ଧର୍ମଶାଳାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଚାଲିଛି ହରିଲୁଟ

ଧର୍ମଶାଳା,୧୮/୦୯ (ସୁମନ କୁମାର ରାୟଙ୍କ ଠାରୁ): ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକ ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଇ ବସୁଧା ପାଣ୍ଠି ଆନୁକୂଲ୍ୟରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି । ଏ ବାବଦରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ହରିଲୁଟ ପାଇଁ ଏହିସବୁ ଯୋଜନା ପ୍ରହସନରେ ପରିଣତ ହୋଇଛି । ଧର୍ମଶାଳାରେ ଅନେକ ପ୍ରକଳ୍ପ ଏଥିପାଇଁ ଅଦରକାରୀ ହୋଇ ପଡିଥିବା ବେଳେ ଅନେକ ନିର୍ମାଣାଧୀନ ପ୍ରକଳ୍ପରେ ବ୍ୟାପକ ଦୁର୍ନିତି ପାଇଁ ପ୍ରକଳ୍ପଗୁଡିକରୁ ପାଣି ବାହାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜେନାପୁରରେ ନିର୍ମିତ ହେଉଥିବା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଏ କ୍ଷେତ୍ରରେ ଏକ ନମୁନା ହୋଇଛି । ଏହି ପ୍ରକଳ୍ପର ନିର୍ମାଣଶୈଳୀ ଏବଂ ଅର୍ଥ ମଞ୍ଜୁର ନେଇ ସାଧାରଣ ଜନତାଙ୍କୁ ଅନ୍ଧାରରେ ରଖିବା ପାଇଁ ଅଦ୍ୟାବଧି ସୂଚନା ଫଳକ ଲଗାଯାଇ ନାହିଁ । ଖୁବ କମ ଗଭୀରର ବୋର ଖୋଳା ଯାଇ ଅଧିକ ତଡା ଯାଇ ଥିବାର କାଗଜପତ୍ରରେ ଦର୍ଶାଯାଇଛି । ବ୍ୟାପକ ଭାବେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଇ ନିମ୍ନ ମାନର ନିର୍ମାଣ କରାଯାଉଛି । ଗତ ତା୦୧.୧୨.୨୦୧୯ ରିଖରେ କାର୍ଯ୍ୟ ଶେଷ ହେବାର ଅବଧି ଥିବା ବେଳେ ଅଦ୍ୟାବଧି ଏହି କାର୍ଯ୍ୟ ଶେଷ ହେବାର ନାଁ ଧରୁନାହିଁ । ଏଠାରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିବାରୁ ଠିକାଦାରଙ୍କ ସଲାସୁତରାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ହରିଲୁଟ ଚାଲିଛି । ନିକଟରେ ବୃନ୍ଦାଦେଇପୁର ପଂଚାୟତର ଗୋବିନ୍ଦପୁର ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ହରିଲୁଟ ନେଇ ତିବ୍ର ଜନ ଅସନ୍ତୋଷ ପ୍ରକାଶ ପାଇବା ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ତରଫରୁ ହୋଇଥିବା ତଦନ୍ତ ନିର୍ଦ୍ଦେଶକୁ ଚଣ୍ଡୀଖୋଲ ନିର୍ବାହୀ ଯନ୍ତ୍ରୀ ମାଡି ବସିଛନ୍ତି । ନିକଟରେ ବରାଳସାହି ଏବଂ ବ୍ରହ୍ମପୁର ଦଳେଇ ସାହିରେ ଥିବା ପାନୀୟ ଜଳ ନିର୍ମାଣ ପରେ ଦୀର୍ଘବର୍ଷ ହେଲା ଲୋକେ ମୁନ୍ଦାଏ ପାଣି ପାଉ ନାହାନ୍ତି । ସ୍ଥାନୀୟ ଅଂଚଳର କେତେକ ଦଲାଲ ଏହିସବୁ କାର୍ଯ୍ୟର ଠିକାଦାରୀରେ ଭାଗୀଦାର ହେଉଥିବାରୁ ଏଭଳି ଦୁର୍ନିତି ଚାଲିଛି । ପଟୁଣିଆରେ ବହୁ ବର୍ଷ ତଳୁ ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିବାର କୁହାଯାଉଥିଲେ ହେଁ ଲୋକେ ଠିକ୍ ଭାବେ ପାଣି ପାଉ ନାହାନ୍ତି । ଏସବୁ ମନମାନି ଓ ଅନୈତିକ କାର୍ଯ୍ୟକୁ ସୁରକ୍ଷା ଦେଉଥିବା ବିଭାଗୀୟ ଯନ୍ତ୍ରୀ ଏବଂ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟଧାରା ନେଇ ୫-ଟି ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close