ବ୍ୟାସନଗର ମହାବିଦ୍ୟାଳୟ ଯୋଗ କକ୍ଷର ବାର୍ଷିକ ଉତ୍ସବ

ବ୍ୟାସନଗର, ୦୬.୦୪: ଆଜି ବ୍ୟାସନଗର ମହାବିଦ୍ୟାଳୟ ଯୋଗ କକ୍ଷର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରର ମୁକ୍ତମଞ୍ଚରେ ପାଳିତ ହୋଇ ଯାଇଛି। ପ୍ରାତଃ ୫.୩୦ ମିନିଟରୁ  ଯୋଗାଭ୍ୟାସ ଓ ପ୍ରଣାୟାମରର ଅଭ୍ୟାସ ବରିଷ୍ଠ ଯୋଗଗୁରୁ ବଟକୃଷ୍ଣ ପ୍ରଧାନ ଓ ବିଭୀଷଣ ନାୟକଙ୍କ ଦ୍ଵାରା କରାଯାଇଥିଲା । ପ୍ରାଣାୟାମ ବିଭିନ୍ନ ଉପାୟମାନ ସବିଶେଶ ଭାବେ ପ୍ରଦର୍ଶିତ ହୋଇଥିଲା। ଏହାପରେ ଯଜ୍ଞାନୁଷ୍ଠାନ ଇନ୍ଦ୍ରମଣି କର ଓ ଇଂ‌ ଅଲେଖ କୁମାର ଜେନାଙ୍କ ଦ୍ଵାରା ସମାହିତ ହୋଇଥିଲା। ଉକ୍ତ ଯଜ୍ଞାନୁଷ୍ଠାନରେ ଅଧ୍ୟାପକ ମେଜର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ପ୍ରଦୀପ କୁମାର ସାମଲ ସହଯୋଗ କରିଥିଲେ। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ କୁଷଚନ୍ଦ୍ର ପ୍ରଧାନ ଯୋଗଦେଇ ଯୋଗର କିଭଳି ପ୍ରଚାର ଓ ପ୍ରସାର ହୋଇପାରିବ ଏବଂ କିଭଳି ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଏଥିପାଇଁ ଆଗ୍ରହ ପ୍ରକାଶ କରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଭାରତ ସ୍ୱାଭିମାନର ଜିଲ୍ଲା କାର୍ଯ୍ୟାଳୟ ପ୍ରଭାରୀ ମହେଶ୍ୱର ପ୍ରଧାନ ଯୋଗଦେଇ କକ୍ଷର ଉନ୍ନତି ପାଇଁ ମତବ୍ୟକ୍ତ କରିଥିଲେ । ଭାରତ ସ୍ୱାଭିମାନ ନ୍ୟାସର ଜିଲ୍ଲା ପ୍ରଭାରୀ ଅଧ୍ୟାପକ ବିବେକାନନ୍ଦ ଜେନା, ଅବସରପ୍ରାପ୍ତ ପ୍ରାଧ୍ୟାପକ କାମଦେବ ଦାସ, ନରେନ୍ଦ୍ର ଦାସ, ବିଜୟ କୁମାର ନାଥ ଶର୍ମା,ରବିନ ପଣ୍ଡା, ପ୍ରଭାସ ରାଉତ, ସିଆଚ ଶ୍ରିନୁ, ସନ୍ତୋଷ ପାତ୍ର, ଚୌଧୁରୀ ତାପସ ସାହୁ, ରାସାବିହାରୀ ପାତ୍ର, ସତ୍ୟ ପ୍ରକାଶ ପାତ୍ର, ସୁଧାଂଶୁ ସାହାଣୀ, ପ୍ରବୀର ସ୍ୱାଇଁ, ଦିଲ୍ଲୀପ ଦଳେଇ,ଶରତ କୁମାର ଧଳ, ଶ୍ରୀରାମ ସାମଲ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close