ପବିତ୍ର ୮୮ତମ ଉତ୍କଳ ଦିବସ ଉପଲକ୍ଷେ ‘ଲାଇୟନ୍ସ କ୍ଲବ’ ଯାଜପୁରରୋଡ଼ ଷ୍ଟିଲ ସିଟି ତରଫରୁ ୬ଷ୍ଠ ସାଇକେଲ ର‌୍ୟାଲି

ବ୍ୟାସନଗର, ୦୧/୪(ଉ. ନ୍ୟୁଜ୍ ବ୍ୟୁରୋ): ପବିତ୍ର ୮୮ତମ “ଉତ୍କଳ ଦିବସ” ଆଜି ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ସମ୍ମାନ
ଓ ଶ୍ରଦ୍ଧାର ସହ ପାଳିତ ହେଉଛି । ଏହି ଉପଲକ୍ଷେ ଯାଜପୁରରୋଡ଼ ଷ୍ଟିଲ ସିଟି ‘ଲାଇୟନ୍ସ କ୍ଲବ’ ତରଫରୁ ଆୟୋଜନ କରାଯାଇଛି ଏକ
ବିରାଟ ସାଇକେଲ ଶୋଭାଯାତ୍ରା । ଏଥିପାଇଁ ଅନଲାଇନ ମାଧ୍ୟମରେ ପୂର୍ବରୁ ପଞ୍ଜିକରଣ କରାଯାଇଥିଲା । ପ୍ରତିକୂଳ ପାଗ ସତ୍ୱେ
ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ, ଯୁବକ/ଯୁବତୀ, ଅନ୍ୟାନ ବ୍ୟକ୍ତିବିଶେଷ ଏଥିରେ ଅଂଶଗ୍ରହଣ କରିଥିଲେ । ଆଜି ଶନିବାର
ପ୍ରତ୍ୟୁଷରୁ ସ୍ଥାନୀୟ ଚୋରଦା ଛକ ନିକଟସ୍ଥ “ଉତ୍କଳ ସେଂଟର ପଏଂଟ”ରେ ଏଥିନିମନ୍ତେ ପହଚିଂଯାଇଥିଲେ ସାଇକେଲ
ଆରୋହୀମାନେ । ଏମାନଙ୍କ ମଧ୍ୟରେ କୁନି କୁନି ପିଲାଙ୍କ ସହ ମହିଳା ଓ ବିଭିନ୍ନ ବ୍ୟକ୍ତିବିଶେଷମାନେ ଥିଲେ । ପୋଲିସ ପାଟ୍ରୋଲିଂ
ବ୍ୟବସ୍ଥା ମଧ୍ୟରେ ଶୋଭାଯାତ୍ରା “ଉତ୍କଳ ସେଂଟର ପଏଂଟ”ରୁ ଆରମ୍ଭ ହୋଇଥିଲା ଓ ପ୍ରସିଦ୍ଧ ବ୍ୟାସ ସରୋବର ଠାରେ ଅବସ୍ଥିତ
ବ୍ୟାସଭୂମି ଅନାଥ ଆଶ୍ରମ ନିକଟରେ ଏହା ସମାପିତ ହୋଇଥିଲା । ୦୩ଜଣ ୨ୟ ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀଙ୍କୁ ସର୍ବକନିଷ୍ଠ
ଅଂଶଗ୍ରହଣକାରୀ ଭାବେ ପୁରସ୍କୃତ କରାଯାଇଥିବା ବେଳେ ବୟସ୍ଥ ଅଂଶଗ୍ରହଣକାରୀ ଭାବେ ‘ଉଦୟବଟ’ର ସଂପାଦକ ତଥା ସମାଜସେବୀ
ଦୁଷ୍ମନ୍ତ କୁମାର ରାଉତଙ୍କୁ ସିଲ୍ଡ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଉତ୍କଳ ଦିବସର ବାର୍ତା ସାଇକେଲରେ ବହନ କରି
ଯାଇଥିବା ଉକୃଷ୍ଟ ପୋଷ୍ଟରଧାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଲବର କର୍ମକର୍ତା, ସଦସ୍ୟ/ସଦସ୍ୟା, ସହଯୋଗୀ
ବ୍ୟକ୍ତିବିଶେଷଙ୍କୁ ମିଶାଇ ୩୦୦ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଏଥିରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ କ୍ଲବର ବହୁ କର୍ମକର୍ତା ଓ
ସଦସ୍ୟ/ସଦସ୍ୟା ସର୍ବଶ୍ରୀ ପ୍ରଲ୍ଲୂବ୍ଧ କୁମାର ଜେନା, ଟିକାୟତ ପାଲ, ମାନବସେବା ଫାଉଣ୍ଡେସନର ଗଣେଷ ପ୍ରସାଦ ଜେନା, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ସାମଲ, ବରିଷ୍ଠ ଶିକ୍ଷାବିତ୍ ଶରତ କୁମାର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର ନାୟକ, ବସନ୍ତ କୁମାର ପାତ୍ର, ପବନ କୁମାର ଓସୱାଲ, ଅନାଥ ଆଶ୍ରମର ମୁଖ୍ୟ କାର୍ତିକ
ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
ଯାଜପୁରରୋଡ ଆଦର୍ଶ ଥାନା ପକ୍ଷରୁ କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପାଦନ ପାଇଁ ସହଯୋଗ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close