ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ରଟିଣI ଗ୍ରାମପଞ୍ଚାୟତ ମୁଖ୍ୟ ରାସ୍ତାର ନିର୍ମାଣ ପାଇଁ ଦାବି

 

 

 

ଖଇରା, ୩୧/୮: ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ଅଧୀନସ୍ତ ରଟିଣI ଗ୍ରାମପଞ୍ଚାୟତର ଆମ୍ବହତା କେନାଲ ଠାରୁ ଧନିଆବନ୍ଧ ହରିଜନସାହି ଭାୟା ରଟିଣI ଶିବ ମନ୍ଦିର ଯାହାକି  ତିନି କିମି ରାସ୍ତା ଆବାହନ କାଳରୁ ଏ ପର୍ଯ୍ୟନ୍ତ ସରକାରଙ୍କର ଦୃଷ୍ଟି  ଆକର୍ଷଣ କରିଥିଲେ ମଧ୍ୟ ଏଯାବତ କୌଣସି କାର୍ଯ୍ୟ ହୋଇନାହିଁ  । ରାସ୍ତା ପାଖରେ  ଏଲ ଏନ ବିଦ୍ୟାପୀଠ ଏବଂ  ପି ପି ନୋଡାଲ ହାଇସ୍କୁଲ ଦୁଇଟିର ପିଲା ସଂଖ୍ୟା ପାଞ୍ଚ ଶହରୁ ଉର୍ଦ୍ଧ୍ବ  ଥିବାବେଳେ ପାଠ ପଢିବାକୁ ଯିବା ସମୟରେ ବହୁ ଅସୁବିଧାରେ ସମୁୁଖିନ ହେଉଛନ୍ତି ।  ଏ ରାସ୍ତାଟି ବାଲେଶ୍ବର ଜିଲ୍ଲା ଶେଷ ମୁଁଣ୍ଡ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ଲାଗିରହିଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ବହୁ କଷ୍ଟରେ ଯାତାୟତ କରୁଛନ୍ତି । ରାସ୍ତା କାମ ପାଇଁ ପୂର୍ବତନ ସରପଞ୍ଚ ସୁବାସିନୀ ପାଢ଼ୀ ବହୁବାର RD ତଥା ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାହାର ସୁଫଳ ମିଳିନାହିଁ । ଏଥିସହିତ ହରିପୁର ଆର ଡ଼ି ରୋଡରୁ କାଳିଆ ଗଢ଼ିଆ ମେନରୋଡ଼ ଭୟା ଧନିଆବନ୍ଧ ମଧୁଆଠେଙ୍ଗ ଦୁଇଟି ରାସ୍ତାକୁ ତୁରନ୍ତ କରିବା ପାଇଁ ସମାଜସେବୀ ବାବୁଲି ପାଢ଼ୀ ସରକାରଙ୍କୁ ଜଣାଇବା ସହ ଆର ଡ଼ି ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଯଥା ଶୀଘ୍ର ଏହାର ସମାଧାନ କରାନଗଲେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ସମାଜସେବୀ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close