
ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଅଭିନନ୍ଦନ
ଭୁବନେଶ୍ୱର, ୧୫/୦୩: ଭାବ। ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇରେ ଗବେଷଣାରତ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତି ହେଉଛନ୍ତି ଇଣ୍ଡିଆରୁ ଏକମାତ୍ର ବୈଜ୍ଞାନିକ ଯିଏ କି ଇଣ୍ଟରନେସନାଲ ୟୁନିଅନ୍ ଅଫ୍ ପିଓର୍ ଆଣ୍ଡ ଆପ୍ଲାଏଡ କେମେଷ୍ଟ୍ରୀ ଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।
ସେ ହେଉଛନ୍ତି ବିଶ୍ଵର ୧୨ ଜଣ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ମଧ୍ୟରେ ଭାରତରୁ ଏକମାତ୍ର ବୈଜ୍ଞାନିକ। ଗତ ବର୍ଷ ୟୁନାଇଟେଡ୍ କିଙ୍ଗଡମ୍ ର ରୟାଲ ସୋସାଇଟି ଅଫ୍ କେମେଷ୍ଟ୍ରୀ ମଧ୍ୟ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ଏଫ୍. ଆର୍. ସି. ଏ ଫେଲୋସିପ ପୁରସ୍କାର, ସମ୍ମାନ ଓ ଉପାଧି ଦେଇଥିଲା, ଆଇ. ୟୁ. ପି. ଏ. ସି ଏବଂ ଏଫ୍. ଆର୍. ସି. ଏ ହେଉଛି ଦୁଇଟି ବିରଳ ଆର୍ନ୍ତଜାତୀୟ ପୁରସ୍କାର, ସମ୍ମାନ ଓ ଉପାଧି ।
ବିଶ୍ବର ଦୁଇଟି ଆର୍ନ୍ତଜାତୀୟ ଗବେଷଣା ଅନୁଷ୍ଠାନ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ଆର୍ନ୍ତଜାତୀୟ ପୁରସ୍କାର ସମ୍ମାନ ଓ ଉପାଧି ଦେଇଥିବାରୁ ଜଗତସିଂହପୁର ଜିଲ୍ଲା ସମେତ ସମଗ୍ର ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ, ଉତ୍ସାହ ଦେଖାଦେଇଛି ।
ଶ୍ରୀମତୀ ଜ୍ୟୋର୍ତିମୟୀ ମହାନ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ତିତିରା ଗ୍ରାମ ନିବାସୀ ବୈଜ୍ଞାନିକ ରଶ୍ମି ରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ ଏବଂ କଟକ ଚାଉଳିଆଗଞ୍ଜର ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠ ନାଥ ପାତ୍ରଙ୍କର୍ ଝିଅ । ତାଙ୍କର ଏହି ବିରଳ ସଫଳତା ପାଇଁ ଓଡ଼ିଆ ବୈଜ୍ଞାନିକ। ଶ୍ରୀମତୀ ମହାନ୍ତିଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ରାଉତ ଅଭିନନ୍ଦନ ଜଣାଇଛନ୍ତି ।

Live Share Market