ଯାଜପୁର ଲୋକସଭା ଆସନ: ପୂର୍ବତନ ସାଂସଦ ଅଂଚଳ ଦାସ ହେଲେ କଂଗ୍ରେସ ପ୍ରାର୍ଥୀ

ଯାଜପୁର,୧୪/୦୪(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ସଂରକ୍ଷିତ ଲୋକସଭା ଆସନ ପାଇଁ କଂଗ୍ରେସ ପୂର୍ବତନ ସାଂସଦ ଅଂଚଳ ଦାସଙ୍କ ନାମ ଗତକାଲି ଘୋଷଣା କରିଛି । ପୂର୍ବରୁ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ରବି ନାରାୟଣ ବେହେରାଙ୍କୁ ଏଥର ପ୍ରାର୍ଥୀ କରିଛି । ୩ ମୁଖ୍ୟ ରାଜନୈତିକ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଯିବା ପରେ ଏବେ ସେମାନଙ୍କ ପ୍ରଚାର ଉପରେ ଭୋଟରଙ୍କ ନଜର ରହିବ । ପ୍ରକାଶଥାଉକି, କଂଗ୍ରେସ ପ୍ରାର୍ଥୀ ଅଂଚଳ ଦାସ ୧୯୯୬ ନିର୍ବାଚନରେ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ପୁରୁଖା ନେତା ଶ୍ରୀ ଦାସ ୨୮ ବର୍ଷ ପରେ ଏବେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି । ଉଭୟ ବିଜେଡ଼ି ଓ ବିଜେପି ସାଂସଦ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରି ଦେଲେଣି । ମାତ୍ର ଜିଲ୍ଲାର ତିନିଟି ବିଧାନସଭା ଆସନ କୋରେଇ, ବରୀ ଓ ବଡ଼ଚଣାରେ ବିଜେଡ଼ି ପ୍ରାର୍ଥୀ ଦେଇନଥିବା ବେଳେ ବିଜେପି ମଧ୍ୟ ବରୀରେ ପ୍ରାର୍ଥୀ ଦେଇ ନଥିବାରୁ ସାଂସଦ ପ୍ରାର୍ଥୀମାନେ ଏହି ଆସନଗୁଡ଼ିକରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ପାରି ନାହାନ୍ତି । ଏଠାରେ ଦଳ କାହାକୁ ପ୍ରାର୍ଥୀ କରିବ ଚୂଡ଼ାନ୍ତ ହୋଇ ନଥିବାରୁ ସାଂସଦ ପ୍ରାର୍ଥୀମାନେ ଆଶାୟୀମାନଙ୍କ ଠାରୁ ସୁରକ୍ଷିତ ଦୂରତା ରକ୍ଷା କରୁଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close