ରମାପୁର-ବୃଦ୍ଧଲିଙ୍ଗ ମଝିରେ କେଲୁଅ ନଦୀ ବନ୍ଧରେ ୧୦୦ ମିଟର ଓସାର ଘାଇ, ଲୋକେ ଆତଙ୍କିତ

ପଟୁଣିଆ, ୨୯/୦୮: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ରମାପୁର-କାଏମା କେଲୁଅ ନଦୀ ବନ୍ଧର ବୃଦ୍ଧଲିଙ୍ଗ ଛକ ନିକଟରେ ଗତ କାଲି ରାତ୍ରୀ ପ୍ରାୟ ୧୦ଟାରେ ୧୦୦ ମିଟର ଓସାରର ଏକ ଘାଇ ସୃଷ୍ଟି ହେବା ଫଳରେ ପ୍ରଖର ବେଗରେ କେଲୁଅ ନଦୀର ବନ୍ୟା ଜଳ ମଧ୍ୟ ରାତ୍ରରେ ପାଟ ମଧ୍ୟରେ ପ୍ରବେଶ କରି ବିସ୍ତୀର୍ଣ୍ଣ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । କୋତପୁର, ପଟୁଣିଆ, କଂଟିଗଡ଼ିଆ, ପାଟପୁର, ମିର୍ଜାପୁର ଆଦି ପଂଚାୟତର ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି । ପାଚିଲା ବିଓଳି ଧାନ, ପନିପରିବା, ଆଖୁ, ନଳିତା, ଶାରଦ ଧାନ ଆଦିରେ ବନ୍ୟା ଜଳ ଲହଡି ମାରୁଛି । ଶସ୍ୟ ଓ ପନିପରିବା ଚାଷ ପଚି ଯାଇ ନଷ୍ଟ ହୋଇଯାଇଛି । ଏଣେ ଗୋରୁ ଗାଈଙ୍କ ଦୁଃଖ ସବୁଠୁ ବେଶି ବଳି ଯାଇଛି । ସରକାର ତୂରନ୍ତ ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ତୁରନ୍ତ ରିଲିଫ୍ ସାମଗ୍ରୀ, ଗୋ-ଖାଦ୍ୟ ଯୋଗାଇ ଦେବା ସହ ବନ୍ୟା ପରେ ଘର ଭଂଗା ସାହାଯ୍ୟ ସହ ଆଗାମୀ ଚାଷ ପାଇଁ ଆବଶ୍ୟକୀୟ ସହଯୋଗ ସହ ଯୋଗାଯୋଗ ବିଛିନ୍ନ କରିଦେଇଥିବା ଏହି ଘାଇକୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବାକୁ ବହୁ ସ୍ଥାନୀୟ ଅଧିବାସୀ ଦାବୀ କରିଛନ୍ତି । ଅବଶ୍ୟ ଆଜି କେଲୁଅ ନଦୀର ଜଳ ସ୍ତର ହ୍ରାସ ପାଉଥିବାରୁ ପଟୁଣିଆ ପଂଚାୟତରେ ମହାନଦୀର ପ୍ରଶାଖା ଗେଙ୍ଗୁଟି ନଦୀରେ ଆସୁଥିବା ମହାବନ୍ୟାର ଆଶଙ୍କାରେ ଆଶଙ୍କିତ ଥିବା ପଂଚାୟତବାସୀଙ୍କ ସହ ଆଖପାଖ ଅଂଚଳର ଅଧିବାସୀ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି । କୁହାଯାଏ କେଲୁଅ ବଢ଼ିଲେ ଅତି ବେଶିରେ ଅଢ଼େଇ ଦିନ ମାତ୍ର ଗେଙ୍ଗୁଟି ସପ୍ତାହ ସପ୍ତାହ ଧରି ସମସ୍ୟା ସୃଷ୍ଟି କରିଥାଏ । କେଲୁଅ ନଦୀ ବନ୍ଧରେ ଘାଇ ହେବା ଦ୍ୱାରା ଏହି ଦ୍ୱିପାଂଚଳରେ ଗମନାଗମନ ବିଛିନ୍ନ ହେବା ସହ ନାହିଁ ନ ଥିବା ଅବସ୍ଥା ସୃଷ୍ଟି ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close