ଭୁବନେଶ୍ୱରରେ ୦୩ ଦିନିଆ ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ ତାଲିମ ଶିବିର

ଭୁବନେଶ୍ୱର, ୨୫/୦୫(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ପି.ଏମ.ଜି ଛକ ନିକଟସ୍ଥ ‘ରେଡ଼କ୍ରସ ଭବନ’ ଠାରେ ୦୩ ଦିନିଆ ରାଜ୍ୟ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରକୁ ଗତ କାଲି ବୁଧବାର ଅବସରପ୍ରାପ୍ତ ଆଇ.ଏ.ଏସ ଅଧିକାରୀ ତଥା ୟାଇ.ଆର.ସିର ସମ୍ମାନଜନକ ଅବୈତନିକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ  ଉଦ୍‌ଘାଟନ କରି ରାଜ୍ୟରେ ଯୁବ ରେଡ଼କ୍ରସର ଭିତିଭୂମି ଓ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଗତକାଲି ୨ୟାର୍ଦ୍ଧରେ ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ପରିବେଶର ସୁରକ୍ଷା ଓ ଜଳବାୟୁର ପରିବର୍ତନ ଶୀର୍ଷକ ଆଲୋଚନାରେ ଭାଗ ନେଇ ବର୍ତମାନ ସମୟରେ ମଣିଷ ମାନବିକତା ହରାଇ କିପରି ଧ୍ୱଂସ ପଥରେ ଅଗ୍ରସର ହେଉଛି ତା’ ଉପରେ ବିଶଦ ଆଲୋଚନା କରି ସମସ୍ତେ ପରିବେଶର ସୁରକ୍ଷା ପାଇଁ ଯତ୍ନଶୀଳ ହେବାକୁ କହିଥିଲେ । ଏଥିରେ ଅନ୍ୟତମ ବକ୍ତା ଭାବେ ଗୋପାଳକୃଷ୍ଣ ମିଶ୍ର, ୟାଇ.ଆର.ସି ତଥା ଯୁବ ରେଡ଼କ୍ରସ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଭାଗ ନେଇ ଯୁବ ରେଡ଼କ୍ରସର ଭୂମିକା ଉପରେ ଆଲୋକପାତ କରିଥିଲେ ।
         ଆଜି ଗୁରୁବାର ଜୁନିୟର ରେଡ଼କ୍ରସର ରାଜ୍ୟ ସଂପାଦକ ଲକ୍ଷ୍ମଣ ସ୍ୱାଇଁ ଯୋଗ ଦେଇ ଛୋଟ ପିଲାମାନଙ୍କ ରେଡ଼କ୍ରସରେ ଯୋଗଦାନ ସଂସ୍ଥା ପାଇଁ ବହୁ ମୂଲ୍ୟ ସାବ୍ୟସ୍ତ ହୋଇଛି ବୋଲି କହିବା ସହ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । କଟକ ସ୍ଥିତ କେନ୍ଦ୍ରୀୟ ରକ୍ତ ଭଣ୍ଡାରର ନିଦ୍ଦେଶିକ ଡ଼ା. ଚନ୍ଦ୍ରିକା ପ୍ରସାଦ ଦାସ ରକ୍ତର ଆବଶ୍ୟକତା ଓ ରକ୍ତ ଦାନର ଉପକାରିତା ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ । ଏହି ଶିବିରରେ ଓଡ଼ିଶାର ୩୭ଟି ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରି ତାଲିମ ନେବା ସହ ନିଜର ନିଜର ଅନୁଭୂତି ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାର ଝାଡ଼େଶ୍ୱର ମହାବିଦ୍ୟାଳୟରୁ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଏହି ଶିବିରରେ ମହାବିଦ୍ୟାଳୟ ପକ୍ଷରୁ ଯୋଗ ଦେଇ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ଯାଜପୁର ଜିଲ୍ଲା ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରୁ ଚକ୍ରଧର ନାୟକ, ଶାଳପଡ଼ା ସ୍ଥିତ ମହାପୁରୁଷ ବନମାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନୂପମା ପ୍ରଧାନ, ଅନଗୁଳ ଜିଲ୍ଲା ଷୋଳପଡ଼ା ଡ଼ିଗ୍ରୀ କଲେଜରୁ ସରୋଜ କୁମାର ପ୍ରଧାନ, ପୁରୀ ଜିଲ୍ଲା ଡ଼େଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁମନ୍ତ ତରାଇ ପ୍ରମୁଖ ଯୋଗ ଏଥିରେ ଯୋଗଦେଇଛନ୍ତି । ଆସନ୍ତା କାଲି ଏହି ଶିବିରର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close