ବ୍ୟାସନଗର କଲେଜ ଅଧ୍ୟାପକ ବିବେକାନନ୍ଦ ଜେନାଙ୍କପିତା ବୃନ୍ଦାବନ ଜେନାଙ୍କ ବିୟୋଗ

ବ୍ୟାସନଗର, ୧୪.୩: ପତଞ୍ଜଳୀ ପରିବାର ଭାରତ ସ୍ବାଭିମାନ ନ୍ୟାସର ଜିଲ୍ଲା ପ୍ରଭାରୀ ତଥା ବ୍ୟାସନଗର କଲେଜର ବରିଷ୍ଠ ଅଧ୍ୟାପକ ବିବେକାନନ୍ଦ ଜେନାଙ୍କ ପିତୃ ବିୟୋଗ ଘଟିଛି । ସାପାଗଡିଆ ଗାୟତ୍ରି ବିହାର ନିବାସୀ ଶ୍ରୀ ଜେନାଙ୍କ ପିତା ସ୍ବର୍ଗତ ବୃନ୍ଦାବନ ଜେନା ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ଗତକାଲି ହଠାତ୍ ଦେହ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନେବା ବାଟରେ ତାଙ୍କର ହୃଦଘାତରେ ପ୍ରାଣବାୟୁ ଉଡି ଯାଇଥିଲା। ୮୫ ବୟସ୍କ ବୃନ୍ଦାବନଙ୍କ ନିକଟରେ ମୃତ୍ୟୁ ସମୟରେ ପୁତ୍ର ଅଧ୍ୟାପକ ବିବେକାନନ୍ଦ ଜେନାଙ୍କ ସମେତ ବିରେନ୍ କୁମାର ଜେନା  ଓ ବିଶ୍ବରଂଜନ ଜେନା, ଝିଅ ସତ୍ୟଭାମା ସାହାଣୀ, ଜ୍ବାଇଁ କୈଳାଶ ଚନ୍ଦ୍ର ସାହାଣୀ ଓ ପୁତ୍ରବଧୁମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପତଞ୍ଜଳୀ ଯୋଗ ସମିତି, ଭାରତ ସ୍ବାଭିମାନ ନ୍ୟାସ, ସତ୍ୟ ସାଈ ସେବା ସମିତି, ବ୍ୟାସନଗର କଲେଜର ଅଧ୍ୟାପକ ଅଧ୍ୟାପିକା ତଥା ବ୍ୟାସନଗର ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ ଦେଇ ଶେଷ ବିଦାୟ ଦେବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close