ରାଜ୍ୟ ସ୍ତରୀୟ ‘ବିଶ୍ୱ ବନ ଦିବସ’ ପାଳନ ଅବସରରେ ଟମକା ବନାଂଚଳ ଅଧିକାରୀ ବଳରାମ ସାହୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୧/୩(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ‘ଜୟଦେବ ଭବନ’ରେ ଆଜି ସନ୍ଧ୍ୟାରେ ଯାଜପୁର ଜିଲ୍ଲାର ଟମକା ବନାଚଂଳ ଅଧିକାରୀ ବଳରାମ ସାହୁଙ୍କୁ ଜଂଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ୍ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଂଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା, ପ୍ରଧାନ ବନ ସଂରକ୍ଷକ (ପିସିସିଏପ୍‌) ଦେବୀଦତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଶ୍ରୀ ସାହୁଙ୍କୁ ଉପଢ଼ୈାକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଜଂଗଲ ଓ ପରିବେଶ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ବନାଂଚଳ ଅଧିକାରୀ ଶ୍ରୀଯୁକ୍ତ ସାହୁ ଜଣେ ବିଭାଗ ଅନୁଗତ ତଥା ଦକ୍ଷ ଅଧିକାରୀ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି । ସେ ତା ୨୮/୨/୨୦୨୩ରେ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ବିଭାଗ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି ।

            ପୁନଶ୍ଚ, ବନାଂଚଳ ଅଧିକାରୀ ଶ୍ରୀଯୁକ୍ତ ସାହୁଙ୍କୁ ‘ଉଦୟବଟ’ ତରଫରୁ ପୂର୍ବତନ ଜନନେତା ୰ ଅଶୋକ ଦାସଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସମ୍ବର୍ଦ୍ଧନା ଦିଆଯିବାକୁ ସ୍ଥିର ହୋଇଥିଲା । ସେତେବେଳେ ସେ କାର୍ଯ୍ୟ ବ୍ୟସ୍ତତା ହେତୁ ଏହା ଗ୍ରହଣ କରିପାରି ନ ଥିବାରୁ ଗତ ରବିବାର ତା ୧୯/୦୩/୨୦୨୩ରେ ତାଙ୍କୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ରାଜ୍ୟସ୍ତରୀୟ ପ୍ରତିନିଧି ସୁମନ କୁମାର ରାୟ ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close