ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟକୁ ସୁଚାରୁ ରୂପେ ମୁକାବିଲା ଓ ପରିଚାଳନା ପୂର୍ବକ ତାଲିମ ଓ ଅଭ୍ୟାସ ପ୍ରଦର୍ଶନଜନିତ ଜିଲ୍ଳ୍‌ା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,୦୯ା୦୬ : ଆଜି ପୂର୍ବାହ୍ନରେ ଜିଲ୍ଳ୍‌ା ଜରୁରୀ ବିଭାଗ ଆନୁକୂଲ୍ୟରେ ଜିଲ୍ଳ୍‌ାପାଳଙ୍କ ଓସ୍‌ୱାନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଳ୍‌ା୍‌ପାଳ (ରାଜସ୍ୱ) ଡଃ ଦିବ୍ୟ ଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟକୁ ସୁଚାରୁ ରୂପେ ମୁକାବିଲା ଓ ପରିଚାଳନା ପୂର୍ବକ ତାଲିମ ଓ ଅଭ୍ୟାସଗତ ପ୍ରଦର୍ଶନଜନିତ ଜିଲ୍ଳ୍‌ା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଊକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍‌ା ପରିଷଦ ଅଶୋକ କୁମାର ବେଉରିଆ, ଉପ-ଜିଲ୍ଳାପାଳ ଗୋପୀନାଥ କୁଅଁର, ଜିଲ୍ଳ୍‌ା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ବୈଠକରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
    ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍‌ାପାଳ ଡଃ ମହାନ୍ତ କହିଲେ ଯେ, ବିଭିନ୍ନ ବିପର୍ଯ୍ୟୟ ଆସିଲେ କିଭଳି ସପଂଳ ଭାବେ ମୁକାବିଲା କରି ଧନ ଜୀବନକୁ ସୁରକ୍ଷା ଦେବା ନିମନ୍ତେ ତୃଣମୂଳ ସ୍ତର ଠାରୁ ଜିଲ୍ଳ୍‌ା ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ, ତାହା ଆଜିର ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ । ଆସନ୍ତା ତା ୧୮ା୦୬ା୨୦୨୩ ରିଖ ସମସ୍ତ ବ୍ଳ୍‌କ ମୁଖ୍ୟାଳୟ, ପୈାରାଞ୍ଚଳ ମୁଖ୍ୟାଳୟ ଏବଂ ଜିଲ୍ଳ୍‌ା ସଦର ମହକୁମା ଠାରେ ବନ୍ୟା, ବାତ୍ୟା ଭଳି ଆକସ୍ମିକ ଦୁର୍ବିପାକକୁ ସପଂଳ ଭାବେ ମୁକାବିଲା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଜିରୋ କାଜୁଆଲିଟି ଯେଭଳି ବଜାୟ ରହିବ ସେଥିପାଇଁ ସଂପୃକ୍ତ କର୍ମଚାରୀ ମାନଙ୍କୁ ପ୍ରାକ୍ ପ୍ରସ୍ତୁତି ନିମନ୍ତେ ତାଲିମ ପ୍ରଦାନ କରାଯିବ । ସେହିଭଳି ତା ୧୯ା୦୬ା୨୦୨୩ ରିଖରେ ଜିଲ୍ଳ୍‌ାର ସମସ୍ତ ୨୫ ଗୋଟି ବହୁମୁଖୀ ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳରେ ଦୁର୍ବିପାକକୁ ମୁକାବିଲାଜନିତ ସରକାରୀ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଚ୍ଥସେବୀ ଅନୁଷ୍ଠାନ, ବିଭିନ୍ନ ଜନ ପ୍ରତିନିଧି, ଅଗ୍ନିଶମ ସେବା ବିଭାଗ, ଓଡ୍ରାପଂ ଏବଂ ଏନ.୍‌ଡି.ଆର୍‌.ଏ.ଏପଂ୍‌. ମିଳିତ ଆନୁକୂଲ୍ୟରେ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବନ୍ୟା, ବାତ୍ୟା ସମ୍ୱନ୍ଧୀୟ ସମ୍ଭାବ୍ୟ ସୂଚନା ଭାରତୀୟ ପାଣିପାଗ ବିଭାଗ (ଆଇ.