ବ୍ୟାସନଗର ତିନି ନମ୍ବର ୱାର୍ଡ ର ସିବାନନ୍ଦ ନଗରରେ କୁତ୍ରିମ ବନ୍ୟା ,ଘରେ ପଶୁଛି ପାଣି

ବ୍ୟାସନଗର: ୧୫/୮(ନି.ପ୍ର): ଗତକାଲି ରାତିରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ବ୍ୟାସନଗର ପୋୖରାଞ୍ଚଳର ତିନି ନମ୍ବର ୱାର୍ଡ  ଶିବାନନ୍ଦ ନଗରର ରାସ୍ତା ବୁଡି ଘରେ ପାଣି ପସିଛି। ବର୍ଷା ଜଳ ଘରେ ପଶିବାରୁ ଲୋକମାନେ ନାହିଁନଥିବା ହନ୍ତସନ୍ତ ହୋଇଛନ୍ତି। ସାପ ଏବଂ ଅନ୍ୟ ସରୀସୃପମାନେ ଘରେ ପସିଯାଉଥିବାରୁ ଲୋକେ ଆଶଙ୍କିତ ଅଛନ୍ତି।

ପ୍ରକାଶଯୋଗ୍ୟ, ଏହି ରାସ୍ତାକୁ ଉଚା କରିବା ସହ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବା ପାଇଁ ବିଗତ ପ୍ରାୟ ତିନି ବର୍ଷ ଧରି ସମାଜସେବୀ ଉପେନ୍ଦ୍ର ନାଥ ମହାନ୍ତିଙ୍କ ସମେତ ଅନ୍ୟ ବହୁ ଅଧିବାସୀ ଦାବି କରିଆସୁଥିଲେ ହେଁ ପୋୖରପ୍ରଶାସନ ଓ ନେତା ଏହାକୁ ଅଣଦେଖା କରିଆସୁଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close