ବାହାନଗା ଟ୍ରେନ ଦୁର୍ଘଟଣା ପରେ ରେଳ ମନ୍ତ୍ରୀଙ୍କ ଦାୟିତ୍ୱବୋଧକୁ ବିଭିନ୍ନ ମହଲରେ ପ୍ରଶଂସା

ବାଲେଶ୍ୱର, ୫/୬(ଦୁଷ୍ମନ୍ତ କୁମାର ରାଉତ/ଅଖିଳ କୁମାର ଦାସଙ୍କ ଠାରୁ): ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ତ୍ରିକୋଣୀୟ ଭୟଙ୍କର ରେଳ ଦୁର୍ଘଟଣାରେ ସାରା ବିଶ୍ୱ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ଭାରତରେ କେତେକ ବିରୋଧିଙ୍କ ପକ୍ଷରୁ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯାଇଛି । ହେଲେ ବୁଦ୍ଧିଜୀବୀ ଓ ସାଧାରଣଜନତାଙ୍କ ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପରେ ଭରସା ବଢ଼ିଥିବା ବେଳେ ତାଙ୍କର ଦୁର୍ଘଟଣା ପରବର୍ତୀ କାର୍ଯ୍ୟକ୍ରମକୁ ନେଇ ଅନେକ ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଂଶସାରେ ପୋତିପକାଇଛନ୍ତି । ଦୁର୍ଘଟଣା ପରେ କେନ୍ଦ୍ରର ରେଳ ମନ୍ତ୍ରୀ ନୂଆଦୁଲ୍ଲୀରୁ ଆସି ଦୁର୍ଘଟଣା ସ୍ଥଳରେ କିଛି ସମୟ ରହି ଦିଲ୍ଲୀ ଲେଉଟିଥାନ୍ତି, ହେଲେ ଶ୍ରୀ ବୈଷ୍ଣବ ନିଜ କାନ୍ଧରେ ସମସ୍ତ ଦାୟିତ୍ୱ ବହନ କରି ଘଟଣାର ପରଦିନ ସକାଳୁ ସକାଳୁ ଆସି ଡ଼େରା ପକାଇ କିପରି ଆହତମାନଙ୍କୁ ଭଲରେ ଚିକିତ୍ସା କରିହେବ, ମୃତ ବ୍ୟକ୍ତିମାନଙ୍କ ଶବ ଚିହ୍ନଟ କରି ରେଳ ବିଭାଗ ପକ୍ଷରୁ ଘୋଷିତ ଅନୁକମ୍ପା ରାଶି ଶୀଘ୍ର ପ୍ରଦାନ କରାଯିବ, ସର୍ବୋପରି ରେଳ ଚଳାଚଳ କିପରି ଶୀଘ୍ର ସ୍ୱାଭାବିକ ହେବ ଏଥିଲାଗି ସେ ଦିନ ରାତି ଏକାକାର କରି ସବୁ ଘଟଣାକୁ ନିଜେ ଦେଖାଶୁଣା କରି କାର୍ଯ୍ୟରତ ରେଳ କର୍ମଚାରୀ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନ.ଡ଼ି.ଆର.