ଧର୍ମଶାଳାରେ ପାହାଡ ମହାଦୁର୍ନିତି ନେଇ ବଢୁଛି ଜନ ଅସନ୍ତୋଷ

ଧର୍ମଶାଳା, ୨୬/୦୮: ଯାଜପୁର ଜିଲ୍ଲାର ଧର୍ମଶାଳା ସର୍ବଦା ପାହାଡ ମହାଦୁର୍ନିତି ନେଇ ରାଜ୍ୟରେ ଚର୍ଚ୍ଚାରେ ରହିଛି । ଏଠାରେ ଗୋଟିକ ପରେ ଗୋଟିଏ ପାହାଡ ମାଟିରେ ମିଶିବାକୁ ଯାଉଛି । ସରକାରଙ୍କ କୋଟି କୋଟି ଟଙ୍କାର କଳାପଥର ସ୍ପଷ୍ଟ ଦିବାଲୋକରେ ହରିଲୁଟ ହେଉଛି । ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ବାରମ୍ବାର ତାଗିଦ, ୫-ଟି ବ୍ୟବସ୍ଥା ସବୁକିଛି ପଥର ମାଫିଆ ଏବଂ ଏହି ବେଆଇନ କାର୍ଯ୍ୟକୁ ସୁରକ୍ଷା ଦେଉଥିବା କ୍ଷମତାଶାଳୀଙ୍କ ଚାପରେ ଚାପି ହୋଇ ଯାଉଛି ବୋଲି ଅନେକ ଧରିନେଇଛନ୍ତି । ତେବେ ଏଥିନେଇ ଦିନକୁ ଦିନ ବୃଦ୍ଧି ପାଉଥିବା ଜନଅସନ୍ତୋଷ ଏବେ ଭିନ୍ନ ମୋଡ ନେବାରେ ଲାଗିଛି ।
ଏବେ ଖୋଲାଖୋଲି ଭାବେ ଜନସ୍ୱାର୍ଥ ଓ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ପ୍ରଶାସନିକ ଜନଶୁଣାଣୀରେ ବେଆଇନ ପଥର ବ୍ୟବସାୟକୁ ଟାର୍ଗେଟ କଲାପରେ ଧର୍ମଶାଳାରେ ଏହି ଅସନ୍ତୋଷ ଅଧିକ ତୀବ୍ର୍ର ହେବାରେ ଲାଗିଛି । ଆଜି ଧର୍ମଶାଳା ଭବନରେ ଆରୁହା ଏବଂ ବାଜବାଟୀ ପାହାଡ ଲିଜ ପାଇଁ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀରେ ସରକାରଙ୍କ ରାଜସ୍ୱ ଆୟ ଲକ୍ଷକୁ ସଫଳ ରୂପାୟନ କରିବାର ଥିଲେ ପ୍ରଥମେ ପାହାଡରୁ ବେଆଇନ ଭାବେ ମାଇନିଂ ପ୍ଲାନକୁ ଉଲଂଘନ କରି ଲୁଟ ହୋଇଥିବା କଳାପଥର ନେଇ ଇଜିରାଦାରଙ୍କ ଠାରୁ କିମ୍ବା ବେଆଇନ ପଥର ଚୋରଙ୍କ ଠାରୁ ଆଦାୟ କରିବା ପାଇଁ ସତୀଶ ଦାବୀ କରିଥିଲେ । ନୋଚେତ୍ ସେ ସମୟରେ ଥିବା ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ ଉତରଦାୟୀ କରିବାକୁ ଦାବି କରିଥିଲେ । ସତୀଶ କହିଥିଲେ ଯେ, ପାହାଡରେ ହୋଇଥିବା ସମୁଦ୍ର ପରି ଗାତକୁ ପ୍ରଥମେ ପୋତାଯାଉ, ସେହି ଅଂଚଳର ବିକାଶ ପାଇଁ ପଥର ବ୍ୟବସାୟୀମାନେ କେତେ ଖର୍ଚ୍ଚ କରିଛନ୍ତି ତାହା ଅନୁଧ୍ୟାନ କରାଯାଉ, କାର୍ଯ୍ୟରତ ଶ୍ରମିକଙ୍କୁ ନିଯୁକ୍ତି ପତ୍ର ଦିଆଯାଇ ସେମାନଙ୍କୁ ଶ୍ରମିକ ଭାବେ ସମସ୍ତ ସୁବିଧା ସୁଯୋଗ କାହିଁକି ଦିଆଯାଉ ନଥିଲା ତା’ର ଅନୁଧ୍ୟାନ କରାଯାଉ, ବଡ ବଡ ଟ୍ରାନ୍ସପୋର୍ଟରଙ୍କ ଗାଡି ଧରାଯାଉ ନ ଥିବା ବେଳେ ଘରର ସୁନା ବନ୍ଧା ପକାଇ ଖଣ୍ଡେ ଅଧେ ଟ୍ରକ କରିଥିବା ବ୍ୟକ୍ତିଙ୍କ ଟ୍ରକକୁ କାହିଁକି ଧରାଯାଉଛି, ପଥର ଲିଜ ଆଣି ହଜାର ହଜାର ଟ୍ରିପ ମାଟି ଚୋରୀ କରାଯିବା, ନିକଟସ୍ଥ ଜମିରେ ବ୍ଲାଷ୍ଟିଂ ଓ ପ୍ରଦୂଷଣରେ ବ୍ୟାପକ କ୍ଷତି ହେବା, ଭୂତଳ ଜଳ ବ୍ୟାପକ ପ୍ରଦୂଷିତ ହେବା ଏବଂ ଲୋକେ ବିଭିନ୍ନ ପ୍ରକାର ରୋଗରେ ଏହାର ପ୍ରଭାବରେ ମୃତ୍ୟୁ ବରଣ କରିବା ନେଇ ପ୍ରଥମେ ଅନୁଧ୍ୟାନ କରାଯାଉ । ଲୋକେ ରାତିରେ ୱାଗନ ହୋଲ ବ୍ଲାଷ୍ଟିଂର ପ୍ରଭାବରେ ଘରେ ଶୋଇ ବସି ପାରୁ ନ ଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଅତି ଭୟଙ୍କର ୱାଗନ ହୋଲ ବ୍ଲାଷ୍ଠିଂ କରାଯିବା ଫଳରେ ଲୋକଙ୍କ ଘରଦ୍ୱାର ଫାଟିଯିବା ନେଇ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥିନେଇ ରାଜ୍ୟର ସର୍ବୋଚ୍ଚ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶକୁ ସ୍ଥାନୀୟ ପ୍ରଶାସକ ଚାପି ଦେବା ନେଇ ସତୀଶ ଅଭିଯୋଗ କରିବା ସହ ଅତିରିକ୍ତ ଜିଲ୍ଲାପାଳ ଓ ଧର୍ମଶାଳା ତହସିଲଦାରଙ୍କୁ ଏଥିନେଇ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଉପସ୍ଥିତ ଅଧିକାରୀମାନେ ନିଷ୍ଠାପର ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନର ପ୍ରତିଶୃତି ଏବଂ ୫-ଟି ଏ କ୍ଷେତ୍ରରେ ପାଳନ ହେଉ ନ ଥିବାରୁ ଜନ ଅସନ୍ତୋଷ ବଢିବା ସହ ସରକାରଙ୍କ ସ୍ୱାର୍ଥ ରକ୍ଷା ହେଉ ନ ଥିବା ନେଇ ସତୀଶ କ୍ଷୋଭ ପ୍ରକାଶ କରିଥିଲେ ।
ଏଥି ପୂର୍ବରୁ ମହିସରାରେ ରାଜ୍ୟର ବହୁ ଚର୍ଚ୍ଚିତ ଡଙ୍କାରୀ ଏବଂ ରାହାଡପୁର ପାହାଡ ଲିଜ ନେଇ ଅନୁଷ୍ଠିତ ଜନଶୁଣାଣୀରେ ସତୀଶ ବେଆଇନ ପଥର ବ୍ୟବସାୟ, ସରକାର ତଥା ଜନସ୍ୱାର୍ଥ ବ୍ୟାଘାତ ହେବା ନେଇ ସିଧା ସଳଖ ପ୍ରଶାସନ ଉପରେ ବର୍ଷିବା ପ୍ରସଙ୍ଗ ସମଗ୍ର ଜିଲ୍ଲାରେ ଏବଂ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଡଙ୍କାରୀରେ ପ୍ରସ୍ତାବିତ ତୈଳ ପ୍ରକଳ୍ପ ପାଇଁ ଡଙ୍କାରୀରେ ବ୍ଲାଷ୍ଠି ବନ୍ଦ ପାଇଁ କେନ୍ଦ୍ରର ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବା ପରେ ବି କେନ୍ଦ୍ର ଚୁପ ରହିଲା । ଏଣେ ଜାତୀୟ ସ୍ୱାର୍ଥାକୁ ବ୍ୟାଘାତ କରିବାକୁ ଡଙ୍କାରୀରୁ ପାହାଡ ଉତୋଳନକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ସେ ଅଭିଯୋଗ କରିଥିଲେ । ଏଠାରେ କୋଟି କୋଟି ଟଙ୍କାର ଅଧିକ ପଥର ଉତୋଳନ ନେଇ ହୋଇଥିବା ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଚାପି ଦେଇ ସଧାସଳଖ ରାଜ୍ୟ ସରକାରଙ୍କ ବହୁ କୋଟି ଟଙ୍କାର ରାଜସ୍ୱ କ୍ଷତି ପାଇଁ ପ୍ରାୟୋଜିତ ବାଟ ତିଆରି କରିଛନ୍ତି ବୋଲି ସତୀଶ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜଣେ ଅନୁଗତ ଭାବେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ପ୍ରତିଶୃତିର ରକ୍ଷା ପାଇଁ ଏଭଳି ଭ୍ରଷ୍ଟାଚାରକୁ ବିରୋଧ କରାଯିବ ବୋଲି ଏହି ଜନଶୁଣାଣୀରେ ମତ ରଖିବା ବେଳେ ଲୋକେ ଏହାକୁ ସମର୍ଥନ କରିଥିବାର ଦେଖାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close