କରମଣ୍ଡଳ ଟ୍ରେନ ବାହାନଗା ନିକଟରେ ଲାଇନଚ୍ୟୁତ, ଉଦ୍ଧାର କାର୍ଯ୍ୟ ଚାଲୁ, ୦୧ ହଜାର ପାଖାପାଖି ଯାତ୍ରୀ ଆହତ, ଅନେକ ଗୁରୁତର, ୨୮୮ ଯାତ୍ରୀଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା

ବାଲେଶ୍ୱର/ସୋର/ଯାଜପୁରରୋଡ଼, ୦୨ା୦୬(ଅଖିଳ କୁମାର ଦାସ/ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ପାଖାପାଖି ସମୟରେ ବାଲେଶ୍ୱରର ବାହନଗା ଷ୍ଟେସନ ନିକଟରେ ଦୃତଗାମୀ ଶାଲୀମାର-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ୧୫ଟି ବଗି ଲାଇନଚ୍ୟୁତ ହୋଇଛି । କରମଣ୍ଡଳ ଯାଉଥିବା ଟ୍ରାକରେ ଗୋଟିଏ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାକୁ ଦେଢ଼ ଘଂଟା ପାଖାପାଖି ସମୟ ହୋଇଥିଲେ ହେଁ ଏଯାବତ୍ ପ୍ରଶାସନ ଘଟଣାସ୍ଥଳରେ ପହଚିଂ ନ ଥିବାର ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଟର୍ଚ୍ଚମାରି ଉଦ୍ଧାର କାର୍ଯ୍ୟ ଚଳାଇଥିବାର ଦେଖାଯାଇଛି । ଦୁର୍ଘଟଣା ଘଟିଥିବା ସ୍ଥାନରେ ଲାଇନ ନ ଥିବାରୁ ସେଠାରେ ଗାଢ଼ ଅନ୍ଧକାର ହୋଇଛି । ଲୋକେ ଟର୍ଚ୍ଚ ଲାଇଟ ଓ ମୋବାଇଲ ଲାଇଟ ବଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ । କିଛି ବର୍ଷ ପୂର୍ବେ ଟ୍ରେନଟି ଯାଜପୁର-କେଉଁଝର ରୋଡ଼ ନିକଟରେ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା, ଯାହାର ଲୋମହର୍ଷଣକାରୀ ଦୃର୍ଶ୍ୟକୁ ସ୍ଥାନୀୟ ଲୋକେ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି । କିଛି ଦିନ ମଧ୍ୟରେ ଖୋର୍ଦ୍ଧାରୁ ଖଡ଼ଗପୁର ମଧ୍ୟରେ ଦୁର୍ଘଟଣା ବଢ଼ିଥିବାର ଦେଖାଦେଇଛି । ସୂଚନାଥାଉକି, ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ, ଓଡ଼୍ରାଫ ଟିମ, ପୋଲିସ ଆଦି ପହଚିଂ ଉଦ୍ଧାର କାର୍ଯ୍ୟ ଚାଲୁକରିଛନ୍ତି । ଓଲଟି ପଡ଼ିଥିବା ବଗିର ତଳ ପଟେ କିଛି ଯାତ୍ରୀ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଏବେ ସୁଦ୍ଧା ୦୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ ପାଖାପାଖି ଯାତ୍ରୀ ଆହତ ହୋଇଥିବାର ଜଣାଯାଇଛି । ଆହତମାନଙ୍କୁ ନିକଟସ୍ଥ ସୋର, ଖନ୍ତାପଡ଼ା, ବାହାନଗା ମେଡ଼ିକାଲରେ ଭର୍ତି କରାଯାଇଛି । ଉଚ୍ଚ ପୋଲିସ ପଦାଧିକାରୀମାନେ ଘଟଣାସ୍ଥଳରେ ପହଚିଂଯାଇଛନ୍ତି । ସେପଟେ ପଶ୍ଚିମବଂଗ ପଟୁ ଉଦ୍ଧାରକାରୀ ଦଳ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ଉପରେ ଗଭୀର ମର୍ମାହତ ହୋଇଛନ୍ତି ଓ ଆସନ୍ତା କାଲି ଘଟଣାସ୍ଥଳକୁ ପରିଦର୍ଶନରେ ଆସିବାର ଯୋଜନା ରହିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୩୩ରୁ ଉର୍ଦ୍ଧ ଲୋକଙ୍କ ଜୀବନ ହାନି ହୋଇଥିବାର କୁହାଯାଉଛି । ଏତେ ସଂଖ୍ୟକ ଯାତ୍ରୀଙ୍କ ଜୀବନ ଯିବା କଥା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଥିରେ ଅଧିକାଂଶ ରାଜ୍ୟବାସୀ ସ୍ତବ୍ଧ ହୋଇଯାଇଛିନ୍ତି । ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି । ମହାମାନ୍ୟ ରାଷ୍ଟ୍ରପତି ଦୈାପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଡ଼ୋଶୀ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କଥା ହୋଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣା ଉପରେ ଗଭୀର ଦୁଃଖ ପ୍ରକାଶ କରି ଘଟଣାସ୍ଥଳ ଅଭିମୁଖେ ଆସୁଛନ୍ତି । ଇତିମଧ୍ୟରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଯାତ୍ରୀଙ୍କୁ ୦୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଟ୍ୱିଟ୍ କରି ଘୋଷଣା କରିଛନ୍ତି । ଏଣେ ରାତ୍ରୀ ବଢ଼ୁଛି ଓ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି, ଯାହା ହୃଦ୍‌କମ୍ପନ ବଢ଼ାଇ ଚାଲିଛି ।

      ବାଲେଶ୍ୱର/ଯାଜପୁରରୋଡ଼, ୦୩/୦୬(ଅଖିଳ କୁମାର ଦାସ/ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାରେ ଏତେ ସଂଖ୍ୟକ ରେଳଯାତ୍ରୀଙ୍କ ମୃତ୍ୟୁ ହୋଇ ନ ଥିଲା । ଉଦ୍ଧାର କାର୍ଯ୍ୟ ଜାରୀ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଗ ୨ଟି ଜେନେରାଲ ବଗିରେ ଖୁନ୍ଦାଖୁନ୍ଦି ହୋଇ ଯାତ୍ରୀ ଥିଲେ । ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକେ ମୁର୍ଶିତାବାଦରୁ ବିଶାଖାପାଟଣା, ବିଜୟୱାଡ଼ା, ଜେନ୍ନାଇ ଆଦି ସ୍ଥାନକୁ ଯାଉଥିବାର ଜଣାଯାଇଛି । ଟ୍ରେନର ଇଞ୍ଜିନ, ୨ଟି ଜେନେରାଲ ବଗି, ଏସ-୧ ରୁ ଏସ-୫ ପର୍ଯ୍ୟନ୍ତ ରିଜରଭେସନ ବଗି ଓ ଏହାକୁ ଲାଗି ଥିବା ୨ଟି ଏସି ବଗି ବେଶି କ୍ଷତିଗ୍ରସ୍ତ ହୋଇଛି । ଲମ୍ବା କରମଣ୍ଡଳ ଟ୍ରେନର ବଗିଗୁଡ଼ିକ ଖୁବ୍ ଶକ୍ତିଶାଳୀ । ଶକ୍ତ ଲୁହାକୁ ଗ୍ୟାସକଟର ଆଦିରେ କାଟି ଉଦ୍ଧାର କରାଯିବାରେ ବହୁ ସମସ୍ୟା ହେଉଛି ଓ ବିଳମ୍ବ ବି ହେଉଛି । ଉଦ୍ଧାର କାର୍ଯ୍ୟ ସରିଲେ ଯାଇ ଲାଇନ ଉପରୁ ବଗିଗୁଡିକୁ ହଟା ଯିବା କାର୍ଯ୍ୟ କରାଯିବ । ସୋର ମେଡ଼ିକାଲରେ ୨୦ ଉର୍ଦ୍ଧ ଶବ ରହିଥିବା ବେଳେ ବାହାନଗା ବିଦ୍ୟାଳୟରେ ୨୦୦ରୁ ଉର୍ଦ୍ଧ ଶବ ପଡ଼ିରହିଛିି । ସକାଳ ହୋଇଥିବାରୁ ଟ୍ରେନକୁ ଦେଖିବା ପାଇଁ ଓ ନିଜ ସଂର୍ପକୀୟଙ୍କୁ ଖୋଜିବା ପାଇଁ ଲୋକଙ୍କର ସୁଅ ଛୁଟିବାରେ ଲାଗିଛି । ସମସ୍ତଙ୍କ ଆଖିରେ ଲୁହ ଦେଖାଯାଇଥିବା ବେଳେ ଟ୍ରାକରେ କିନ୍ତୁ ଲହୁ ବୋହୁଛି । ଆଜି ଓଡ଼ିଶା ସରକାର ସମଗ୍ର ରାଜ୍ୟରେ ଏକ ଦିନିକିଆ ଶୋକ ପାଳନ ଘୋଷଣା କରିଛନ୍ତି ।

            ଇତିମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣା ସ୍ଥଳରେ ଆସି ପହଚିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ବୋଲି କହିବା ସହ ଏବେ ଉଦ୍ଧାର କାର୍ଯ୍ୟକୁ ଅଧିକ ଫୋକସ ଦିଆଯାଉଥିବା କହିଛନ୍ତି । ମୃତକଙ୍କ ଆତ୍ମାର ସଦ୍‌ଗତି କମାନା କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଉଦ୍ଧାର କାର୍ଯ୍ୟ ରେଳ ବିଭାଗ, ସେନା ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଚାଲିଛି । ଶ୍ରୀ ବୈଷ୍ଣବ ବାଲେଶ୍ୱର, କଟକ ଆଦି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କର ଏହି ଅଂଚଳ ବିଷୟରେ ଅଭିଜ୍ଞତା ରହିଛି । ତେଣୁ ପ୍ରଶାସନର ଭୂମିକାକୁ ସେ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ ଓଡ଼ିଶା ଓ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ଘଟଣା ସ୍ଥଳରେ ଆଉ କିଛି ସମୟ ମଧ୍ୟରେ ପହଚିଂବାର ଅଛି । ସାରା ଦେଶରେ ଯେତେ ରେଳ ଦୁର୍ଘଟଣା ହୋଇଥିଲା ମୃତକଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ୦୪ର୍ଥ ବୃହତମ । ସବୁଠାରୁ ବେଶି ୭୫୦ ଜଣଙ୍କ ଜୀବନହାନି ହୋଇଥିଲା । ବାହାନଗା ଦୁର୍ଘଟଣା ଏପର୍ଯ୍ୟନ୍ତ ୨୮୮ଜଣଙ୍କ ପ୍ରାଣହାନି ହୋଇଥିବା ଜଣାଯାଇଥିବା ବେଳେ ପାଖାପାଖି ୦୧ ହଜାର ଯାତ୍ରୀ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ଓଡ଼ିଶାରେ ଘଟିଥିବା ସମସ୍ତ ରେଳ ଦୁର୍ଘଟଣା ଠାରୁ ଏହି ଅଘଟଣରେ ସବୁଠୁ ଅଧିକ କ୍ଷତି ପହଚିଂଛି । ଗତ ୨୪ ବର୍ଷ ଭିତରେ ସବୁଠୁ ବେଶି ଭୟଙ୍କର । କରମଣ୍ଡଳ ଦୁର୍ଘଟଣାରେ ସର୍ବାଧିକ ୧୫ଜଣଙ୍କ ପ୍ରାଣହାନି ଯାଜପୁର-କେଉଁଝର ରୋଡ଼ର ଚୂନଭାଟି ନିକଟରେ ୨୦୦୯, ୧୩ ଫେବୃଆରୀରେ ହୋଇଥିବା ବେଳେ ବାହାନଗାର ବିଭୀଷିକା ସବୁକୁ ଟପିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି କେ ପାଣ୍ଡିଆନ, ବାଲେଶ୍ୱର ସାଂସଦ ପ୍ରତାପ ଷଢ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ପହଚିଂ ରେଳମନ୍ତ୍ରୀ ସହ ସ୍ଥିତି ଦେଖୁଛନ୍ତି । ପୂର୍ବରୁ ହାୱଡ଼ା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ ଟ୍ରେନର ୨ଟି ବଗି ଇଞ୍ଜିନ ଡ଼ବାକୁ ଛାଡି ଟ୍ରାକରୁ ବାହାରିବା ଖବର କିପରି ଏହି ଟ୍ରେନରେ ଥିବା କର୍ମଚାରୀ ଓ ଡ଼୍ରାଇଭର ରେଳବିଭାଗକୁ ସଂଗେ ସଂଗେ ଦେଲେ ନାହିଁ ନା ଡ଼୍ରାଇଭର ଆଦି କେହି ଦେଲା ପରେ ବି ସେହି ରୁଟରେ ଷ୍ଟେସନ କର୍ତୃପକ୍ଷ ବେପରୁଆ ରହି ସବୁଜ ସିଗ୍‌ନାଲ ଦେଇ କରମଣ୍ଡଳକୁ ଛାଡି ଦେଇ ଏଭଳି ନରସଂହାରକୁ ନିମନ୍ତ୍ରଣ କଲେ, ଏକଥାକୁ ଭଲ କରି ବୁଝିନାହାନ୍ତି ଏପର୍ଯ୍ୟନ୍ତ ସାଧାରଣ ଜନତା! 

