ଯାଜପୁରଠାରେ ଜାତୀୟ କ୍ରୀଡା ଦିବସରେ ସମ୍ୱର୍ଦ୍ଧିତ ହେଲେ ୬ ଜଣ କ୍ରୀଡାବିତ୍

ଯାଜପୁର, ୨୯ା୮: ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର ୬ ଜଣ ଉଦୀୟମାନ କ୍ରୀଡାବିତ୍‌ଙ୍କୁ ମଧ୍ୟ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ସମ୍ୱର୍ଦ୍ଧିତ କରିଚ୍ଥନ୍ତି । ଯାଜପୁର ଜିଲ୍ଲାର ୧୭ ବର୍ଷରୁ କମ୍ ପୁଂଟବଲ ବର୍ଗରେ ୩ ଜଣ ପୁରୁଷ ଯଥାକ୍ରମେ ମାନସିଂ ହେମ୍ୱ୍ରମ, ବିକ୍ରମ ବେଶ୍ରା ଓ ସୋମନାଥ ମହାନ୍ତି ଖେଲୋ ଇଣ୍ଡିଆ ୨୦୨୦ରେ ବ୍ରୋଂଚ ପଦକ ହାସଲ କରିଥିବାରୁ ପ୍ରତ୍ୟେକଙ୍କୁ ୮,୫୦୦/- ଟଙ୍କା ଓ ମହିଳା ଖେଳାଳୀ ଭାବେ ରୈାପ୍ୟ ପଦକ ବିଜେତା ସାଲଗେ ମାଝିଙ୍କୁ ୧୩,୫୦୦/-, ଆଥଲେଟିକ୍ସରେ ରାଜେନ୍ଦ୍ର ସିଧୁଙ୍କୁ ୪୩ ହଜାର ଟଂକା ଓ ରଗବୀ ଖେଳାଳୀ ସସ୍ମିତା ସାହୁଙ୍କୁ ୩,୫୦୦/- ଟଂକାର ଆର୍ଥିକ ପୁରସ୍କାର ଜିଲ୍ଲାପାଳ ଶ୍ରୀ ଦାସ ପ୍ରଦାନ କରିଥିଲେ । ସମସ୍ତ କ୍ରୀଡାବିତ୍‌ଙ୍କୁ ଉତରୀୟ ଓ ପୁଷ୍ପ ଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଲା ଆଥଲେଟିକ ଆସୋସିଏସନର ସଂପାଦକ ସମ୍ୱିତ ମହାନ୍ତି ଓ ଅନ୍ୟାନ୍ୟ କ୍ରୀଡାବିତ୍‌ମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ଜିଲ୍ଲା ସ୍କୁଲ ପଡିଆ ଠାରେ ହକି ଯାଦୁଗର, କିମ୍ୱଦନ୍ତୀ କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଯୋଗ ଗୁରୁ ମନ୍ମଥ ସାମଲ, ଅକ୍ଷୟ କୁମାର ଦାସ ପ୍ରମୁଖ ଧ୍ୟାନଚାନ୍ଦଙ୍କ ପଂଟୋ ଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କର ଦକ୍ଷତା, ନିଷ୍ଠା ଓ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ କ୍ରୀଡାବିତ୍ ଓ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close