ବନ୍ୟା ବିପନ୍ନ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ଯାଜପୁରରୋଡ ‘ଲାୟନ୍ସ କ୍ଳବ’ର ସହାୟତା

ଯାଜପୁର, ୦୧/୦୯: ଚଳିତ ବର୍ଷର ବନ୍ୟା ଯାଜପୁର ଜିଲ୍ଲାରେ ନାହିଁ ନ ଥିବା କ୍ଷତି ଘଟାଇଛି । ବିଶେଷକରି ବ୍ରାହ୍ମଣୀ ନଦୀରେ ବନ୍ୟା ପାଇଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଳକର ଅନେକ ବୁଣାକାର ଓ ହସ୍ତଶିଳ୍ପୀଙ୍କ ନାହିଁ ନ ଥିବା କ୍ଷତି ହୋଇଛି । ଏଭଳି ଅସମୟରେ ଚକ ଗୋପାଳପୁରର ବନ୍ୟା ବିପନ୍ନ ବୁଣାକାର ଓ ସାମନ୍ତରାପୁର ଏବଂ ଅତଲାପୁରର କଂସାପିତଳ ହସ୍ତଶିଳ୍ପୀଙ୍କୁ ସହାୟତାର ହାତ ବଢାଇଛି ଯାଜପୁର ରୋଡ ଷ୍ଟିଲ ସିଟିର ଲାୟନ୍ସ କ୍ଳବ । କ୍ଳବର ଏକ ୧୬ ଜଣିଆ ରିଲିଫ୍ ଦଳ ଏହି ବିପନ୍ନଙ୍କ ନିକଟରେ ପହଁଚି ଅତ୍ୟାବଶ୍ୟକ ସାମଗ୍ରୀର ପ୍ୟାକେଟ ବଂଟନ କରିଥିଲେ । ଏହି ପ୍ୟାକେଟରେ ଚୁଡା, ଚାଉଳ, ଅମୂଲ, ଚିନି , ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ସହ ସୋଲାର ଟର୍ଚ୍ଚ, କ୍ୟାଣ୍ଡେଲ, ମଶା ଧୂପ, ଦିଆସିଲି ଓ ପାଣି ବୋତଲ ଆଦି ରହିଥିଲା । ଏତଦ୍ ବ୍ୟତୀତ କରୋନାକୁ ଦୃଷ୍ଟିରେ ରଖି ଲାୟନ୍ସ କ୍ଳବ ପକ୍ଷରୁ ବିପନ୍ନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା । ଚକ ଗୋପାଳପୁରର ୧୦୦ ଜଣ ବୁଣାକାର ପରିବାର ସହ ଅତଲାପୁର ଓ ସାମନ୍ତରାପୁରର ଶହେଟି ହସ୍ତଶିଳ୍ପୀ ପରିବାରକୁ କ୍ଲବ ପକ୍ଷରୁ ଏଭଳି ସହାୟତା ପ୍ରଦାନ କରାଯାଇଛି । ଯାଜପୁର ରୋଡ ଷ୍ଟିଲ ସିଟି, ଲାୟନ୍ସ କ୍ଳବର ଅଧ୍ୟକ୍ଷ ମାନସ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ କ୍ଳବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆଡଭୋକେଟ ପ୍ରଫୁଲ୍ଲ କୁମାର ସାମଲ, ଡେପୁଟି ସେକ୍ରେଟାରୀ ପ୍ରଲ୍‌ୁବ୍ଧ ଜେନା, ସଂପାଦିକା ସୁଷମା ଗୁପ୍ତା, ପ୍ରିୟଦର୍ଶୀ ମହାରଣା, ପବନ ଓସଓାଲ, ଇତିଶ୍ରୀ ମହାରଣା, ଜଳ୍ପନା ପଣ୍ଡା, ପ୍ରଦ୍ୟୁମ୍ନ ନାୟକ, ଟିକାୟତ ପାଲ, ମନୋଜ ରାଉତ ଓ ଅକ୍ଷୟ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।
ସୂଚନାଥାଉକି, ଗତ ୨୮ ତାରିଖରେ ଚକ ଗୋପାଳପୁର ନିକଟରେ ବ୍ରାହ୍ମଣୀ ନଦୀବନ୍ଧରେ ଘାଇ ହେତୁ ଗାଁରେ ପାଣି ପଶି ଏଠାକାର ବୁଣାକାରଙ୍କ ବହୁ କ୍ଷତି ଘଟିଥିଲା । ଏ ସଂପର୍କରେ ଖବର ପାଇବା ପରେ ଓଡିଶା ଶିଳ୍ପୀ ମହାସଂଘର ରାଜ୍ୟ ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର ଓ ସଂଗଠନ ସଂପାଦିକା ସରୋଜିନୀ ଦାସ ଚକ ଗୋପାଳପୁର ପରିଦର୍ଶନରେ ଆସିଥିଲେ । ତତସହିତ ବ୍ରାହ୍ମଣୀ ନଦୀର ବନ୍ୟାଘେରରେ ଥିବା ନିକଟସ୍ଥ ଅତଲାପୁର, ବାଲିପାଟଣା ଓ ସାମନ୍ତରାପୁରର କଂସା ପିତଳ କାରିଗରଙ୍କ ଦୁର୍ଦ୍ଦଶା ବୁଲି ଦେଖିଥିଲେ । ଏଠାକାର ବନ୍ୟା ବିପନ୍ନ ଶିଳ୍ପୀ ଓ ବୁଣାକାରଙ୍କୁ ସହାୟତା ଯୋଗାଇ ଦେବାକୁ ଯାଜପୁର ରୋଡ ଷ୍ଟିଲ ସିଟି, ଲାୟନ୍ସ କ୍ଳବକୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା । ଶିଳ୍ପୀ ମହାସଂଘର ଅନୁରୋଧ କ୍ରମେ ଲାୟନ୍ସ କ୍ଳବ ବନ୍ୟା ବିପନ୍ନ କାରିଗରଙ୍କୁ ସହଯୋଗର ହାତ ବଢାଇଥିବାରୁ ମହାସଂଘର ସସଂପାଦକ ପ୍ରିୟରଂଜନ କର ଧନ୍ୟବାଦ ଜଣାଇଛନ୍ତି । ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଳବକୁ ଓଡିଶା ଶିଳ୍ପୀ ମହାସଂଘର କୋଷାଧକ୍ଷ୍ୟ ଅଶୋକ କୁମାର ଗୁଇଁ ଓ ସଦସ୍ୟ ମକର ଧ୍ୱଜ ଗୁଇଁ, ଦୁର୍ଯ୍ୟୋଧନ ଚାନ୍ଦ, ବଟକୃଷ୍ଣ ସାହୁ, ଶ୍ରୀଧର ସାହୁ, ରଂଗାଧର ସାହୁ, ଧର୍ମାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close