ଅବସରପ୍ରାପ୍ତ ରାଜସ୍ୱ ବିଭାଗର ଅଧିକାରୀ ୰ ବ୍ରଜକିଶୋର ମଲ୍ଲିକଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକ ସଭା

ବ୍ୟାସନଗର, ୨୦/୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ତତ୍‌କାଳୀନ ସୁକିନ୍ଦା, ବ୍ୟାସନଗର ତହସିଲ ସମେତ ବିଭିନ୍ନ ତହସିଲରେ ଜଣେ ଦକ୍ଷ ରାଜସ୍ୱ ନିରୀକ୍ଷକ (ଆର.ଆଇ), ରାଜସ୍ୱ ସୁପରଭାଇଜର ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ଅବସର ନେବା ପରେ ମଧ୍ୟ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ବ୍ରଜକିଶୋର ମଲ୍ଲିକ କିଛି ସମୟ ଧରି ସହାୟତା କରିଥିଲେ । ସେ ସ୍ଥାନୀୟ ବ୍ୟାସନଗର ପୈାରାଂଚଳର ଫେରୋକ୍ରୋମ କଲୋନିଗେଟ୍ ନିକଟସ୍ଥ ବାଙ୍କିସାହି ଠାରେ ଘର କରି ବସବାସ କରିଆସୁଥିଲେ । ସେ ଜଣେ ଭଦ୍ର, ମିଷ୍ଟଭାଷୀ ଓ ସ୍ପଷ୍ଟବାଦୀ ବ୍ୟକ୍ତି ଥିଲେ । ତାଙ୍କର ଗତ ତା ୧୫/୦୨/୨୦୨୩ ରିଖ ବୁଧବାର ସକାଳେ ଅଚାନକ ହୃଦ୍‌ଘାତରେ ବିୟୋଗ ଘଟିଛି । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
                   ୰ ଶ୍ରୀଯୁକ୍ତ ମଲ୍ଲିକଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଆଜି ସୋମବାର ସନ୍ଧ୍ୟାରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଇଂ. ଅଶୋକ କୁମାର ସାହୁ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ସୁସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଜିଲ୍ଲା କଳା କ୍ରୀଡ଼ା ଶିକ୍ଷକ ସଂଘ ନେତା ଆଶିଷ ଦେବରଂଜନ ମଲ୍ଲିକ, ଫେରୋକ୍ରୋମ କାରଖାନାର ବରିଷ୍ଠ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ହିନ୍ଦୁ ସୁରକ୍ଷା ସେନାର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନୃସିଂହ ଚରଣ ବଳ, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ନିରାକାର ନାୟକ, ସମାଜସେବୀ ଚକ୍ରଧର ମଲ୍ଲିକ, ଶ୍ରମିକ ନେତା ଅରୁଣ ଦାସ, ଯୁବ ନେତା ଅସିତ୍ ଦାସ, ସନାତନ ମଲ୍ଲିକ, ସୁମନ ରାୟ, ହରଦୟାଲ ସିଂହ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଗୋଲାପ ମଲ୍ଲିକ, ମିଟି ମହାରଣା, ସସ୍ମିତା ମଲ୍ଲିକ ପ୍ରମୁଖ ଯୋଗ ଦେଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସଂଗେ ସଂଗେ ତାଙ୍କର ସ୍ମୃତିଚାରଣ କରିଥିଲେ । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସଭାର ଆରମ୍ଭରେ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଭଗବାନ ତାଙ୍କ ପରିବାରବର୍ଗଙ୍କୁ ଏଭଳି କଠିନ ଦୁଖ ସମୟରେ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବାକୁ କାମନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close