ଯାଜପୁରରୋଡ ବନ ବିଭାଗ ଓ ପୋଲିସ ପକ୍ଷରୁ ଝୁମ୍ପୁରୀ ଛକରେ ଚଢ଼ାଉ,145 ସିପ୍ଟ କାଠ ଓ ମିନିଟ୍ରକ ଜବତ, ଜଣେ ଗିରଫ

ଯାଜପୁର: ସୂଚନା ମୁତାବକ କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଧେଶ କ୍ରମେ ଯାଜପୁରରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର ଓ ଦଶରଥପୁର ଥାନା ଅଧିକାରୀ ଝୁମ୍ପୁରୀ ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଧାମନଗର ଅଞ୍ଚଳ ସେକ ସିଠାନୀ ଏକ ମିନିଟ୍ରକ ଗାଡିରେ କାଠ ଆଣୁଥିବା ଦେଖି ବନ ବିଭାଗ ଓ ପୋଲିସ କର୍ମଚାରୀ ଗାଡିକୁ ଅଟକାଇ ଥିଲେ l ତେବେ କାଠ ବେପାରୀ ବନ ବିଭାଗ କର୍ମଚାରୀଙ୍କ ଚଢ଼ାଉକୁ ଦେଖି କାଠ ଓ ଗାଡିକୁ ଛାଡି ଡ୍ରାଇଭର ଫେରାର ହେଇଜିବାକୁ ଚ୍ୟାଷ୍ଠା କରୁଥିଲା l ବନ ବିଭାଗ ରେଞ୍ଜର ଶ୍ରୀ ମହାପାତ୍ର କାଠ ଗାଡିକୁ ଜବତ କରିଵା ପରେ ଡ୍ରାଇଭରକୁ ଗିରଫ କରି ଯାଜପୁର ରୋଡ କାର୍ଯ୍ୟାଳୟକୁ ଆଣିଥିବା ସୂଚନା ମିଳିଛି l ସେପଟେ କାଠ ଜବତ ପରେ ବନ ବିଭାଗ ପକ୍ଷରୁ କେଶ ନମ୍ବର 49/23-24ରେ ଏକ ମାମଲା ରୁଜୁ କରିଥିଲେ l ତେବେ ଏହି ଚଢ଼ାଉ କରି ବନ ବିଭାଗ କର୍ମଚାରୀ ମାନେ 145 ସିଫ୍ଟ କାଠ ଜବତ କରିଥିବା ସୂଚନା ମିଳିଛି l ତେବେ ଏହି ଅଭିଯୁକ୍ତକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି l ଏହି ଚଢ଼ାଉରେ ଯାଜପୁର ଟାଉନ ଫରେଷ୍ଟର ଦୁର୍ଯ୍ୟାଧନ ବେଜ, କର୍ମଚାରୀ ନିର୍ମଳ ମଲିକ, ତ୍ରିଲୋଚନ ଦାସ ଓ ସରୋଜ ସୌରପ ନାୟକ ପ୍ରମୁଖ ସାମିଲ ହେଇଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close