣସିମତେ ସେଠାକାର ଜଳାନ ଜିଲାର ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ କମ୍ପାନୀରେ କାମ କରୁଥିଲେ । ତା ୧୯/୬ ଶନିବାର ପୂର୍ବାହ୍ଣ ୧୧ଟା ବେଳେ କୌଣସି କାରଣରୁ ଅଚାନକ ଭାବେ ଷ୍ଟିଲ ଫର୍ନେସରେ ବିସ୍ଫୋରଣ ଘଟିଥିଲା । ସେଠାରେ କାମ କରୁଥିବା ୧୦ଜଣ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଥିଲୋ । ତୁରନ୍ତ ଆହତମାନଙ୍କୁ ନେଇ େଓ÷୍ୟାରଙ୍ଗାବାଦ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ କୋରାଇର ବେଣୁଧର କବିଙ୍କ ସାନ ପୁଅ ସରୋଜ ଓ ଜଟାଝାରୀ ପଲେଇଙ୍କ ସାନପୁଅ ହେମନ୍ତ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ୪ଜଣଙ୍କ ମଧ୍ୟରୁ ଜଟାଝାରୀ ପଲେଇଙ୍କ ମଝିଆ ପୁଅ ପ୍ରସନ୍ନ ମଧ୍ୟ ଗୁରୁତରଭାବେ ଚିକିତ୍ସାଧିନ ଅଛନ୍ତି । ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସରୋଜ ଓ ହେମନ୍ତଙ୍କ ମୃତ ଦେହ ନିଜ ଗ୍ରାମକୁ ଆସୁଥିବାର ଜଣାପଡିଛି । ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରି ସେମାନଙ୍କୁ ‘ରାଜୁରୀ ଷ୍ଟିଲ ଆଣ୍ଡ ଟିଏମଟି ବାର’ ଜରିଆରେ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ, ରାମଚନ୍ଦ୍ର ବାରିକ, ଚନ୍ଦ୍ରମଣି ସାମଲ ପ୍ରମୁଖ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close