ପାରାଦୀପ ଟ୍ରକ ମାଲିକ ସଂଘର ପ୍ରଶାନ୍ତ ମହାପାତ୍ର କାର୍ଯ୍ୟରତ ଥିବା ବେଳେ ହୃଦ୍‌ଘାତରେ ମୃତ୍ୟୁବରଣ

ପାରାଦୀପ, ୨୯/୦୮(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ଲକ୍ ଥାନା ଅର୍ନ୍ତଗତ ବିଶ୍ୱାଳୀ ଗଡ଼ା ନିକଟରେ ଜାତୀୟ ୫ ନଂ.(କ) ରାଜପଥ କଡ଼ରେ ଥିବା କେବିନରେ ରାତ୍ରୀ ଡ଼୍ୟୁଟି କରୁଥିବା ପାରାଦୀପ ଟ୍ରକ ମାଲିକ ସଂଘର କର୍ମକର୍ତା ପ୍ରଶାନ୍ତ ମହାପାତ୍ର ହୃଦ୍‌ଘାତର ଶିକାର ହୋଇଥିଲେ । ଗତ କାଲି ରାତ୍ର ୧୧ ରୁ ୧୨ ଟା ମଧ୍ୟରେ ତାଙ୍କୁ ଅନ୍ୟ ଜଣେ ଦେଖିଲା ବେଳକୁ ସେତେବେଳକୁ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା । ତାଙ୍କର ମୃତ୍ୟୁରେ ପାରାଦୀପ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପରିବାରର ଅନେକ ସଦସ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ୰ ମହାପାତ୍ରଙ୍କ ଘର ତିର୍ତୋଲ ଅଂଚଳରେ ହୋଇଥିବା ବେଳେ ସେ ଭୁତ୍‌ମୁଣ୍ଡାଇରେ ରହୁଥିଲେ । ସୁଚନାଯୋଗ୍ୟ, ଚଣ୍ଡିଖୋଲରୁ ପାରାଦୀପ ମଝିରେ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍‌ମାନେ ନାହିଁ ନ ଥିବା ଭିଡ଼ ଜମାଉଛନ୍ତି । ମଝିରେ ମଝିରେ କେତେକ ଗାଡି ନିୟମ ଭାଂଗି ଧାଡିରୁ ବାହାରି ଆଗକୁ ପଳାଇ କିପରି ପୋର୍ଟରେ ଶୀଘ୍ର ଅନ୍‌ଲୋଡ଼ କରି ଫେରିବେ ସେଥିଲାଗି ଉଦ୍ୟମ କରିଥାନ୍ତି । ଆଗ ଗାଡି ଫାଷ୍ଟ ଅନ୍‌ଲୋଡ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଓ ପଛ ଗାଡି କିପରେ ପଛରେ ଯିବ ସେ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପାରାଦୀପ ପୋର୍ଟ ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଓ ଜଗତ୍‌ସିଂହପୁର ଟ୍ରକ ମାଲିକ ସଂଘ ମିଳିତ ଭାବେ ଏକ ଜଏଂଟ ଆସୋସିଏସନ ଗଢ଼ି ଶୃଙ୍ଖଳାକୁ ତଦାରଖ କରିଥାନ୍ତି । ପ୍ରତ୍ୟହ ଏହାର କର୍ମକର୍ତାମାନେ ୧) ସକାଳ ୮ଟାରୁ ରାତ୍ର ୮ ଏବଂ ୨) ରାତ୍ର ୮ଟାରୁ ସକାଳ ୮ଟା ୨ଟି ସିପ୍ଟରେ ରାଜପଥର ବିଭିନ୍ନ ସ୍ଥାନରେ ଜଗି ରହି ଡ଼୍ୟୁଟି କରିଥାନ୍ତି । ସେହି ଅନୁଯାୟୀ ୰ ମହାପାତ୍ର ଗତ କାଲି ରାତ୍ରୀ ଡ଼୍ୟୁଟିରେ ଥିଲେ । ଏ ସଂର୍ପକରେ ପାରାଦୀପ ଗଡ଼ ସ୍ଥିତ ଲକ୍ ଥାନାରେ କୈାଣସି ସୂଚନା ନ ଥିବାର ଥାନା ଆଇ.ଆଇ.ସି ପ୍ରଭାସ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close