ଶଙ୍ଖଚିଲ୍ଲା-ଯାଜପୁରରୋଡ ରାସ୍ତାରେ ସଡ଼କ ଦୁର୍ଘଟଣାରେ ଭୀସା ଷ୍ଟିଲ ଶ୍ରମିକଙ୍କ ମୃତ୍ୟୁ

ବ୍ୟାସନଗର, ୦୧/୦୯: ଆଜି ସକାଳୁ କଳିଙ୍ଗନଗର ଶିଳ୍ପାଂଚଳର ଭୀସା ଷ୍ଟିଲ କାରଖାନାକୁ ଜେନେରାଲ ସିପ୍ଟରେ ଡ଼୍ୟୁଟି କରିବାକୁ ସାଇକେଲ ଯୋଗେ ଆସୁଥିବା ପାଣିକୋଇଲି ଥାନା ଅର୍ନ୍ତଗତ ରାମପୁର ଶଗଡ଼ି ଗ୍ରାମର ସେକ୍ ଅବଦୁଲ ମଜିଦ୍‌, ବୟସ-୪୮ବର୍ଷ ସମୟ ସକାଳ ପ୍ରାୟ ୮ଟାରେ ଶଙ୍ଖଚିଲ୍ଲା-ଦଳା ରାସ୍ତାର ଗୀତା ମଣ୍ଡପ ନିକଟରେ ଦୁର୍ଘଟଣାର ଶିକାର ହୋଇ ଲହୁଲୁହାଣ ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସରେ ଡ଼ାକ୍ତରଖାନା ନେଉଥିôବା ବେଳେ ସେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ସାମନାପଟରୁ ଗୋଟିଏ କାର ଧକ୍‌କା ଦେଇ ନିମିଶକ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହି ରାସ୍ତାରେ କେତେକ ଦୃତ ଗତିରେ ଗାଡି ଚଳାଉଥିବା ବେଳେ ସେଠାରେ ଥିବା ଖଣ୍ଡିଆ ଓ ତୃଟିପୂର୍ଣ୍ଣ ହମ୍ପସ ପାଇଁ ଏଭଳି ଦୁର୍ଘଟଣା ହେଉଛି ବୋଲି ମତପ୍ରକାଶ ପାଇଛି । ଘଟଣାର ତଦନ୍ତ କରୁଥିବା ଶଙ୍ଖଚିଲ୍ଲା ଫାଣ୍ଡି ଅଧିକାରୀଙ୍କୁ ଏ ବାବଦରେ ଯୋଗାଯୋଗ କରାଯାଇଥିଲା ଓ ସେ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି । ଏ ସଂର୍ପକରେ ୧୫/୨୦୨୦, ତା.୦୧/୦୯/୨୦୨୦ରେ ଏକ କେସ ରୁଜ୍ଜୁ ହୋଇଛି । ଦୁର୍ଘଟଣା ଘଟାଇଥିବା କାରକୁ ଠାବ କରିବା ପାଇଁ ଚେଷ୍ଟା ଚାଲିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close