
ସରକାରୀ କର୍ମଚାରୀମାନଙ୍କ ପାଇଁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର ୧୫ ଦଫା ଦାବି
ଭୁବନେଶ୍ୱର: ୩/୦୩(ଉ.ନ୍ୟୁଜ୍ ବ୍ୟୁରୋ): ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ ରାଜ୍ୟରେ ସରକାର ଗଢିଲେ ଆସନ୍ତା ୨୦୨୪ ଜୁନରୁ ନିମ୍ନଲିଖିତ ଦାବୀସମୂହ କାର୍ଯ୍ୟକାରୀ ହେବ ବୋଲି ପାର୍ଟିର ଓଡିଶା ରାଜ୍ୟ କମିଟିର କାର୍ଯ୍ୟକାରୀ କମିଟି ବୈଠକରେ ସଭାପତି ରମେଶ ଚନ୍ଦ୍ର ରାଉତ ଘୋଷଣା କରିଛନ୍ତି । ଶ୍ରୀଯୁକ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ କର୍ମଚାରୀମାନଙ୍କ ପାଇଁ ୧୫ ଦଫା କାର୍ଯ୍ୟକ୍ରମ ଦାବି କରାଯାଇଛି । ନିର୍ବାଚନରେ ଦଳ ଓଡ଼ିଶାରେ ସରକାର ଗଢିଲେ ଏ ସମସ୍ତ ୧୫ ଦଫା କାର୍ଯ୍ୟକ୍ରମ ଆସନ୍ତା ୨୦୨୪ ଜୁନ୍ ମାସ ରୁ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
୧. ସରକାରୀ କର୍ମଚାରୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ, ମର୍ଯ୍ୟାଦା ଓ ଜୀବିକାର ଶତପ୍ରତିଶତ ସୁରକ୍ଷା ଓ ନିରାପତ୍ତା ପାଇଁ ନୀତି, ନିୟମ ଏବଂ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ ।
୨. ଅତ୍ୟଧିକ ସରକାରୀ କାର୍ଯ୍ୟ ର ଚାପମୁକ୍ତ ରଖାଯାଉ । ସଂପତ୍ତି ବିବରଣୀ ଦେବା ଆଇନ୍ଓ ନିର୍ଦ୍ଦେଶାବଳୀ ସରକାର ପ୍ରତ୍ୟାହାର କରନ୍ତୁ ।
୩. ନୂତନ ପେନସନ୍ ଏବଂ ପୁରୁଣା ପେନସନ୍ ବ୍ୟବସ୍ଥାରୁ ଯେ କୌଣସି ଗୋଟିଏ ବାଛିବାକୁ ଅଧିକାର ଦିଆଯାଉ ।
୪. ଋଣଗ୍ରସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସରଳ ସୁଧରେ ଏବଂ ଦୀର୍ଘ ମିଆଦି ସୂତ୍ରରେ ଋଣ ପ୍ରଦାନ କରାଯାଉ ।
୫. ସମାନ କାମକୁ ସମାନ ଦରମା ଓ ସମାନ ଚାକିରୀ ପ୍ରାପ୍ୟ ପାଇବା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ ଏବଂ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଚାକିରୀରେ ଯୋଗଦେବା ଦିନଠାରୁ ହିସାବ କରି ସେମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରାଯାଉ ।
୬. ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ମାଗଣା ବସ୍ ଓ ଟ୍ରେନ୍ ପାସ୍ ଦିଆଯାଉ ।
୭. ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଚାକିରୀ କାର୍ଯ୍ୟକାଳ ସମୟରେ ଅତିକମ୍ ରେ ୪ ଟି ପଦୋନ୍ନତି ଦିଆଯାଉ ।
୮ . ସମସ୍ତ ବର୍ତ୍ତମାନର ଏବଂ ପୂର୍ବତନ ରାଜନେତାଙ୍କ ଆୟ ବର୍ହିଭୁତ ସଂପତ୍ତି ଜବତ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଭିଜଲାନ୍ସ ରେଡ୍ ସ୍ଥଗିତ ରହୁ ।
୯. ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀଙ୍କୁ ତିନିଥର ଲିଖିତ ସତର୍କ (WARNING) ନିର୍ଦ୍ଦେଶ ଦେଲା ପରେ ଭିଜଲାନ୍ସ ରେଡ୍ କରାଯାଉ ।
୧୦. ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଭିଜିଲାନ୍ସ ମାମଲା ପ୍ରତ୍ୟାହାର କରାଯାଉ ।
୧୧. କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କର ମୃତ୍ୟ ହେଲେ ତାଙ୍କର ପୁଅ କିମ୍ବା ଝିଅଙ୍କୁ ଏକ ମାସ ମଧ୍ୟରେ ଥଇଥାନ ନିଯୁକ୍ତି ଦେବା ପାଇଁ ସ୍ବତନ୍ତ୍ର ଆଇନ୍ ପ୍ରଣୟନ ହେଉ । ଆସନ୍ତା ଜୁନରୁ ନିମ୍ନଲିଖିତ ‘ଇଣ୍ଡିଆନ ସିଟିଜେନସ୍ ପାର୍ଟି’ ଘୋଷଣା କରିଛନ୍ତି ।
୧୨. ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ମାସିକ ସର୍ବନିମ୍ନ ୧୦୦୦.୦୦(ଏକ ହଜାର ଟଙ୍କା) ଚିକିତ୍ସା ଓ ଔଷଧ ଖର୍ଚ୍ଚ ପ୍ରଦାନ କରାଯାଉ। ଅଧିକ ଖର୍ଚ୍ଚର ଆବଶ୍ୟକତା ଥିଲେ, ଆବଶ୍ୟକୀୟ ପରିମାଣ ଦେବା ପାଇଁ ଅବସର ନେଇଥିବା କାର୍ଯ୍ୟାଳୟ ଅଧିକାରୀଙ୍କୁ କ୍ଷମତା ଦିଆଯାଉ ।
୧୩. ସରକାରୀ କର୍ମଚାରୀ ମାନଙ୍କ ପିଲାମାନଙ୍କର ପାଠ ପଢିବା ପାଇଁ ବାଧ୍ୟତାମୂଳକ ଶିକ୍ଷା ବୀମା ସ୍କିମ୍ କାର୍ଯକାରୀ କରାଯାଉ ।
୧୪.ମହିଳା କର୍ମଚାରୀ ମାନଙ୍କ ପାଇଁ ଧନ ଜୀବନ ଓ ମର୍ଯ୍ୟାଦାର ଶତପ୍ରତିଶତ ସୁରକ୍ଷା, ନିରାପତ୍ତା ପାଇଁ ସ୍ବତନ୍ତ୍ର ସ୍କିମ ପ୍ରଚଳନ କରାଯାଉ ।
୧୫. ସରକାରୀ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ମୃତ୍ୟୁରେ ମର୍ଯ୍ୟାଦାଜନକ ଶବ ସତ୍କାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମ୍ମାନ ପ୍ରଦାନ କରାଯାଉ ।
ReplyForward
|
Live Share Market