ପାଣିକୋଇଲି ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଲୋକ ମହାନ୍ତିଙ୍କ ଜୟପୁରକୁ ଅଚାନକ ବଦଳି

ପାଣିକୋଇଲି, ୦୩/୫(ଉ. ନ୍ୟୁଜ୍ ବ୍ୟୁରୋ): ନିର୍ମାଣ ଦୃଷ୍ଟିରୁ ପାଣିକୋଇଲି ପୂର୍ତ ବିଭାଗ ରାଜ୍ୟରେ ଏକ ଅଗ୍ରଣୀ ଡିଭିଜନ । ଏହି ଡ଼ିଭିଜନରେ କିଛି ବର୍ଷ ହେବ ଅଧିକ୍ଷଣ ଯନ୍ତ୍ରୀ(ଏସ.ଇ) ଅବସ୍ଥାପିତ ହୋଇ ଆସୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଏଠାକାର ଅଧିକ୍ଷଣ ଯନ୍ତ୍ରୀ ଇଂ. ଅରୁଣ କୁମାର ପଟ୍ଟନାୟକ ପଦୋନ୍ନତି ପାଇଁ ସହକାରୀ ମୁଖ୍ୟ ଯନ୍ତ୍ରୀ (ଆସିଷ୍ଟାଂଟ୍ ଚିଫ୍ ଇଞ୍ଜିନିୟର) ହୋଇ ସମ୍ବପଲପୁର ସର୍କଲକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନକୁ ଇଂ. ଆଲୋକ କୁମାର ମହାନ୍ତି ଅଧିକ୍ଷଣ ଯନ୍ତ୍ରୀ ହୋଇ ଆସିଥିଲେ । ସେ ଜଣେ ଟାଣୁଆ ଅଧିକାରୀ ଭାବରେ ପରିଚିତ । ପାଣିକୋଇଲି ପୂର୍ତ ବିଭାଗରେ ବିଭିନ୍ନ ସମୟରେ ନେତାଙ୍କ ସୁପାରିଶରେ ଚିଠା କାମ କରାଯାଇ କୋଟି କୋଟି ଟଙ୍କା ପୈଠ କରାଯାଉଥିଲା । ଇଂ. ମହାନ୍ତି ଆସିବା ପରେ ଏହି ଅନୈତିକ କାରବାରକୁ ରୋକିବାକୁ ସେ ପ୍ରୟାସ କରିଥିଲେ । କୁହାଯାଏ, ସେଥିପାଇଁ ତାଙ୍କ ଉପରେ ନେତା, ମନ୍ତୀ ଆଦିଙ୍କ ଚାପ ପଡ଼ୁଥିଲା । ହେଲେ ସେସବୁକୁ ସେ ଖାତିର ନ କରି ନିୟମାନୁଯାୟୀ କାର୍ଯ୍ୟ କରୁଥିବାର ଜଣାଯାଇଛି । ଶୁଣାଯାଏ, ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେ କାର୍ଯ୍ୟାଦେଶ ପାଇଥିବା ସମସ୍ତ ଠିକାଦାରଙ୍କୁ ବିଲ ପୈଠ କରିଥିବା ବେଳେ ହାତ ଚିଠାରେ କାମ କରିଥିବା କୈାଣସି ଠିକାଦାରଙ୍କ ବିଲ ପୈଠ କରି ନ ଥିଲେ । ପୂର୍ବରୁ ଯନ୍ତ୍ରୀ ଓ ନେତାଙ୍କ ମଧୂଚନ୍ଦ୍ରିକାରେ ଗୋଟିଏ ଗୋଟିଏ ବଡ଼ କାମକୁ ଭାଗ ଭାଗ କରି ଛୋଟ ଛୋଟ ପରିମାଣରେ (୫୦ହଜାର ଟଙ୍କା ତଳକୁ କରି) ପରିବର୍ତିତ (ସ୍ପ୍ଲିଟ୍ ଅଫ) କରି ମନ ଇଚ୍ଛା ତାଙ୍କ ପସନ୍ଦର ବ୍ୟକ୍ତିଙ୍କୁ କାମ ଦେଉଥିଲେ । ଏହା ଦ୍ୱାରା କାମର ମାନ ବହୁ ମାତ୍ରାରେ ଖରାପ ହେଉଥିବା ବେଳେ ବହୁ ସ୍ତାନରେ ବହୁତ କମ କାମ ହେଉଥିଲା, ଏପରିକି, କିଛି ଜାଗାରେ କାମ ନ ହୋଇ ମଧ୍ୟ ବିଲ ପୈଠ କରାଯାଉଥିଲା । ମାତ୍ର ଅଧିକ୍ଷଣ ଯନ୍ତ୍ରୀ ଇଂ. ମହାନ୍ତି ଏହା ଉପରେ ରୋକ ଲଗାଇବା ସହ କାହା କଥାକୁ କୁଆଡ଼େ ଶୁଣୁ ନ ଥିଲେ । ସେଥିପାଇଁ ସେ କୁଆଡ଼େ ପ୍ରଭାବଶୀଳ ଗୋଷ୍ଠୀଙ୍କ ଆକ୍ରୋଶର ଶିକାର ହୋଇ ମାତ୍ର ୦୮ ମାସରେ ଏଠାରୁ ବଦଳି ହୋଇଛନ୍ତି ବୋଲି ଏଠାରେ ଚର୍ଚ୍ଚା ଚାଲିଛି । ଗତ କାଲି ତାଙ୍କର ବଦଳି ଆଦେଶ ଆସିଛି । ସେ ମଧ୍ୟ ପଦୋନ୍ନତି ପାଇ କୋରାପୁଟର ଜୟପୁର ସର୍କଲକୁ ସହକାରୀ ମୁଖ୍ୟ ଯନ୍ତ୍ରୀ (ଆସିଷ୍ଟାଂଟ୍ ଚିଫ୍ ଇଞ୍ଜିନିୟର) ହୋଇ ଯାଇଥିବାର ଜଣାଯାଇଛି । ନେତାଙ୍କ ବୋଲ ନ ମାନିଲେ ଏପରି ଘଟେ ଓ ଜଣେ ସଚ୍ଚୋଟ ଅଧିକାରୀଙ୍କୁ ଏପରି ଅଚାନକ ବଦଳି କରାଯାଏ ବୋଲି କେତେକ କହୁଛନ୍ତି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close