ଧର୍ମଶାଳା ବ୍ଲକ୍‌ର ରମାପୁର ଘାଇ ସୃଷ୍ଟିକୁ ନେଇ ବିଷୋଦ୍‌ଗାର କଲେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ: ପୋଲିସକୁ ଦାବିପତ୍ର ପ୍ରଦାନ

ଧର୍ମଶାଳା,୧/୯(ସୁମନ କୁମାର ରାୟଙ୍କ ଠାରୁ): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ନିକଟସ୍ଥ ରମାପୁର ନିକଟରେ କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏଭଳି ଚରମ ଅମାନବୀୟ କାର୍ଯ୍ୟ ନେଇ ବିରୋଧୀ ସରକାରଙ୍କ ବିରୋଧରେ ପ୍ରସଙ୍ଗ କରିବାରେ ସଫଳ ହୋଇଛନ୍ତି । ଏଭଳି ଅବସ୍ଥାରେ ଆଜି ଘାଇ ସ୍ଥଳରେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ପହଂଚି ସରକାରଙ୍କ ସପକ୍ଷରେ ମତ ରଖିବା ସହ ଘାଇ କରାଇଥିବା ଜଘନ୍ୟ ଷଡଯନ୍ତ୍ରରେ ସଂପୃକ୍ତଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି । ଏହି ଷଡଯନ୍ତ୍ରକାରୀଙ୍କ ବିରୋଧରେ ଏକ୍ସପ୍ଲୋସିଭ ସବଷ୍ଟାନ୍ସ ଆକ୍ଟ ଏବଂ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ୧୨୦ (ବି) ଦଫାରେ କେସ କରାଯିବାକୁ ଦାବି ପତ୍ର ସେ ଧର୍ମଶାଳା ଥାନାରେ ଏସ.ଡି.ପି.ଓଙ୍କୁ ପ୍ରଦାନ କରିଛନ୍ତି । ଏହାସହ ଷଡଯନ୍ତ୍ରରେ ସଂପୃକ୍ତ ଥିବା ମୂଳ ପ୍ରଭାବଶାଳୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହିଁ ଏଠାରେ ସରକାରଙ୍କ ଛବିକୁ ଅଧିକ ଗ୍ରହଣୀୟ କରିବ ବୋଲି ମତ ରଖିଛନ୍ତି ।
ଧର୍ମଶାଳା ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଏହି ଦାବିପତ୍ରରେ ସତୀଶ ଉଲ୍ଲେଖ କରିଛନ୍ତି ଯେ, ଏଭଳି ଜଘନ୍ୟ, ଚରମ ପାଶବିକତାପୂର୍ଣ୍ଣ କାର୍ଯ୍ୟରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା -୪୨୭ ଏବଂ ୪୩୧ ଯଥେଷ୍ଟ ନୁହେଁ । ଏହାଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳିଯିବ । ବୃଦ୍ଧଲିଙ୍ଗ ଏବଂ ରମାପୁର ମଧ୍ୟରେ ମନୁଷ୍ୟକୃତ ଘାଇ କରାଗଲା । ରାତିରେ ଶୋଇଥିବା ଲୋକମାନଙ୍କ ଧନ ଜୀବନ ବିପନ୍ନ ହେବାର ବିକଳ ଚିତ୍ର ପାଇଁ ଖଳ ନାୟକ ସାଜିଥିବା ଲୋକେ ରାକ୍ଷସ ଠାରୁ ବି ଅଧିକ ନିଷ୍ଠୁର । ଗୋଟିଏ ପଟରେ ସରକାରଙ୍କ ୨୪.