ଏମ୍‌.ଡି.) ରୁ ଜିଲ୍ଳ୍‌ା ପ୍ରଶାସନ କଣ୍ଟ୍ରୋଲ ରୁମ୍ କୁ ଆସିବା ମାତ୍ରେ ତାହା ବ୍ଳ୍‌କ କଣ୍ଟ୍ରୋଲ ରୁମ୍ ଏବଂ ପଞ୍ଚାୟତ ଓ ଗ୍ରାମ ପର୍ଯ୍ୟନ୍ତ କିଭଳି ସୂଚନା ପ୍ରଦାନ କରାଯିବ ସେ ସମ୍ୱନ୍ଧରେ ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଟେବୁଲ ଟପ୍ ଏକ୍ସରସାଇଜ ଏବଂ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମକ୍ ଡ୍ରିଲ ଅନୁଷ୍ଠିତ ହେବ, ଯାହା ବନ୍ୟା, ବାତ୍ୟା, ଟି ସୁନାମି ଆଦି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକୁ ସପଂଳ ଭାବେ ମୁକାବିଲା ନିମନ୍ତେ ଏକ ଅଭ୍ୟାସ କାର୍ଯ୍ୟକ୍ରମ, ଏଥିପାଇଁ ଜନସାଧାରଣ ଭୟଭିତ ହେବାର କୈାଣସି କାରଣ ନାହିଁ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ ଡଃ ମହାନ୍ତ ସୂଚନା ଦେଇଥିଲେ । ଏହିଭଳି ବିପର୍ଯ୍ୟୟ ମୁକାବିଲାରେ ଗୋଷ୍ଠୀଗତ ଭୂମିକା ଅତ୍ୟନ୍ତ ରୂପେ ସହାୟକ ହୋଇଥାଏ ବୋଲି ସେ ପ୍ରକାଶ କରିବା ସହ ବି.ଡି.ଓ. ମାନଙ୍କ ଅଧିନରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକର ଆନୁସଙ୍ଗୀକ ଭିତ୍ତିଭୂମିକୁ ଅନୁଧ୍ୟାନ କରି ସୁଦୃଢିକରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉ କି, ଜିଲ୍ଳ୍‌ା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରପଂରୁ ୧୧ ଗୋଟି ବାତ୍ୟା ଆଶ୍ରୟ ସ୍ଥଳର ମଂଜୁରୀ ମିଳିଚ୍ଥି । ଯାହା ଦଶରଥପୁର ବ୍ଳ୍‌କ ପାଇଁ ୪ ଗୋଟି, ଯାଜପୁର ବ୍ଳକ ପାଇଁ ୪ ଗୋଟି ଏବଂ ବିଂଝାରପୁକ ବ୍ଳ୍‌କ ପାଇଁ ୩ ଗୋଟି ଅନ୍ତର୍ଭୁକ୍ତ ।
ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଳ୍‌ା ପରିଷଦ ଶ୍ରୀ ବେଉରିଆ, ଉପଜିଲ୍ଳ୍‌ାପାଳ ଶ୍ରୀ କୁଅଁର ତ୍ୱିରିତ ମୁକାବିଲାକାରୀ ଦଳ (ରାପିଡ୍ ରେସ୍‌ପନ୍‌ସ୍ ଟିମ୍‌) ତଥା ବିପର୍ଯ୍ୟୟ ପରିଚାଳନା ଯୋଜନା ସମସ୍ତ ବ୍ଳ୍‌କର ବି.ଡି.ଓ. ମାନେ ଓ ପୈାର ସଂସ୍ଥା ନିର୍ବାହୀ ଅଧିକାରୀମାନେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେବା ସହ ଆସନ୍ତା ୧୩ ତାରିଖରେ ବ୍ଳ୍‌କ ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକକୁ ସପଂଳତାର ସହ ଆୟୋଜନ କରିବାକୁ ସୂଚୀତ କରିଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ଜରୁରୀ ଅଧିକାରୀ, ଉମେଶ ଚନ୍ଦ୍ର ଲେଙ୍କା, ନିର୍ବାହୀ ଅଧିକାରୀ, ଯାଜପୁର ପୈାର ସଂସ୍ଥା ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଜିଲ୍ଳ୍‌ା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଡିପିଓ (ଜରୁରୀ ବିଭାଗ), ଜିଲ୍ଳ୍‌ା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close