ପୌର ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମାନୁପାତିକ ଦରମା, ପେନସନ୍, ଫାମିଲି ପେନସନ୍ ଘୋଷଣା କରିବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଅନୁରୋଧ

ଭୁବନେଶ୍ଵର: କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିଧାୟକ, ବିଧାୟିକାମାନଙ୍କର ସମାନୁପାତିକ ଦରମା, ଭତ୍ତା,ପେନସନ୍, ଫାମିଲି ପେନସନ୍ ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ୨୦୧୧ ମସିହା ଠାରୁ ଦାବି କରି ଆସୁଛି । ବିଜେପି ଦଳ ହିଁ କାର୍ଯ୍ୟରତ ଏବଂ ପୂର୍ବତନ ପୌର ପ୍ରତିନିଧି ଏବଂ ପଞ୍ଚାୟତ ପ୍ରତିନିଧି ଯଥା – କାର୍ଯ୍ୟରତ ଏବଂ ପୂର୍ବତନ କର୍ପୋରେଟର, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା,ପଞ୍ଚାୟତ ସମିତି, ସଭ୍ୟ, ସଭ୍ୟା, ସରପଞ୍ଚ, ନାଏବ ସରପଞ୍ଚ ଏବଂ ୱାର୍ଡ୍ ମେମ୍ବର୍ ମାନଙ୍କୁ ସମାନୁପାତିକ ଦରମା, ଭତ୍ତା, ପେନସନ, ଫାମିଲି ପେନସନ୍ କ୍ଷମତା ମର୍ଯ୍ୟାଦା ଦେବାରୁ ବଞ୍ଚିତ କରିଛି । ବିଜେପି ଯୋଗୁ ତୃଣମୂଳ ପ୍ରତିନିଧି ମାନେ ସେମାନଙ୍କର ହକ୍ ପାଇବାରୁ ବଞ୍ଚିତ ହୋଇଛନ୍ତି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଏହି ଦାବି ଉଠାଇବା ପରେ ବିଜେପି ଦଳ ଚେଇଁ ଉଠିଛି । ୧୯୯୦ ମସିହାରେ ବିଜେପି କାହିଁକି ସାଂସଦ, ବିଧାୟକ, ବିଧାୟିକାମାନଙ୍କୁ ମାସିକ ଲକ୍ଷ, ଲକ୍ଷ ଟଙ୍କା ପେନସନ ଓ ଫାମିିଲି ପେନସନ ଦେଲା ଏବଂ ପୌର ପ୍ରତିନିଧି ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବଞ୍ଚିତ କଲା ସେ ସମ୍ବନ୍ଧରେ ବିଜେପି ଦଳ ସ୍ପଷ୍ଟୀକରଣ ଦେଉ, ବିଜେପିର ଏହି ନିଷ୍ପତ୍ତି ଫଳରେ ବହୁ ଦାଗୀ ଅପରାଧି ଏବଂ କୋଟିପତି ମାସିକ ଲକ୍ଷ ଲକ୍ଷ ଟଙ୍କା ପେନସନ ପାଉଥିବା ବେଳେ ତୃଣମୂଳ ପ୍ରତିନିଧିମାନେ ଗରିବ ହେଇଥିଲେ ମଧ୍ୟ ସେମାନଙ୍କର ହକ ପାଇ ପାରୁ ନାହାଁନ୍ତି । ବିଜେପି ଦଳର ଏହି କାର୍ଯ୍ୟକ୍ରମକୁ କଂଗ୍ରେସ୍ ବିଜେଡି ଦଳ ମାନେ ମଧ୍ୟ ସମର୍ଥନ କଲେ । ସାଂସଦ ବିଧାୟକ, ବିଧାୟିକାମାନଙ୍କର ଦରମା, ପେନସନ, ଫାମିଲି ପେନସନ ବୃଦ୍ଧି ବିଧାନସଭାରେ ବିନା ଆଲୋଚନାରେ ସବୁଦଳ ଏକାଠି ହୋଇ ପାସ୍ କରାନ୍ତି । ତୃଣମୂଳ ପ୍ରତିନିଧି ମାନଙ୍କ ପାଇଁ ପଦେ ହେଲେ ମଧ୍ୟ ଦାବି ଉଠାନ୍ତି ନାହିଁ।ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସରକାରକୁ ଆସିଲେ ଆସନ୍ତା ତା ୧-୬-୨୦୨୪ ରିଖ ( ଶନିବାର) ଦିନ ଠାରୁ ସମସ୍ତ ତୃଣମୂଳ ଲୋକ ପ୍ରତିନିଧି ଯଥା – କାର୍ଯ୍ୟରତ ଏବଂ ପୂର୍ବତନ କର୍ପୋରେଟର, କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା,ପଞ୍ଚାୟତ ସମିତି, ସଭ୍ୟ,ସଭ୍ୟା, ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ମାନଙ୍କୁ ସେମାନଙ୍କର ନିର୍ବାଚିତ ତାରିଖ ଠାରୁ ସମାନୁପାତିକ ଦରମା, ପେନସନ, ଫାମିଲି ପେନସନ ଦେବ ବୋଲି ଘୋଷଣା କରିଛି। ତେଣୁ ବିଜେଡି,ବିଜେପି ଓ କଂଗ୍ରେସ ଦଳ ଏହି ବିଷୟରେ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିବାକୁ ଇଣ୍ଡିଆନ୍  ସିଟିଜେନସ୍ ପାର୍ଟି ପକ୍ଷରୁ ସଭାପତି ରମେଶ ଚନ୍ଦ୍ର ରାଉତ ଆହ୍ଵାନ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close