ଯାଜପୁର ପୌର ପରିଷଦରେ ବଡାଖ।ନ। କାର୍ଯ୍ୟକ୍ରମ  ଅନୁଷ୍ଠିତ

ଯାଜପୁର, ୧୬ /୯: ସ୍ଵଚ୍ଛତା  ଏକ ସାମୁହିକ ଦାୟିତ୍ଵ । ପ୍ରତ୍ୟେକ ଉତ୍ତରଦାୟୀ ଭାବେ ଏହାକୁ ପରିଚାଳନା କରିବାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ଯାଜପୁର ପୌର ପାଳିକାର ପ୍ରଶାସକ ଅକ୍ଷୟ କୁମାର ମଲ୍ଲିକ ଆହ୍ଵାନ ଦେଇଛନ୍ତି । ବୁଧବାର ପୂର୍ବାହ୍ନରେ  ଯାଜପୁର ପୌର ପରିଷଦ ସମ୍ମିଳନୀ ଗୃହରେ ବଡାଖ।ନ। କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମଲ୍ଲିକ ସଫେଇ କର୍ମଚାରୀ, ସ୍ବଚ୍ଛ ସାଥୀ ବା ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଓ ଭାଇଚାର।କୁ  ସୁଦୃଢ କରିବା ଲକ୍ଷ୍ୟରେ ସରକାର ବଡାଖ।ନ। କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି । ତେଣୁ ପ୍ରତ୍ୟକଙ୍କ ମଧ୍ୟରେ ସମନ୍ଵୟ, କାହାର କୌଣସି ସମସ୍ୟାକୁ ଏହି ବୈଠକରେ ଉପସ୍ଥାପନ ଓ ସମାଧାନର ପଥ ସୁଗମ ହୋଇଛି ବୋଲି ସେ କହିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଡ. ଶରତ ଚନ୍ଦ୍ର ମହାପାତ୍ର, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ପାତ୍ର, ଯାଜପୁର ବି.ଡ଼ି.ଓ ସୌରଭ ଚକ୍ରବର୍ତ୍ତୀ, ଯାଜପୁର ତହସିଲଦ।ର ଜ୍ୟୋତିକାନ୍ତ ଭୂଜବଳ, ପୌର ଚିକିତ୍ସା। ଅଧିକାରୀ ଡ।. ପ୍ରଦୀପ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ପରିବେଶକୁ ସୁସ୍ଥ ରଖିବା, ଆବର୍ଜନାକୁ ପରିଷ୍କାର କରି ସୁସ୍ଥ ଓ ସ୍ଵଚ୍ଛ ପରିବେଶ ସୃଷ୍ଟି କ୍ଷେତ୍ରରେ ସଫେଇ କର୍ମଚାରୀଙ୍କର ଭୂମିକ। ସର୍ବଦା ଅଗ୍ରଗଣ୍ୟ ବୋଲି କହିବା ସହ ଏହି ବଡ।ଖାନା  ସମନ୍ଵୟ ଓ ସଦଭାବନ ସୃଷ୍ଟିରେ ବେଶ ଫଳପ୍ରଦ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ ଏଥିରେ ଅଧ୍ୟକ୍ଷତା କରିବା ସହ ବଡ।ଖାନା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସ୍ଵଚ୍ଛ ସାଥୀ ଓ ସ୍ଵଚ୍ଛ କର୍ମଚାରୀଙ୍କୁ ସମ୍ଭର୍ଦ୍ଧିତ କରଯାଇଥିଲା ।  ପରିଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close