ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ପାରାଦୀପ, ୨୫/୦୮(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ଅଂଚଳର ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଜିରୋ ପଏଂଟ ସ୍ଥିତ କାର୍ଯ୍ୟାଳୟ ପରିସରରେ ମିଳିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସାମୁହିକ ସମ୍ବର୍ଦ୍ଧନା ସଭାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକ ନେତା ଶ୍ରୀ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ତାଙ୍କୁ ଦଳୀୟ ସଂଗଠନ ସହ ଆଂଚଳିକ ଉନ୍ନୟନ ଦାୟିତ୍ୱ ପ୍ରଦାନ କରିଥିବାରୁ ଏହି ସଭାରେ ଉପସ୍ଥିତ ଥିବା ବିଭିନ୍ନ ସଂଗଠନର ଛାମୁଆ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଶ୍ରମିକ ନେତା ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଅଭାବ ଅସୁବିଧା ସଂର୍ପକରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସେଗୁଡ଼ିକର ସମାଧାନ ଦିଗରେ ଚେଷ୍ଟିତ ରହି ସଫଳ ହେବେ ବୋଲି ଆଶା ପ୍ରକଟ କରିଥିଲେ । ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ସୈାଜନ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଂଜନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସାଧାରଣ ସଂପାଦକ ରଂଜନ କୁମାର ପଲାଇ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସଂଘ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପାରାଦୀପ ପୈାର ପାଳିକାର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତରାଇ, ରଂଜନ କୁମାର ଦାସ (ଟିକି), ବିଶିଷ୍ଟ ବ୍ୟବସାୟୀ ବଲବୀର ସିଂହ, ସାମ୍ବାଦିକ ଚିତ ସ୍ୱାଇଁ ଓ ବାବୁଲି ରାୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ଶ୍ରମିକ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଓ ଆଂଚଳିକ ଉନ୍ନୟନ ଦାୟିତ୍ୱ ଅର୍ପଣ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିରେ ପାରାଦୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘର ସଭାପତି ଚିନ୍ମୟ ଦାସ, ସଂପାଦକ ମିହିରକାନ୍ତ ସାହୁ, ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ସଭାପତି ଅଭିରାମ ସାମଲ, ସଂପାଦକ ନିରଞ୍ଜନ ସାମଲ, ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ଦାଶ, ସହ-ସଂପାଦକ ନିରଞ୍ଜନ ନାୟକ ପ୍ରମୁଖ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକଙ୍କୁ ଅଶେଷ ଶୁଭେଚ୍ଛା ଜଣାଇବା ସଂଗେ ସଂଗେ ଏକାଧିକ ସଂଗଠନ ପକ୍ଷରୁ ତାଙ୍କୁ ଉତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାଟି କୋଭିଡ଼୍ ନିୟମ ମାନି, ମାସ୍କ ପରିଧାନ କରି ଏବଂ ସାମାଜିକ ଦୂରତ୍ୱ ରକ୍ଷା କରି ଅଳ୍ପ ସଂଖ୍ୟକ ସଭ୍ୟଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଶେଷରେ ଦେବେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close