କୋରେଇ ଉନ୍ନୟନ ପରିଷଦର ପ୍ରଥମ ବାର୍ଷିକ ଉତ୍ସବ -୨୦୨୩ ଅନୁଷ୍ଠିତ

ଯାଜପୁର;୦୪/୦୬(ନି ପ୍ର ) : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ବ୍ୟାସନଗର ସନ୍ତରା ଛକ ସଂସ୍କୃତି ଭବନ ଠାରେ ରବିବାର ସକାଳ ୧୦ଘଟିକା ସମୟରେ କୋରେଇ ଉନ୍ନୟନ ପରିଷଦର ପ୍ରଥମ ବାର୍ଷିକ ଉତ୍ସବ -୨୦୨୩ ଅନୁଷ୍ଠିତ ହୋଇଯାଇଛି।ଏକ ବର୍ଷ ଧରି କୋରେଇ ନିର୍ବାଚନ ମଣ୍ଡଳୀର ୩୭ଟି ପଞ୍ଚାୟତ ଓ ବ୍ୟାସନଗର ପୌରପରିଷଦକୁ ନେଇ ଗରିବ, ଅସହାୟ,ଦୁଃଖୀ ଦରିଦ୍ର, ଦଳିତ ନିଷ୍ପେସିତ ଲୋକଙ୍କ ସେବା କରିବା, ବିଭିନ୍ନ ସାମାଜିକ କାର୍ଯ୍ୟ , ସଚେତନତା ସୃଷ୍ଟି କରିବା ସହିତ ଜନସାଧାରଣଙ୍କ ନାର୍ଯ୍ୟ ଦାବୀ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କିଭଳି ଯୋଗ୍ୟ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ପରିଷଦ କାର୍ଯ୍ୟ କରିଆସୁଛି। ଏହାର ଏକ ବର୍ଷ ପୂର୍ତ୍ତି ଅବସରରେ ରବିବାର ତାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ କୁନି କୁନି ପିଲାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକ ସଭାକାର୍ଯ୍ୟ ସଭାପତି ଶ୍ରୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ,ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ରବି ଦାସ, କୋରେଇ ଉନ୍ନୟନ ପରିଷଦର ମୁଖ୍ୟ ଉପଦେଷ୍ଟା ତଥା ଜାତୀୟ ମାନବାଧିକାର କୋର କମିଟି ସଦସ୍ୟ ମନୋଜ ଜେନା ଯୋଗ ଦେଇଥିଲେ । ସର୍ବପ୍ରଥମେ ସମାଜସେବୀ ବ୍ରଜେଶ୍ବରୀ ସିଂହ ଅତିଥି ନିମନ୍ତ୍ରଣ ସହ ପରିଚୟ ପ୍ରଦାନ କରିଥିଲେ ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୟଳନ ସହିତ ସ୍ମିତପ୍ରଜ୍ଞା ବେହେରାଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା।ପରେ ପରିଷଦର ସମ୍ପାଦକ ଆଲୋକ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରୁଥିବା ବ୍ୟକ୍ତିତ୍ୱଙ୍କୁ କୋରେଇ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ସାହିତ୍ୟ କ୍ଷେତ୍ରରେ ନନ୍ଦ କିଶୋର ସିଂହ , କଳା ସଂସ୍କୃତି