ଏଫ, ଓଡ଼୍ରାଫ, ଅଗ୍ନିଶମ ବିଭାଗ, ସେନା, ପୋଲିସ, ପ୍ରଶାସନ, ଡ଼ାକ୍ତର, ମେଡ଼ିକାଲ କର୍ମଚାରୀ. ସ୍ୱେଚ୍ଛସେବୀ ପ୍ରଭୃତିଙ୍କୁ ଉତ୍ସାହିତ କରି ପ୍ରାୟ ସବୁରିଙ୍କ ଠାରେ ପ୍ରିୟର ପାତ୍ର ହୋଇପାରିଛନ୍ତି । ନିଜେ ବାଲେଶ୍ୱରରେ ଜିଲ୍ଲାପାଳ ଥିବାରୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ଜରିଆରେ ବିଭିନ୍ନ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗସବୁକୁ ଗୋଟାଇ ପରିସ୍ଥିତିକୁ ଅନେକାଂଶରେ ନିୟନ୍ତ୍ରଣକୁ ଆଣିପାରିଛନ୍ତି । ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ସେ ଦିଲ୍ଲୀ ଚାଲିଯାଇ ନାହାନ୍ତି, ବରଂ ଘଟଣାସ୍ଥଳରେ ରହି ନିଜ ଦାୟିତ୍ୱ ନିଭାଇବାକୁ ଉଚିତ ମଣିଛନ୍ତି । ଦୁର୍ଘଟଣା ସ୍ଥଳରେ ଦୀର୍ଘ ୫୧ ଘଂଟାରୁ ଉର୍ଦ୍ଧ ସମୟ ରହି ରେକର୍ଡ଼ କରିବା ସହ କ୍ଷତାକ୍ତମାନଙ୍କ ଦୁଃଖ ଦୁର୍ଦ୍ଦଶା ଶୁଣିବା ସହ କାହିଁ କେତେ ଦୂରକୁ ଯିବା ପାଇଁ ନମସ୍ତାପରେ ଅପେକ୍ଷାରତ ଥିବା ଯାତ୍ରୀମାନଙ୍କ ପାଇଁ ସମୟୋଚିତ ବ୍ୟବସ୍ଥା କରି ଉଦାହରଣ ରଖିଛନ୍ତି । ଏତେ ବଡ଼ ବିଭାଗର ମନ୍ତ୍ରୀ ହୋଇଥିଲେ ହେଁ ଜଣେ ସାଧାରଣ ଲୋକ ଭଳି ସେ ଏଠାରେ ଉପସ୍ଥିତ କଠିନତାର ସହ କାର୍ଯ୍ୟ କରିଛନ୍ତି ଓ ଅନ୍ୟମାନଙ୍କର କାର୍ଯ୍ୟକୁ ତଦାରଖ କରିଛନ୍ତି । ଆଖିକୁ ନା ନିଦ ଅଛି, ନା ମନରେ ଶାନ୍ତି ଅଛି, ଗ୍ଳାନି ଭରା ଶରୀରରେ ବିଳାସପୂର୍ଣ୍ଣ ରହଣି ଠାରୁ ଦୂରରେ ରହି ସେ ଜଣେ କର୍ତବ୍ୟନିଷ୍ଠ ମନ୍ତ୍ରୀ ଭାବେ ସବୁ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି । ନିଜ ଉପରକୁ ଆସୁଥିବା ଅଭିଯୋଗ ଉପରେ ବିତର୍କ ନ କରି ବରଂ ସେସବୁକୁ ସହି ଯାଇ ନିଜ ଦାୟିତ୍ୱକୁ ନିଭାଇବାରେ ବ୍ୟସ୍ତ ରହିଛନ୍ତି । ଅଧିକାଂଶ ଜାଣିଛନ୍ତି ଦୁର୍ଘଟଣା କିପରି ହେଲା ଓ ସେଥିରେ ରେଳମନ୍ତ୍ରୀଙ୍କ ଭୂଲ ବା ରହିଲା କେଉଁଠି…..? ଏଭଳି ବିଭିନ୍ନ ଦୃଷ୍ଟିକୋଣରେ ରେଳ ମନ୍ତ୍ରୀଙ୍କ ଉପରକୁ ଯେତିକି ଅଙ୍ଗୁଳି ଉଠୁଛି ତା’ଠାରୁ ତାଙ୍କର ଦାୟିତ୍ୱବୋଧତା ପାଇଁ ସେତିକି ଅଧିକ ପ୍ରଂଶସା ମିଳୁଛି । ଖସି ଯିବା ଠାରୁ ଦାୟିତ୍ୱ ମୁଣ୍ଡାଇବା ମହାନ ବୋଲି ଅଧିକାଂଶ କହିବାରେ ଲାଗିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close