ଯାଜପୁରରୋଡ଼ ଉପ-ଡାକ ଘରେ ଏଜେଂଟଙ୍କ ଅବାଧ ପ୍ରବେଶ ଉପରେ ଲାଗିଲା କଟକଣା, ନିୟମ କଡ଼ାକଡ଼ି ପାଇଁ ପୋଷ୍ଟମାଷ୍ଟର ଲୋଡିଲେ ପୋଲିସର ସହାୟତା

ବ୍ୟାସନଗର, ୨୨/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ ମୁଖ୍ୟ ଡାକଘରେ ବିଭିନ୍ନ ସମୟରେ ଏସ.ଏସ.ଏ ଏବଂ ଏମପିକେବିୟାଇ ଏଜେଂଟମାନେ ବିଭାଗୀୟ ଆଇନକୁ ଫୁ କରି ଡ଼ାକ ଘରେ ଅବାଧ ପ୍ରବେଶ କରି ସନ୍ଧ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କ ଚେୟାରରେ ବସି କାର୍ଯ୍ୟ କରିଆସୁଥିଲେ । ଏପରିକି କେତେକ ଏଜେଂଟକୁ ଗ୍ରାହକମାନେ କର୍ମଚାରୀ ବୋଲି ଭାବୁଥିଲେ । ଏପରି ଭ୍ରମ ଅଧିକ ମାତ୍ରାରେ ଦିନକୁ ଦିନ ଦେଖାଯିବାରୁ ସର୍ବସାଧାରଣରେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଗତ ଦିନରେ ଜନୈକ ଡ଼ାକ ଅଧିକାରିଣୀ ଡାକ ଘରକୁ ଖାତା ଖୋଲିବାକୁ ଆସୁଥିବା ପ୍ରାୟ ସମସ୍ତ ଖାତାକୁ କେତେକ ନିର୍ଦ୍ଦିଷ୍ଟ ଏଜେଂଟଙ୍କ କୋଡ଼ ପକାଇ କମିଶନି ଖାଇ ଖାତା ଖୋଲୁଥିଲେ । ସେହି ଧାରାରେ କେତେକ ଏଜେଂଟ ଡାକ ଘରର ପ୍ରବେଶ ମୋହକୁ ଛାଡିପାରୁ ନ ଥିଲେ । ଗତ ୨୫/୦୭/୨୦୨୨ରେ ଡାକ ଘରେ ଏଜେଂଟଙ୍କ ପ୍ରବେଶକୁ ବାରଣ କରାଯିବା ସହ ଡିଜିଟାଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ଭୁବନେଶ୍ୱର ସ୍ଥିତ ଚିଫ୍ ପୋଷ୍ଠ ମାଷ୍ଟର ଜେନେରାଲଙ୍କ ଠାରୁ ନିର୍ଦ୍ଦେଶ ଆସିଥିଲା । ସେହି ଅନୁଯାୟୀ ଏଠାକାର ପୋଷ୍ଟମାଷ୍ଟର ଦେବରଂଜନ ଦେଓ ଏଜେଂଟମାନଙ୍କୁ କାର୍ଯ୍ୟାଳୟରେ ପ୍ରବେଶକୁ ବାରଣ କରିବା ସହ ସେମାନଙ୍କୁ ବାହାରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ହେଲେ ଏହାକୁ କେତେକ ତଥାକଥିତ ଏଜେଂଟ ନ ମାନି ଭିତରକୁ ଯୋରଜବରଦସ୍ତ ପ୍ରବେଶ କରୁଥିଲେ । ନିୟମକୁ ପାଳନ କରିବାକୁ ପ୍ରାଧାନ୍ୟ ଦେଉଥିବା ପୋଷ୍ଟମାଷ୍ଟର ଶ୍ରୀଯୁକ୍ତ ଦେଓଙ୍କୁ ଦରକାର ପଡ଼ିଲେ ଏଠାରୁ ତଡ଼ି ଦେଇ ସେମାନଙ୍କ ମନ ପସନ୍ଦର ଜଣେ ପୋଷ୍ଟମାଷ୍ଟରଙ୍କୁ ଏଠାକୁ ଆଣିବେ ବୋଲି କିଛି ଏଜେଂଟ କହି ବୁଲୁଥିବାର ଜଣାଯାଇଛି । ହେଲେ ନିୟମକୁ ଜାଣିଶୁଣି ଉଲ୍ଲଘଂନ କରୁ ଥିବା ୦୪ ଜଣ ଏଜେଂଟ ଯଥା- କାର୍ତିକ ଚନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ବସନ୍ତ ମହାପାତ୍ର (ଯାହାଙ୍କ କୋଡ ସସପେନସନରେ ଅଛି) ଓ ସନ୍ଧ୍ୟା ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ପୋଷ୍ଟମାଷ୍ଟର ଶ୍ରୀ ଦେଓ ସ୍ଥାନୀୟ ଯାଜପୁରରୋଡ ଥାନାର ସହଯୋଗ ଲୋଡିଥିବାର ଜଣାଯାଇଛି । ଶ୍ରୀ ଦେଓ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବାରମ୍ବାର ଲିଖିତ ଓ ମୈାଖିକ ଅନୁରୋଧ ପରେ ବି କିଛି ଏଂଜେଟ ନିୟମ ନ ମାନି ଡ଼ାକ ଘରକୁ ସିଧାସଳଖ ଆସୁଥିବା ବ୍ୟବସାୟକୁ କରାୟତ କରି ଡାକଘରର ବ୍ୟବସାୟରେ ଅଯଥା କ୍ଷତି ପହଂଚାଉଛନ୍ତି । ଏଜେଂଟମାନଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଶନିବାରକୁ ଛାଡି ସବୁ କାର୍ଯ୍ୟଦିବସରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଶନିବାର ଏହି ସମୟ ଦିନ ୧ଟାରୁ ୨ଟା ୩୦ମି ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ସେମାନେ ନ ମାନି ସବୁ ସମୟରେ ଡ଼ାକ ଘରେ ପ୍ରବେଶ କରୁଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ସେ ପୋଲିସକୁ ଅନୁରୋଧ କରିଥିବାର ଜଣାଯାଇଛି । ଶ୍ରୀ ଦେଓଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜୀବୀ ମହଲରେ ପ୍ରଂଶସା କରାଯାଇଛି । ବାରଣ ସତ୍ୱେ ଆଜି ଡ଼ାକ ଘରେ ପଶି କାମ କରୁଥିବା କେତେକ ଏଜେଂଟଙ୍କ ଫଟୋ ଅବସ୍ଥା ବିଷୟରେ ସୂଚାଉଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close