କ୍ଷେତ୍ରରେ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ପରିବେଶ ସୁରକ୍ଷା କ୍ଷେତ୍ର ପାଇଁ ରାଜକିଶୋର ବାରିକ,ସମାଜସେବା ପାଇଁ ସ୍ମାଇଲ ଫାଉଣ୍ଡେସନ,ଶିକ୍ଷା କ୍ଷେତ୍ରରେ ପଦ୍ମଲାଭ ମଲ୍ଲ,ଶିଳ୍ପୀ ସଂଗଠନ ଭାବେ ପ୍ରିୟରଞ୍ଜନ କର,ନିଦାନ ସେବା ପାଇଁ ବିନୋଦ ଚନ୍ଦ୍ର ପାତ୍ର, କ୍ରୀଡା କ୍ଷେତ୍ର ପାଇଁ ରମେଶ ଚନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟ ସେବା ପାଇଁ ଅମୀୟ କୁମାର ସାହୁ,ସଂଗୀତ କ୍ଷେତ୍ର ପାଇଁ ପ୍ରମୋଦ କୁମାର ଦାଶ,କୃତି ଛାତ୍ରୀ ଦେବାର୍ଚ୍ଚନା ସାହୁ ଅତିଥି ସମ୍ମାନିତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । “କୋରେଇ ସ୍ୱର “ ନାମରେ ଏକ ସ୍ମରଣିକା ପୁସ୍ତକକୁ ଅତିଥି ମାନଙ୍କ ଦ୍ୱାରା ଉନ୍ନ୍ମୋଚନ କରାଯାଇ ଥିଲା ଏବଂ ପରିଷଦର ଏକ ୱେବସାଇଟ ଲଞ୍ଚ କରାଯାଇଥିଲା ।ଉପଦେଷ୍ଟା ମଦନ ମୋହନ କର, କୈଳାଶ ଚନ୍ଦ୍ର ସାମଲ, ବିନୋଦ ବିହାରୀ ସାହୁ, ଅମୁଲ୍ୟ କୁମାର ଦାଶ, ଚକ୍ରଧର ସାହୁ,ଭାଗିରଥି ଦାସ,ସସ୍ମିତା ସାହୁ,ଜଳଧର ଜେନା, ରବିନାରାୟଣ ଦାସ, ବସନ୍ତ କୁମାର କର, ଶରତ କୁମାର ଦାସ,ନିରଞ୍ଜନ ସାମଲ,ନାରଣ ମଳିକ, ନକୁଳ ସାମନ୍ତରାୟ,ରଘୁନାଥ ସାହୁ,ଅଶୋକ କୁମାର ପତି,ଅଦୈତ ସାହୁ,ପ୍ରସନ୍ନ ସ୍ୱାଇଁ,ପରୀକ୍ଷିତ ମଳିକ, ଜୟନ୍ତୀ ସାହୁ,ନିରୁପମା ମଳିକ,ଶ୍ରୀକାନ୍ତ ସାହୁ, ସନ୍ତୋଷ ବେହେରା, ଭରତ ମଳିକ, ଆଲୋକ ମଳିକ, ଅରୁଣ ଦାସ, ଜୟରାମ ମାଝୀ, ସୂର୍ଯ୍ୟମଣୀ ମହାପାତ୍ର,ପଦ୍ମଲୋଚନ ନାୟକ,ସଞ୍ଜୟ ନାୟକ,ଅନିରୁଦ୍ଧ ମିଶ୍ର,ଅଶୋକ ବେହେରା,ପ୍ରସନ୍ନ ପେରାଇ, ସୁଧାଂଶୁ ଜୟକୃଷ ସାହୁ,ଗଣେଷ ପ୍ରସାଦ ମଲ୍ଲିକ,ସୌମ୍ୟବ୍ରତ ସାହୁ, ଚିତ୍ତରଞ୍ଜନ ମିଶ୍ର,ନରେନ୍ଦ୍ର ପଣ୍ଡା,ଦଶରଥ ସାହୁ, ସୁଧାଂସୁ ଶେଖର ସାହୁ ରାକେଶ କୁମାର ଜେନା,ଆହୁଲା ଗଣେଷ ରାଓ,ରମେଶ ମଲିକ ସମେତ ବହୁ ବୁଦ୍ଧିଯିବି, ସମାଜସେବୀ,ଶିକ୍ଷାବିତ, ସାମ୍ବାଦିକ, ବିଭିନ୍ନ ସଂଗଠନରୁ ଅନେକ ମହାନ ବ୍ୟକ୍ତିତ୍ୱ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।ସର୍ବ ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 

 

 

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close