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ନଦୀବନ୍ଧ ରାସ୍ତା ନଷ୍ଟ ହୋଇଥିବା ବେଳେ ଅନ୍ୟ ପଟରେ ପ୍ରାୟ ୨୦ ହଜାର ଲୋକଙ୍କ ଧନ ଜୀବନ କ୍ଷତି ହୋଇଛି । ଯେଉଁ କୃଷି ପ୍ରଧାନ ଅଂଚଳରେ ଶାନ୍ତିପ୍ରୀୟ ଲୋକେ ଡିନାମାଇଟ କ’ଣ ଜାଣି ନାହାନ୍ତି, ସେଠାରେ ଡିନାମାଇଟ ବିସ୍ପୋରଣରେ ଲୋକଙ୍କ ସର୍ବସ୍ୱ ଉଜାଡି ଦିଆଗଲା । ଏଠାରେ ଏହା ଦ୍ୱାରା ଅପରାଧୀକରଣକୁ ଉତ୍ସାହିତ କରାଗଲା । ଏହା ସନ୍ତ୍ରାସବାଦ ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହା ସିଧା ସଳଖ ଏକ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ।
ଶ୍ରୀ ବିଶ୍ୱାଳ ସତୀଶ ଦର୍ଶାଇଛନ୍ତି ଯେ, ବିରୋଧୀ ଏହାକୁ ପ୍ରସଙ୍ଗ କରି ଲୋକାଭିମୁଖୀ ନବୀନ ପଟ୍ଟନାୟକ ସରକାରକୁ ଦାୟୀ କରିବାକୁ ପଛାଉ ନାହାନ୍ତି । ଏ ପ୍ରସଙ୍ଗରେ ସାଧାରଣରେ ସରକାର, ପ୍ରଶାସନ ଓ ପୋଲିସକୁ ଅଧିକ ବିଶ୍ୱାସ ଭାଜନ ହେବାର ଆବଶ୍ୟକତା ରହିଛି । ସେଥିପାଇଁ ଏହି ନୃଶଂସ ଘଟଣାର ଡାଳ କିମ୍ବା ପତ୍ରକୁ ଧରାଯାଇ ପୋଲିସ ତଦନ୍ତକୁ ଶେଷ ନ କରୁ । ସାଧାରଣ ଲୋକଟିଏ କୌଣସି ବାଧ୍ୟ ବାଧକତା କିମ୍ବା ପ୍ରଲୋଭନରେ ପଡି ହୁଏତ ଏଭଳି କାର୍ଯ୍ୟ କରିଥାଇ ପାରେ । ଗୋଟିଏ ଗୋଟିଏ ଜୀବନ ପାଇଁ ପୋଲିସ ଅକ୍ଳାନ୍ତ ପରିଶ୍ରମ କରି ଯଥେଷ୍ଟ ଯତ୍ନ ଏବଂ ସତର୍କତାର ସହ ଅପରାଧର ମୂଳ ପର୍ଯ୍ୟନ୍ତ ଯାଇଛି । ଏ କ୍ଷେତ୍ରରେ ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ପାଇଁ ଅପରାଧର ମୂଳ ଖଳ ନାୟକ ପର୍ଯ୍ୟନ୍ତ ତଦନ୍ତ ଯାଇପାରିଲେ ଆମ ସରକାର ଅଧିକ ବିଶ୍ୱାସଯୋଗ୍ୟ ହୋଇପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏହାପରେ ସତୀଶ ଗୋଟିଏ ପ୍ରତିନିଧି ଦଳ ସହ ଘାଇ ସ୍ଥଳକୁ ଯାଇ ସେଠାରେ ଘାଇ ନେଇ ହୋଇଥିବା କ୍ଷୟକ୍ଷତିର ତୁରନ୍ତ ଆକଳନ କରି ଚାଷୀ ଏବଂ ଲୋକମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ନିବେଦନ କରିଥିଲେ । ନବୀନ ପଟ୍ଟନାୟକ ସରକାର ସର୍ବଦା ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥିବାରୁ ଏ କ୍ଷେତ୍ରରେ ମଧ୍ୟ ସରକାର ଖୁବ୍ ଶିଘ୍ର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close