ନୂତନ ଶିକ୍ଷା ନୀତି ଉପରେ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ସ୍ପିକର ସନ୍ଦୀପ କୁମାର ଦେ ଙ୍କ ଦ୍ଵାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର / ବ୍ୟାସନଗର ; ୧୧/୦୫( ନି ପ୍ର ) : ନୂତନ ଶିକ୍ଷା ବ୍ୟବସ୍ଥାକୁ ନେଇ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନ୍ୟୁ ସରସ୍ୱତୀ ହାଉସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ପ୍ରଡକ୍ଟ ମ୍ୟାନେଜର ସନ୍ଦୀପ କୁମାର ଦେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ଯୋଗଦେଇ ନୂତନ ଶିକ୍ଷା ନୀତିର ବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ସନ୍ଦୀପ କୁମାର ଦେ ଯୋଗଦେଇଥିବା ବେଳେ ସିନିୟର ଟେରିଟୋରୀ ମ୍ୟାନେଜର ସାବ୍ୟସାଚୀ ପଟ୍ଟନାୟକ ଓ ସିନିୟର ସେଲ୍ସ ଏଗଜିକ୍ୟୁଟିଭ ତପନ କୁମାର ଦାସ ଯୋଗଦେଇ ପରିଚାଳନା କରିଥିଲେ। ବିଦ୍ୟାଳୟର ଏକାଡେମୀକ ମୁଖ୍ୟ ବଲବୀର ସିଂ ଓ ସୋନିଆ ବେଦୀ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଯୋଗ ଦେଇ ଏଯୁକେଶନାଲ ସ୍ପିକର ସନ୍ଦୀପ କୁମାର ଦେ ଙ୍କ ଠାରୁ ଅନେକ ଶିକ୍ଷଣ ଶୈଳୀ ଅଧ୍ୟୟନ କରିଥିଲେ। ନୂତନ ଶିକ୍ଷା ନୀତି ଅନୁଯାୟୀ କୁନିକୁନି ପିଲାମାନେ କିପରି ଶିକ୍ଷା କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ ସେ ନେଇ ଅନେକ କୌଶଳ ଉପରେ ଆଲୋଚନା କରାଯାଇଥିଲା।ଶିକ୍ଷା ସହ ଅନ୍ୟାନ୍ୟ ଆକ୍ଟିଭିଟି କିପରି କରାଯାଇପାରିବ ସେ ଦିଗରେ ପିଲାଙ୍କ ଆଗ୍ରହ କୁ ଦେଖି ବିଚାର କରିବା ଉପରେ ଦୃଷ୍ଟି ଦିଆଯିବା ଦରକାର ବୋଲି କୁହାଯାଇଥିଲା। ନୂତନ ଶିକ୍ଷା କୌଶଳ କୁ କାର୍ଯ୍ୟକାରୀ କରି ପିଲାଙ୍କ ଭବିଷ୍ୟ ଗଢ଼ିବା ଦିଗରେ ସତତ ପ୍ରୟାସ କରିବା ଦରକାର ବୋଲି ଶ୍ରୀ ଦେ ନିଜ ବକ୍ତବ୍ୟରେ କହିଥିଲେ। ତାଙ୍କର ମୂଲ୍ୟବାନ ବକ୍ତବ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଅଧ୍ୟକ୍ଷତାରେ ନିଶ୍ଚିତ ରୂପରେ ସହାୟକ ହେବ ବୋଲି ଆଶା କରାଯାଉଛି। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଗକୁ ଆହୁରି ଜାରି ରହିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗଣ କିଭଳି ଉଚ୍ଚକୁଟୀର ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ ଗଠନ କରିପାରିବେ ଏହି ଆଶା ରଖି ସମସ୍ତଙ୍କୁ ସ୍ୱାଗତ ସହ ଧନ୍ୟବାଦ ଜଣାଇଛନ୍ତି।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close