ତୁଟୁନି ଏଜେଂଟଙ୍କ ମୋହ; ଯାଜପୁରରୋଡ଼ ଉପ-ଡାକ ଘରେ ବାରଣ ପରେ କାମ କରୁଛନ୍ତି ଏଜେଂଟ

ବ୍ୟାସନଗର, ୨୩/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ ମୁଖ୍ୟ ଡାକଘରେ ବିଭିନ୍ନ ସମୟରେ ଏସ.ଏସ.ଏ ଏବଂ ଏମପିକେବିୟାଇ ଏଜେଂଟମାନେ ବିଭାଗୀୟ ଆଇନକୁ ଫୁ କରି ଡ଼ାକ ଘରେ ଅବାଧ ପ୍ରବେଶ କରିବା ଉପରେ ଗତ କାଲି ସ୍ଥାନୀୟ ଯାଜପୁରରୋଡ ଆଦର୍ଶ ଥାନାରେ ଅଭିଯୋଗ କରିବା ସତ୍ୱେ ଆଜି ସନ୍ଧ୍ୟା ପୂଜାରୀ ନାମକ ଜଣେ ଏମପିକେବିୟାଇ ଏଜେଂଟ କାର୍ଯ୍ୟାଳୟକୁ ଆସିଥିଲେ । ଏହି ସମୟରେ ବ୍ୟାସନଗରର ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁ ଉପସ୍ଥିତ ଥିଲେ । ଖବର ପାଇ ପୋଲିସ ଆସି ପହଂଚିଥିଲେ । ପୋଲିସଙ୍କ ସହ ମଧ୍ୟ ଏଜେଂଟ ପୂଜାରୀ ଯୁକ୍ତିତର୍କ କରିଥିବାର ଜଣାଯାଇଛି । ସେ କାହିଁକି ସାଧାରଣ କାମ କରିପାରିବେ ନାହିଁ ବୋଲି ପଚାରିଥିଲେ । ହେଲେ ସେ ସାଧାରଣ ଗ୍ରାହକ ନୁହଁନ୍ତି ଓ ତାଙ୍କ ଉପରେ ନିୟମ ଭଂଗର ଅଭିଯୋଗ ରହିଛି । ସେ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ତେଣୁ ସେ ଧାର୍ଯ୍ୟ ସମୟ ବ୍ୟତିତ ଅନ୍ୟ ସମୟରେ ଆସିଲେ ନିୟମ ଭଂଗ ହେବା ସହ ଡ଼ାକ ଘରର ବ୍ୟବସାୟରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । କୁହାଯାଉଛି, ଯେଉଁ ଏଜେଂଟମାନେ ଡାକ ଘରର ସ୍ଥାୟୀ କର୍ମଚାରୀ ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରିଥିଲେ ଏବଂ ଜାଣିବା ଶୁଣିବା ଲୋକେ ତାଙ୍କର ପଦବୀ ବିଷୟରେ ସଚେତନ ନ ଥିଲେ! ଏବେକାର ଏହି କଟକଣା ଯୋଗୁ ସର୍ବସାଧାରଣରେ ନିଜର ପ୍ରଭାବ ହରାଇବାର ଆଶଙ୍କା କରି ଜାଣିଶୁଣି ସେମାନେ ନିୟମ ମାନିବାକୁ ପ୍ରସ୍ତୁତ ନୁହନ୍ତି । କୁହାଯାଉଛି ଯେ, ପୋଷ୍ଟମାଷ୍ଟରଙ୍କ ମାସିକ ଦରମା ଠାରୁ ଜଣେ ଜଣେ ଏଜେଂଟଙ୍କ ମାସିକ କମିଶନି ତା’ଠାର ଅଧିକ । ତେଣେ ବିଭାଗର ରାଜସ୍ୱ ବଢ଼ୁ କି ନ ବଢ଼ୁ, ସିଧାସଳଖ ଡ଼ାକ ଘରକୁ ବେପାର ଆସୁ କି ନ ଆସୁ; ଏଜେଂଟମାନେ କିପରି ମାଲେମାଲ ହେବେ ତା’ର ଯୋଜନା ଜଣେ ପୂର୍ବତନ ପୋଷ୍ଟମାଷ୍ଟର ମୂଳଦୁଆ ପକାଇ ଯାଇଥିବାର କୁହାଯାଉଛି । ସଂପୃକ୍ତ ଡ଼ାକ ଅଧିକାରିଣୀ ଜଣକ କୁଆଡ଼େ ଡାକ ଘରକୁ ଖାତା ଖୋଲିବାକୁ ଆସୁଥିବା ପ୍ରାୟ ସମସ୍ତ ଗ୍ରାହକଙ୍କୁ ଏଜେଂଟଙ୍କ ଜରିଆରେ ଖାତା ଖୋଲିବାକୁ ପରାମର୍ଶ ଦେବା ସହ କେତେକ ନିର୍ଦ୍ଦିଷ୍ଟ ଏଜେଂଟଙ୍କ କୋଡ଼ ପକାଇ କମିଶନି ଖାଇ ଖାତା ଖୋଲୁଥିଲେ । ସେହି ସମୟରେ ହୋଇଥିବା ଏହି ଅନିୟମିତତା ଉପରେ ତଦନ୍ତ ହେଲେ ବହୁ ଗୁମର ଫିଟନ୍ତା ବୋଲି ଚର୍ଚ୍ଚା ଯୋର ଧରିଛି । ଏହାଛଡ଼ା ନିୟମ କାନୁନକୁ ସମସ୍ତେ ମାନି ଥାନ୍ତି । ହେଲେ ନିୟମକୁ ନ ମାନବାକୁ ଏଜେଂଟଙ୍କ ଏତେ ଯିଦ୍ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି! ଦେଖାଯାଉ, ପୋଲିସ ଏହା ଉପରେ କିଭଳି ସମୟୋଚିତ ପଦକ୍ଷେପ ନେଇ ଡ଼ାକ ଘର ଭଳି ଏକ ଶୃଙ୍ଖଳିତ, ନିତ୍ୟ ଆବଶ୍ୟକୀୟ ତଥା ଭରସାଯୋଗ୍ୟ ସଂସ୍ଥାରେ ଶୃଙ୍ଖଳା ଫେରାଇ ଆଣିବାରେ ସହାୟକ ଭୂମିକା ନିଭାଉଛି! ଏହି ପ୍ରସଙ୍ଗ ଜଣାପଡ଼ିବା ପରେ ଏହା ଉପରେ ସାଧାରଣରେ ଉତ୍ସୁକତା ବଢ଼ିଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close