ଯାଜପୁରରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

ଯାଜପୁର, ୨୬ା୮: ବୈତରଣୀ ନଦୀର ଊପର ମୁଣ୍ଡରେ ଗତ ଦୁଇ ଦିନ ଧରି ପ୍ରବଳ ଲଗାଣ ବର୍ଷା କାରଣରୁ ବୈତରଣୀରେ ଏକ ବଡ ଧରଣର ବନ୍ୟାର ଆଶଙ୍କା ସୃଷ୍ଟି ହୋଇଥିବା ସଂପର୍କରେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ସତର୍କ କରାଇଚ୍ଥନ୍ତି । ତେଣୁ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ବୁଧବାର ଅପରାହ୍ନରେ ଓସୱାନ ହଲ ଠାରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈତରଣୀ ଓ ଏହାର ଶାଖା ନଦୀମାନଙ୍କରେ ଏକ ବଡ ବନ୍ୟାର ଆଶଙ୍କା ରହିଥିବାରୁ ପ୍ରତ୍ୟେକ ବିଭାଗ ସଜାଗ ରହିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିର ଅନୁଧ୍ୟାନ ନିମିତତ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଳ୍‌କର ଦାୟିତ୍ୱ ପ୍ରଦାନ କରାଯାଇଚ୍ଥି । ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ଯାଜପୁର ବ୍ଳ୍‌କ, କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ କୋରେଇ ବ୍ଳ୍‌କ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକଙ୍କୁ ବିଂଝାରପୁର ବ୍ଳ୍‌କ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ବରୀ ବ୍ଳକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଦଶରଥପୁର ବ୍ଳ୍‌କର ଦାୟିତ୍ୱ ଦିଆଯାଇଚ୍ଥି । ସେହିପରି ଟ୍ରେନିଂରେ ଥିବା ଓ.ଏ.ଏସ୍‌. ଏବଂ ଓ.ଆର.ଏସ୍‌. ଅପିଂସରମାନଙ୍କୁ ମଧ୍ୟ ବିଂଝାରପୁର, ଦଶରଥପୁର, ବରୀ. କୋରେଇ ଓ ଯାଜପୁର ବ୍ଳ୍‌କ ଦାୟିତ୍ୱରେ ରଖାଯାଇଚ୍ଥି । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପଶୁ ଚିକିତ୍ସାଧିକାରୀଙ୍କୁ ଗୋ-ଖାଦ୍ୟ, ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଜୀବନ ରକ୍ଷାକାରୀ ଔଷଧ ଓ ସାପ କାମୁଡା ପ୍ରତିହତ ଆଣ୍ଟିଭେନମ୍ ଟିକା ପ୍ରସ୍ତୁତ କରି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥି । ସେହିପରି ସମସ୍ତ ଅଙ୍ଗନୱାଡି ଓ ଆଶାକର୍ମୀମାନଙ୍କୁ ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥି । ପାନୀୟ ଜଳ ଯୋଗାଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଅପରପକ୍ଷରେ ଜିଲ୍ଲାରେ ଗୋଟିଏ ଓଡ୍ରାପଂ ଟିମ୍ ଥିବା ବେଳେ ଅନ୍ୟ ଏକ ଏନ୍‌.ଡି.ଆର.ଏପଂ ଟିମ୍‌କୁ ରାଜ୍ୟ ସ୍ତରରୁ ମଗାଯାଇଚ୍ଥି । ଅଗ୍ନିଶମ ବିଭାଗକୁ ମଧ୍ୟ ପରିସ୍ଥିତିର ସମ୍ମୁଖୀନ ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଚ୍ଥି । ବ୍ଳକ, ଜିଲ୍ଲାସ୍ତର ଓ ଲାଇନ ଡିପାର୍ଟମେଣ୍ଟର ନିୟନ୍ତ୍ରଣ କକ୍ଷକୁ ଅହୋରାତ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି । କୈାଣସି ଅଧିକାରୀ ବା କର୍ମଚାରୀ ଏହି ସମୟରେ ହେଡକ୍ୱାର୍ଟର ନ ଚ୍ଥାଡିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପରପକ୍ଷରେ ଜିଲ୍ଲାରେ ଅନ୍ୟ ବ୍ଳକରେ କାର୍ଯ୍ୟରତ ଡଙ୍ଗା ଚାଳକ ଓ ଖଲାସୀମାନଙ୍କୁ ଅଧିକ ପ୍ରଭାବିତ ହେବାକୁ ଥିବା ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଓ କୋରେଇ ବ୍ଳ୍‌କ ଅଧିନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ବ୍ଳ୍‌କରେ ୧୪୮ମିଲି ମିଟର, ବିଂଝାରପୁରରେ ୧୬୬.୨ ମିଲି ମିଟର, ଦଶରଥପୁରରେ ୧୨୧.୨ ମିଲି ମିଟର, କୋରେଇରେ ୯୦.୨ ମିଲି ମିଟର, ଦାନଗଦୀରେ ୮୦ ମିଲି ମିଟର, ସୁକିନ୍ଦାରେ ୭୮ ମିଲି ମିଟର, ରସୁଲପୁରରେ ୧୦୬.୪ ମିଲି ମିଟର, ଧର୍ମଶାଳାରେ ୧୧୪ ମିଲି ମିଟର, ବଡଚଣାରେ ୧୦୦ ମିଲି ମିଟର ଓ ବରୀରେ ୧୪୬.୪ ମିଲି ମିଟର ବର୍ଷା ହୋଇଚ୍ଥି । ବୈତରଣୀର ଉପରମୁଣ୍ଡ ପଡ଼ୋଶୀ କେନ୍ଦୁଝରରେ ୧୫୮.୪ ମିଲି ମିଟର, ଆନ୍ଦପୁରରେ ୧୦୮.୮ ମିଲି ମିଟର, ସ୍ୱାମପାଟଣାରେ ୧୭୬.୪ ମିଲି ମିଟର, ଚମ୍ପୁଆରେ ୨୦୧ ମିଲି ମିଟର, ଠାକୁରମୁଣ୍ଡାରେ ୧୬୦ ମିଲି ମିଟର ଓ ଆଖୁଆପଦାରେ ୮୧.୬ ମିଲି ମିଟର ବର୍ଷା ରେକର୍ଡ ହୋଇଚ୍ଥି । ସଂଧ୍ୟା ୬ ଘଟିକା ସୁଦ୍ଧା ଆନନ୍ଦପୁରରେ ଜଳ ପତନ ୪୦.୧୬ ମିଟର ଥିବାବେଳେ ସେଠାରେ ବିପଦ ସ୍ତର ୩୮.୩୮ ମିଟର ରହିଅଚ୍ଥି । ଆଖୁଆପଦାରେ ଜଳ ସ୍ତର ୧୮.୭୫ ମିଟର ଥିବା ବେଳେ ବିପଦ ସଂକେତ ସ୍ତର ୧୭.୮୩ ମିଟର, ବଲ୍ଲଭୀ ଘାଟର ଜଳ ସ୍ତର ୧୩.୩୪ ମିଟର ଥିବାବେଳେ ଏଠାରେ ବିପଦ ସ୍ତର ୧୩.୩୪ ମିଟର ଓ ଦଶରଥପୁରରେ ଜଳ ସ୍ତର ୧୧ ମିଟର ଥିବାବେଳେ ବିପଦ ସ୍ତର ୯.୫୨ ମିଟର ରହିଚ୍ଥି । ବନ୍ୟା ଜଳ ବିପଦ ସଂକେତର ଉର୍ଦ୍ଧରେ ପ୍ରବାହିତ ହେଉଛି ।
ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଚ୍ଥି ଓ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଚ୍ଥି । ତେଣୁ ଲୋକମାନେ ଭୟଭୀତ ନ ହୋଇ ସତର୍କ ଓ ସଜାଗ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଚ୍ଥନ୍ତି । ବିଶେଷ କରି ଖାଲୁଆ, ଚାଳ ଚ୍ଥପର ବା ମାଟିଘରେ ରହିଥିବା ବ୍ୟକ୍ତି ବିଶେଷ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଚ୍ଥି । ସେହିପରି ସମସ୍ତ ଲୋକ ପ୍ରତିନିଧିମାନେ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହଯୋଗ କରିବା ସହ ଲୋକମାନଙ୍କୁ ସାହସ ଦେବାକୁ ଜିଲ୍ଲାପାଳ ଅନୁରୋଧ କରିଚ୍ଥନ୍ତି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଆଇ.ଏ.ଏସ୍ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ  ସନ୍ତୋଷ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଭିଡିଓ କନପଂରେନ୍ସ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବି.ଡି.ଓ, ତହସିଲଦାର, ମେଡିକାଲ ଅପିଂସର, ଥାନା ଆଇ.ଆଇ.ସି ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close