       ଆଗକୁ ଖରା ଓ ଗୁଳୁଗୁଳି ବଢ଼ୁଥିବାରୁ ଉଦ୍ଧାର କାର୍ଯ୍ୟରେ ଏହା କିଛିଟା ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ସେପଟେ ଏହି ରୁଟରେ ମରାମତି ପାଇଁ ୨-୩ ଦିନ ଲାଗିଯିବ ଓ ରେଳ ଚଳାଚଳରେ ସ୍ୱାଭାବିକ ହେବାକୁ ସମୟ ଲାଗିବ ବୋଲି ଜଣାଯାଇଥିବାରୁ ପୁରୀ, ଭୂବନେଶ୍ୱରରୁ କଲିକତା ଯିବାକୁ ଯାତ୍ରୀମାନେ ବସ ଉପରେ ନିର୍ଭର କରୁଛନ୍ତି । ଏହି ମୈାକାରେ କିଛି ବସ ମାଲିକ ଅହେତୁକ ଭଡ଼ା ବଢ଼ାଇ ନିନ୍ଦାର ଶିକାର ହୋଇଛନ୍ତି । ଆହତଙ୍କୁ ରକ୍ତ ଦେବା ରାତିଅଧରେ ବାଲେଶ୍ୱର ମେଡ଼ିକାଲରେ ଭିଡ଼ ଜମାଇ ମାନବିକତାର ପରିଚୟ ଦେଇଥିବା ବେଳେ ଏଭଳି ଦଃୁସମୟରେ ଓଡ଼ିଶାରୁ କଲିକତା ଫେରୁଥିବା ଓ ଜରୁରୀ କାମରେ ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ମନ ଇଚ୍ଛା ଭଡ଼ା ଅସୁଲ କରିବା ଅମଣିଷ ପଣିଆ ବୋଲି କୁହାଯାଉଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କାମ କରି ଧରାପଡ଼ିବା ବସର ଲାଇସେନ୍ସକୁ ତୁରନ୍ତ ରଦ୍ଧ କରିବାକୁ ଦାବୀ ହେଉଛି । ଦୈନିକ ଯାତ୍ରୀଙ୍କ କ୍ଷେତ୍ରରେ ସମସ୍ୟା ହୋଇଛି । କଟକ, ଯାଜପୁର, ଭଦ୍ରଖରୁ ଯାତ୍ରୀମାନେ ରେଳ ଯୋଗେ ଯିବାଆସିବା କରିବାରେ ଅସମ୍ଭବ ହେଉଥିବାରୁ ଏହି ୨-୩ଦିନ ମଧ୍ୟରେ ବସ ମାଲିକମାନେ ସିଜିନ ବେପାର କରି ‘କଚେ ପୁଅ ବାର’ ହେବାର ଦେଖାଗଲାଣି । 

    ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସକାଳେ ଡ଼ାକିଥିବା ବେଳେ ସ୍ଥିତି ଗଭ୍ମୀର ଥିବାର ସେ ବାହାନଗା, ବାଲେଶ୍ୱର ଆସୁଥିବାର ସୂଚନା ଆସିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close