ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ତାରାପ୍ରସାଦ ବାହିନୀ ପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୪/୦୮: ବିଶ୍ୱ ଓଡ଼ିଆ ମହାସଂଘ ପକ୍ଷରୁ ପବିତ୍ର ଗଣେଶ ଚତୁର୍ଥୀ ଓ ନୂଆଖାଇ ପର୍ବ ଏବଂ ଭାରତର ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓଡ଼ିଶାର ଦୁଇ ବରେଣ୍ୟ ବିଧାୟକଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗତକାଲି ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱ ଓଡ଼ିଆ ମହାସଂଘର କୋଷାଧ୍ୟକ୍ଷ ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ମହାସଂଘର ସଭାପତି ଡା. ସୁରେନ୍ଦ୍ରନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟକୁ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନିତ ଅତିଥି ଭାବେ କୃଷି ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଜ୍ଞାନ ଓ କାରିକରୀ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର, ବିଜେଡିର ବରିଷ୍ଠ ନେତା ତଥା କଟକ-ବାରବାଟୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦେବାଶିଶ ସାମନ୍ତରାୟ, ଓଡ଼ିଶା ପରିବାର ସଦସ୍ୟା ଶ୍ରୀମତୀ ଡେଜାଲିନ୍ ମହାପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ମନ୍ତ୍ରୀ ଡ. ସାହୁ ଗଣେଶ ପୂଜା ଓ ନୂଆଖାଇ ପର୍ବର ଧାର୍ମିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଓଡ଼ିଶାର ଦୁଇ ଶ୍ରେଷ୍ଠ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବା ସଂଗେ ସଂଗେ ବିଶ୍ୱ ଓଡ଼ିଆ ମହାସଂଘର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
ଏହି ଭିଡିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ସ୍ତରରେ ୫୦ ଜଣ ଶ୍ରେଷ୍ଠ ବିଧାୟକଙ୍କ ମଧ୍ୟରେ ସ୍ଥାନ ପାଇଥିବା ଓଡ଼ିଶାର ଦୁଇ ଶ୍ରେଷ୍ଠ ବିଧାୟକ ଯାଜପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଏବଂ ଜୟପୁରର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀ ପତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଯାଜପୁରର ବିଧାୟକ ଶ୍ରୀଯୁକ୍ତ ଦାସ ଏହି ସଫଳତାର ଶ୍ରେୟକୁ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ପ୍ରଦାନ କରିବା ସଂଗେ ସଂଗେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ବାହିନୀ ପତି ଏହି କାର୍ଯ୍ୟକ୍ରମ ପାଇଁ ବିଶ୍ୱ ଓଡ଼ିଆ ମହାସଂଘ ଓ ଏହାର ସଭାପତି ଡା. ସୁରେନ୍ଦ୍ରନାଥ ମହାପାତ୍ରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମହାସଂଘର ପ୍ରକାଶ ରଂଜନ ମଲ୍ଲିକ, ସଂଜୟ ମହାକୁଡ, ରାମକୃଷ୍ଣ ପାଢ଼ୀ, ରୁଦ୍ର ନାରାୟଣ ଦାଶ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ସୋସିଆଲ ମିଡିଆ ସଂଯୋଜକ ସୌମ୍ୟ ସ୍ୱପ୍ନସରିତ ରାଟସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close