ଜଗତପୁର-ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ୧୦୦ ଫୁଟର ଘାଇ, ବିଭିନ୍ନ ମହଲରେ ତଦନ୍ତ ଦାବୀ

ମାହାଙ୍ଗା, ୨୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): କଟକର ଜଗତପୁରରୁ ବାହାରିଥିବା ଜଗତପୁର-ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ୧୦୦ ଫୁଟର ଘାଇ, ବିଭିନ୍ନ ମହଲରେ ତଦନ୍ତ ଦାବୀମୁଣ୍ଡାଇ କେନାଲ ବନ୍ଧର ତ୍ରିବେଣୀଶ୍ୱର ବଜାର ଠାରେ ଗତ କାଲି ମଧ୍ୟରାତ୍ରରେ ଅଚାନକ ଏକ ୧୦୦ ଫୁଟର ବିରାଟ ଘାଇ ସୃଷ୍ଟି ହେବାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଛି । କେହି କେହି ଏହାକୁ କୃତିମ ଭାବେ ଅସାଧୂ ଉଦ୍ଦେଶ୍ୟରେ କରାଯାଇଛି ବୋଲି କହୁଛନ୍ତି । କାରଣ ଘାଇ ପରେ ତୁରନ୍ତ ମରାମତି ଠିକା କାମରୁ ମୋଟା ଦି ପଇସା ମିଳିବ । ନେତା ଓ ଯନ୍ତ୍ରୀଙ୍କ ହାତ ଚିକ୍କଣ ବି ହେବ । ସୁଚନାଯୋଗ୍ୟ, ଖରିଫ ଡ଼େରି କିଶମ ଧାନ ଜମିକୁ ପାଣି ଯୋଗାଇ ଦେବା ପାଇଁ କେନାଲରେ ପାଣି ଛଡ଼ାଯାଇଛି । କେନାଲର ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ଓ ଯନ୍ତ୍ରୀମାନେ ବି ଅଛନ୍ତି । ହେଲେ କେଉଁ ପରିସ୍ଥିତିରେ ଏପରି କିପରି ଘଟିଲା ବୋଲି ଚର୍ଚ୍ଚା ହେଉଥିବା ବେଳେ କୃତିମ ଭାବେ ଘାଇ ସୃଷ୍ଟି କରିଥିବା ଲୋକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି । ଏହି କୃତିମ ଘାଇ ଯୋଗୁ ୦୬ଟି ଦୋକାନ ଘର ଭାସି ଯାଇଥିବାରୁ ସେମାନଙ୍କ ବହୁ କ୍ଷୟକ୍ଷତି ହୋଇଛି । କୁଆଁପାଳ-ଗୋପୀନାଥପୁର ପୂର୍ତ ବିଭାଗ ରାସ୍ତା ବିଛିନ୍ନ ହୋଇଯାଇଛି । ଘଟଣାସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ପହଚିଂ ଘଟଣାର ତଦାରଖ କରିବା ସହ ମରାମତି କାର୍ଯ୍ୟକୁ ଯୋରସୋରରେ ଚଳାଇଛନ୍ତି । ସ୍ଥାନୀୟ ଉଷ୍ଣତା ଏଡ଼ାଇବା ପାଇଁ ପୋଲିସ ଘଟଣାସ୍ଥଳରେ ମହଜୁଦ ରହିଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close