ବରିଷ୍ଠ ନେତା ତଥା ସମାଜସେବୀ ହରିହର ରାଉତଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ଚଣ୍ଡିଖୋଲ, ୦୧/୦୬ (ଅନୀଲ କୁମାର ସମାନ୍ତରାୟଙ୍କ ଠାରୁ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତର ବରିଷ୍ଠ ନେତା ସମାଜସେବୀ ହରିହର ରାଉତଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଆଜି ଗୁରୁବାର ପଟୁଣିଆ ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତି ତାଙ୍କ ଘରକୁ ଆସି ପୁରୁଣା ସ୍ମୃତି ମନେପକାଇବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଧର୍ମଶାଳାର ଯୁବ ନେତା ସତୀଶ ବିଶ୍ୱାଳ, ଯୁବ ନେତା ତଥା ସାମ୍ବାଦିକ ସୁଶାନ୍ତ କୁମାର ନାୟକ, ତାଙ୍କ ପୁତୁରା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସୁମନ୍ତ ରାଉତ, ଶରତ ରାଉତ, ହେମନ୍ତ ରାଉତ, ପ୍ରଭାତ ରାଉତ, ବଟକୃଷ୍ଣ ରାଉତ, ସୁନାକର ରାଉତ, ବଡ଼ ଭାଇ ବୈଲୋଚନ ରାଉତ ଓ ଦୟାନିଧି ରାଉତ, ଜ୍ୱାଇଁ ଅରୁଣ ଜେନା, ଝିଅ ଅର୍ଣ୍ଣପୂର୍ଣ୍ଣା ଜେନା, ଝିଆରୀ ରେଣୁକା, ବିନି, ପୁତୁରା ବୋଉ ଅମ୍ବିକା, କାଂଚନ, ବିଦ୍ୟୁତ୍‌ପ୍ରଭା, ବିଜେପି ସରପଂଚ ପ୍ରାର୍ଥନୀ, ସଂଯୁକ୍ତା, ବିଜେପି ସରପଂଚ ପ୍ରାର୍ଥନୀ ମୀରା, ନାତି ନିର୍ବାହୀ ଯନ୍ତ୍ରୀ ମନୋରଂଜନ, କଳିଙ୍ଗକେଶରୀ, ଶ୍ୟାମସୁନ୍ଦର, ଆର୍ଯ୍ୟସ୍ମିତ ଆଦିଙ୍କ ସହ ବହୁ ବନ୍ଧୁବାନ୍ଧବ, ଭାଇ ସାହି, ପଂଚାୟତ ଓ ବାହାରର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ପୁଅ ଶ୍ରୀକାନ୍ତ ରାଉତ ଯଥାବିଧି ମତେ କର୍ମ ସଂପାଦନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close