ଜିଲ୍ଲା କଂଗ୍ରେସ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ଓ ଆଜାଦୀ କୀ ଅମୃତ ମହୋତ୍ସବ ପାଳିତ


ଯାଜପୁର,୧୬/୮: ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଉପଲକ୍ଷେ ଆଜାଦୀ କି ଅମୃତ ମହୋତ୍ସବ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ତାଙ୍କ ପ୍ରତି ଗଭୀର ଶ୍ର୍‌ଦ୍ଧାଜ୍ଞଳି ଜ୍ଞାପନ କରିବା ସହ ଦେଶର ଗରିବ,ମଜଦୁର ଏବଂ ଦଳିତ ଓ ନିଷ୍ପେସିତ ଜନସାଧାରଣଙ୍କ ଜୀବନ ଧାରଣ ମାନ ଉନ୍ନତ କରିବା ସଂଗେସଂଗେ ଖାଦ୍ୟ,ବସ୍ତ୍ର ଓ ବାସଗୃହର ଅଧିକାର ଦେବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଥମ କର୍ତବ୍ୟ ହେବା ଏବଂ ଭାରତବର୍ଷକୁ ସ୍ୱାବଲମ୍ବୀ ଓ ଅର୍ଥନୈତିକ ସମୃଦ୍ଧ କରିବା ପାଇଁ ସେମାନେ ସଂକଳ୍ପ ନେବା ଉଚିତ ବୋଲି କହିଥିଲେ । ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଛକ ଠାରେ ମହାତ୍ମାଗାନ୍ଧୀ ଓ ବାରୁଣୀ ପଡିଆ ଠାରେ ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରାଯିବା ସହ ରାମଧୂନ କରାଯାଇଥିଲା । ଉତ୍ସବରେ ଅଂଚଳ ଦାସ, ବଳଭଦ୍ର ଦାସ, ଭାସ୍କର ମହାନ୍ତି,ବିଭୂତି ମହାପାତ୍ର,ବିଳାସ ରାଉତରାୟ, ପ୍ରତିମା କର, ଆଲୋକ ବେହେରା,ସୁଦିପ କର, ହୃଷିକେଶ ପତି,ନାରାୟଣ ସାମନ୍ତ,ଦୁର୍ଯ୍ୟୋଧନ ବେହେରା,ଅବଦୁଲ ସଲିମ ଖାଁ,ସନ୍ତୋଷ ବେହେରା,ସଂଗ୍ରାମ ସାହାଣୀ,ହୃଷିକେଶ ଜେନା,ଅକ୍ଷୟ ଶତପଥୀ, ନକୁଳଦେବସାହୁ, ଅନୀଲ ମହାନ୍ତି,ଗୋବିନ୍ଦ ସାହୁ,ରଘୁନାଥ ସାହୁ,ବିଦ୍ୟାଧର ବାରିକ, ଅମୂଲ୍ୟ ବିଶ୍ୱାଳ,ଦିଲୀପ କୁମାର ପତି, ବିଜୟ ମହାପାତ୍ର,ପ୍ରଦୀପ ବେହୁରିଆ, ଗଜେନ୍ଦ୍ର ସେଠୀ,ନୃସିଂହ ସାହୁ, ସନ୍ତୋଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ ଧନ୍ୟବାଦ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close