ଯାଜପୁର ଜିଲ୍ଳ୍‌ା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ସମାରୋହ-୨୦୨୩ ଅନୁଷ୍ଠିତ

ଯାଜପୁର, ୪ା୩ (ଉ. ନ୍ୟୁଜ୍ ବ୍ୟୁରୋ): ବିଂଶ ଶତାବ୍ଦୀରେ ମଣିଷ ସମାଜ ପଦାର୍ପଣ କରିସାରିଥିବା ବେଳେ ମହିଳାମାନେ ଆଜି ଆଉ ଅବଳା, ଦୁର୍ବଳା ହୋଇ ନ ରହି ବିଜ୍ଞାନ, ସାହିତ୍ୟ, ରାଜନୀତି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଚ୍ଥନ୍ତି ବୋଲି ଆଜି ଶନିବାର ପୂର୍ବାହ୍ନରେ ଜିଲ୍ଳ୍‌ା ସଦର ମହକୁମା ସ୍ଥିତ ଜିଲ୍ଳ୍‌ା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଜିଲ୍ଳ୍‌ା ମିଶନ ଶକ୍ତି ଭବନ ଠାରେ ଆନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ସମାେରୋହ-୨୦୨୩ରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ାପାଳ ଦୁଖବନ୍ଧୁ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି କହିଲେ ଯେ, ସରକାର ମା’, ଶିଶୁ ଓ କିଶୋରୀମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଚ୍ଥନ୍ତି । ମହିଳାମାନେ ଶିକ୍ଷିତ ଓ ସଚେତନ ହୋଇ ସରକାରଙ୍କର ସବୁ ଯୋଜନାର ସପଂଳ ପାଂଇଦା ନେବାକୁ ନିଜର ପାରଦର୍ଶିତା ଦେଖାଇ ପାରିଲେ ପରିବାର ଓ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରସର ହେବାସହ ପାରିବାରିକ ହିଂସା, ମାନବ ଚାଲାଣ, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଭଳି ଉନ୍ନତି ପଥରେ ପ୍ରତିରୋଧ କରୁଥିବା ସମସ୍ୟା ଗୁଡିକ ଦୂର ହୋଇପାରିବ ।
ଜିଲ୍ଳ୍‌ା ସମାଜ କଲ୍ୟାଣ ଅଧିକାରୀ ମଂଜୁଲତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଳ୍‌ା ସ୍ତରୀୟ ମିଶନ ଶକ୍ତି ସଂଗଠନ ସଭାପତି ସୁଜାତା ସାହୁ, ସାଧାରଣ ସଂପାଦିକା ମିନତି ସେନାପତି, ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଜିଲ୍ଳ୍‌ା ପରିଷଦ, ଯାଜପୁର ରଶ୍ମିରେଖା ପ୍ରଧାନ, ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ପ୍ରମୁଖ ମଂଚାସୀନ ରହି ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଊଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନାରେ ଜିଲ୍ଳ୍‌ା ପ୍ରକଳ୍ପ ସଂଯୋଜିକା ସେପାଂଳୀ ସ୍ୱାଗତିକା, କାର୍ଯ୍ୟକ୍ରମ ଅଧିକାରୀ ସଂଯୁକ୍ତା ଘଡାଇ ସହଯୋଗ କରିଥିବା ବେଳେ ଅତିରିକ୍ତ ଜିଲ୍ଳ୍‌ା ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଉପକ୍ଷେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ନାୟକ ୩ ଜଣ ମହିଳା ସୁପରଭାଇଜର, ୩ ଜଣ ଅଙ୍ଗନୱାଡି କର୍ମୀ ଏବଂ ୨ ଜଣ କିଶୋରୀ ବାଳିକାଙ୍କୁ ଯଥାକ୍ରମେ-୩୫୦୦/-, ୩୫୦୦/- ଏବଂ ୨୦୦୦/- ଲେଖାଏଁ ଅର୍ଥରାଶି ଓ ସାର୍ଟିପିଂକେଟ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close