ଭଦ୍ରଖର ଭଣ୍ଡାରୀପୋଖରୀ ବ୍ଲକରେ ବନ୍ୟା ପାଣି ଧାନ ଫସଲକୁ ଉଜାଡ଼ି ଦେଲା

ଭଣ୍ଡାରୀପୋଖରୀ, ୩୦/୦୮: ଓଡ଼ିଶାର ଭାତ ହାଣ୍ଡି କହିଲେ ବାଲେଶ୍ୱର ଓ ଭଦ୍ରଖ ଜିଲ୍ଲାକୁ ବୁଝାଏ । କାରଣ ଏହି ଜିଲ୍ଲା ଦ୍ୱୟରେ ଅଧିକ ପରିମାଣର ଧାନ ଅମଳ ହୋଇଥାଏ । ରୂଆ ପଦ୍ଧତିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଥାଏ । ଅଧିକ ଅମଳକ୍ଷମ ଧାନ ଗଛର ପ୍ରତିରୋଧକ ଶକ୍ତି ବେଶ କମ ବୋଲି କୁହାଯାଇଥାଏ । ତେଣୁ ଏହା ଉପରେ ୨-୩ଦିନ ବର୍ଷା ପାଣି ଓ ବନ୍ୟା ଜଳ ମାଡି ଗଲେ ଏହା ପଚି ନଷ୍ଟ ହୋଇଯାଏ । ବୈତରଣୀରେ ଆସିଥିବା ଚଳିତ ବନ୍ୟା ୨-୩ ଦିନ ତଳୁ ହ୍ରାସ ପାଇଥିବା ବେଳେ ଏବେ ଧାନ ବିଲସବୁର ପଚା ଦୃର୍ଶ୍ୟ ଦେଖି ଚାଷୀମାନେ ହତାଶ ହୋଇଛନ୍ତି । ସମୟ ଗଡ଼ି ଯାଇଥିବାରୁ ଆଉ ଧାନ ରୋଇଲେ ସେଭଳି ଅମଳ ହୋଇ ନ ପାରେ ଓ ମରୁଡ଼ିରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ଲକ୍‌ର ବିସ୍ତୀର୍ଣ୍ଣ ଅଂଚଳରେ ବନ୍ୟା ଜଳ ଚାଷ ଜମିରେ ମାଡିଯାଇ ଧାନ ଫସଲ ସହ ବର୍ଷାଦିନିଆ ପନିପରିବା ଚାଷକୁ ବି ଉଜାଡି ଦେଇଛି । ଭଣ୍ଡାରୀପୋଖରୀ ବ୍ଲକର ଅଧିକାଂଶ ଗ୍ରାମରେ ନାହିଁ ନ ଥିବା କ୍ଷତି ହୋଇଛି । ବିଲ ଓ ପଡ଼ିଆସବୁ ପଚିଯାଇଥିବାରୁ ଗାଇ ଗୋରୁଙ୍କ ପାଇଁ ଏବେ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ନିମ୍ନରେ ଭଣ୍ଡାରୀପୋଖରୀ ବ୍ଲକର ଝୁଟୁଂନା ଓ ତେସିଙ୍ଗା ଗ୍ରାମ ପଂଚାୟତର ଚାଷ ଜମିର ଦୃର୍ଶ୍ୟକୁ ଦେଖି ଆକଳନ କରାଯାଇପାରେ ସେଠାକାର ବନ୍ୟା ପରର ସ୍ଥିତି । ତୁରନ୍ତ ଚାଷୀମାନଙ୍କୁ ସରକାର ସହାୟତା କରିବାକୁ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close