ଆନନ୍ଦପୁରର ବିପନ୍ନ ପରିବାରକୁ ସହାୟତା ଦାବୀ

 ଆନନ୍ଦପୁର, 4।9: ଲପୁଚାପ ଜନିତ ବର୍ଷା ଛାଡି ଯାଇଥିବା ବେଳେ ଅନେକ ବିପନ୍ନଙ୍କ ପାଖରେ ଏଯାଏ ପ୍ରଶାସନ ପହଞ୍ଚି ନ ଥିବାର ଜଣାଯାଇଛି  । କରୋନା ସହିତ ବନ୍ୟା ସାଧିଛି ଦାଉ । ଘର ଭାଙ୍ଗିଛି । ଲୋକେ ବେଘର ହୋଇ ପଡେ଼ାଶୀଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି । ଗତ ୨୬ ତାରିଖରୁ ଏଭଳି ଚିତ୍ର ରହିଛି ଘଷିପୁରା ବ୍ଲକ୍ ଅନ୍ତର୍ଗତ  ଗୋହୀରା ପଞ୍ଚାୟତ ମହିଶାବାହାଳି ଗ୍ରାମରେ । ହେଲେ ଏଯାଏ ପହଞ୍ଚିନି ପ୍ରଶାସନ । ଗୋଟିଏ କି ଦୁଇଟି ଘର ନୁହେଁ ୧୦ରୁ ଅଧିକ ଘରର କାନ୍ଥ ଖସି ପଡ଼ିଛି । ସେମାନେ ହେଲେ ଗାଁର ସୁବାସ ନାଇକଙ୍କ ଘରର କାନ୍ଥ ଖସି ପଡ଼ିଛି । ଫଳରେ ପତ୍ନୀ ମୁନି ନାଇକ ଓ ଛୁଆ ପିଲାଙ୍କୁ ଧରି ସୁବାସ ପଡେ଼ାଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ସେହିପରି  ନିମାଇ ନାଇକ, ରଞ୍ଜିତା ନାଇକଙ୍କ ଘରେ ବର୍ଷା ପାଣି ପଶି ଯିବାରୁ କାନ୍ଥ ଭୁଶୁଡ଼ି ପଡ଼ିଛି । ଏହି ଗାଁର ଅଧିକାଂଶ ଲୋକ ମୂଲ ଲାଗୁଥିବା ବେଳେ କିଛି ପରିବାରକୁ ରାସନ୍ କାର୍ଡ ମଧ୍ୟ ମିଳିନାହିଁ । ପ୍ରଶାସନ ତୁରନ୍ତ ଅନୁଧ୍ୟାନ କରି ବିପନ୍ନ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close