ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହିତ ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦି ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର,୩-୬: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତା କରି ଏକ ସ୍ବତନ୍ତ୍ର ଜରୁରୀ ବୈଠକ ବାହାନଗା ମର୍ମନ୍ତୁତ ଭୟଂକର, ହୃଦୟ ବିଦାରକ ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରାଯାଇଛି। ବାରମ୍ବାର ରେଳ ଦୁର୍ଘଟଣା ପାଇଁ ଅଶ୍ଵିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଭାରତବାସୀ ଅଶ୍ଵିନୀ ବୈଷ୍ଣବଙ୍କ ମୁହଁ ଦେଖିବାକୁ ଚାହାନ୍ତି ନାହିଁ ବୋଲି ସଭାପତି ରମେଶ ରାଉତ କହିଛନ୍ତି । 
  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଲି ଭାଷଣବାଜି କରି ଏବଂ ମନକିବାତ୍ କରି ରାଷ୍ଟ୍ରର ସମୟ ନଷ୍ଟ କରୁଥିବା ବେଳେ ଭାରତ ବାସୀଙ୍କ ଧନ ଜୀବନର ସୁରକ୍ଷା କରିପାରି ନଥିବାରୁ ସେ ମଧ୍ୟ ଇସ୍ତଫା ଦେବା ଉଚିତ୍ । ଦୁର୍ଘଟଣା ସ୍ଥଳକୁ ଏକ ହେଭିୱେଟ୍ ଲିଫଟ୍ ମଧ୍ୟ ରାଜ୍ୟ ସରକାର ପଠାଇ ନ ପାରି ଗୋଟିଏ ଜେସିବି ମେସିନ୍ ପଠାଇ  ସର୍ବସାଧାରଣଙ୍କ ଦୃଷ୍ଟିରେ ନିଜର ଛବି ରକ୍ଷା ପାଇଁ ହୀନ ଉଦ୍ୟମ କରୁଥିବାରୁ ନବୀନ ବାବୁ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଦାବି କରିଛି। ବାହାନଗା ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ଥିଲେ ମଧ୍ୟ ଭୁବନେଶ୍ୱରରୁ ବାହାନଗା ପ୍ରାୟ ୧୭୫ କିଲୋମିଟର ଦୂରତାର ପ୍ରାୟ ୩ ଘଣ୍ଟାର ରାସ୍ତା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଘଣ୍ଟା ପରେ ପହଞ୍ଚି ଥିବାରୁ ତାହାର ନିନ୍ଦା କରାଯାଇଛି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close