ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ବ୍ଳକରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଯାଜପୁର, ତା ୨୩ା୦୫(ଉ. ନ୍ୟୁଜ୍ ବ୍ୟରୋ): ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ କାଲି ପୂର୍ବାହ୍ନରେ ଦଶରଥପୁର ବ୍ଳ୍‌କ କାର୍ଯ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଡଃ. ଦିବ୍ୟ ଲୋଚନ ମହାନ୍ତଙ୍କ ବ୍ଳକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଚ୍ଥି । ଉକ୍ତ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶୋକ କୁମାର ବେଉରିଆ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଶରତ ଚନ୍ଦ୍ର ଘଡାଇ, ଅଧିକ୍ଷଣ ଯନ୍ତ୍ରୀ, ନର୍ଦ୍ଧମା ଖଣ୍ଡ, ଯାଜପୁର ଦିଲିପ ନନ୍ଦନ ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଯାଜପୁର ଊଦିପ୍ତ କୁମାର ତ୍ରିପାଠୀ, ଅବକାରୀ ଅଧିକ୍ଷକ, ଯାଜପୁର ଅମରେନ୍ଦ୍ର କୁମାର ଜେନା, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଚ୍ଥାୟା ନାରାୟଣ ପାତ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ଜ୍ଞାନ ରଂଜନ ନାୟକ, ଜିଲ୍ଳ୍‌ା ଶିକ୍ଷା ଅଧକାରୀ ରଂଜନ କୁମାର ଗିରି, ଡେପୁଟି କଲେକ୍ଟର, ଅଭିଯୋଗ ପ୍ରପୁଂଲ ଚନ୍ଦ୍ର ମିଶ୍ର, ବି.ଡି.ଓ, ଦଶରଥପୁର ସୈାରଭ ଚକ୍ରବର୍ତ୍ତୀ, ବ୍ଳକ ଶିକ୍ଷା ଅଧିକାରୀ, ଦଶରଥପୁର ଅନ୍ନଦା ପ୍ରସାଦ ରଣା, ତହସିଲିଦାର, ଦଶରଥପୁର ଅବିନାଶ ବିଶ୍ୱଜିତ୍ ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡା. ଗଗନ ଚରଣ ନାୟକ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସେକ୍ ସଲାଊଦ୍ଦିନ ଖାଁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଏହି ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ ୭୧ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୬୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୭ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୦୫ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୦୫ ଗୋଟି ଅଭିଯୋଗ ଆସିଥିଲା । ଶିବିର ପ୍ରକୋଷ୍ଠରେ ୧୪ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା । ସମୁଦାୟ ପଂଜିକୃତ ହୋଇଥିବା ଅଭିଯୋଗ ମଧ୍ୟରୁ ୦୪ ଜଣ ଅଭିଯୋଗକାରୀ ଅଭିଯୋଗ ସ୍ଥଳରେ ଅନୁପସ୍ଥିତ ଥିଲେ । ପ୍ରକାଶ ଥାଉ କି, ୨୯ ତାରିଖ ସୋମବାର ସୁକିନ୍ଦା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ତଥା ଜିଲ୍ଳ୍‌ା ମାଜିପେଷ୍ଟ୍ରଟ୍ ଓ ଆରକ୍ଷୀ ଅଧିକ୍ଷକ, ଯାଜପୁରଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଶୁଣାଣି ଶିବିରରେଜିଲ୍ଲାର ବରିଷ୍ଠ ପଦାଧିକାରୀବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ, ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ ପ୍ରଦାନ କରିବେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close