“ଉଦୟବଟ ଇ-ନ୍ୟୁଜ୍‌” ସଂପାଦକଙ୍କ ଘରେ ଗଣେଷ ପୂଜା ଅନୁଷ୍ଠିତ

ବ୍ୟାସନଗର, ୨୨/୦୮: ସମ୍ବାଦ ଭିତିକ ପତ୍ରିକା “ଉଦୟବଟ” ଏବଂ “ଉଦୟବଟ ଇ-ନ୍ୟୁଜ୍‌”ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଗୃହରେ ଅଗ୍ରଦେବ ଗଜାନନଙ୍କ ପୂଜା ଆଜି ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଶ୍ରୀ ରାଉତଙ୍କ ଶିଶୁ ପୁତ୍ର କଳିଙ୍ଗ କେଶରୀ ରାଉତ (ଲୀପେଶ) ପୂଜାର କର୍ତା ହୋଇ ପୂଜା ପାଳନର ଧାରାକୁ ବଜାୟ ରଖିଛନ୍ତି । ଶିକ୍ଷାବିଦ୍ ତଥା “ଉଦୟବଟ ଇ ନ୍ୟୁଜ୍‌”ର ସହ-ସଂପାଦକ ପଣ୍ଡିତ୍ ଦୀପକ ରଂଜନ ପାଣିଗ୍ରାହୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । କରୋନା କଟକଣା ଯୋଗୁ ଚଳିତ ବର୍ଷ ଗଣେଷ ପୂଜା ନ ହେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଗଣେଷ ପୂଜା ନ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ହେଲେ ଶେଷରେ ସରକାର କେବଳ ନିଜ ଘରେ ହିଁ ଏହା ଅନୁଷ୍ଠିତ ହୋଇପାରିବ ବୋଲି କହିବା ପରେ ପ୍ରଭୁ ଗଣନାଥଙ୍କ ପୂଜା ବଜାୟ ରଖିବାରେ ଅନେକ ବ୍ୟକ୍ତିବିଶେଷ ଓ ଭକ୍ତ ସକ୍ଷମ ହୋଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close