କଟକ ଠାରେ ୮୭ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ ; ୦୧/୦୪ (ବିଭୁତି ଭୂଷଣ ଜେନାଙ୍କ ଠାରୁ) : ଓଡିଶା ପୋଲିସର ରାଜ୍ୟସ୍ତରୀୟ ୮୭ ତମ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଷଷ୍ଠ ବାଟାଲିୟନ କଟକ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସଫଳ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡି.ଜି ପି ପ୍ରଥମେ ସହିଦ ପୋଲିସ କର୍ମଚାରୀ ଏବଂ କୋଭିଡ ବିରୁଦ୍ଧରେ ଲଢେ଼ଇ କରି ପ୍ରାଣବଳି ଦେଇଥିବା କର୍ମଚାରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭବିଷ୍ୟତରେ ଏକ ” Modern, Smart ଓ Friendly Police” ଗଠନ କରିବା ଆମର ଲକ୍ଷ୍ୟ ବୋଲି ଡ଼ିଜିପି ନିଜ ଅଭିଭାଷଣରେ କହିଛନ୍ତି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନଙ୍କ ଦକ୍ଷ ଏବଂ ବଲିଷ୍ଠ ନେତୃତ୍ୱ ଯୋଗୁଁ ପୋଲିସ ବିଭାଗ କ୍ରିୟାଶୀଳ ହୋଇ କାର୍ଯ୍ୟ କରୁଛି। ଏହି ଅବସରରେ ୧୦୦ ଜଣ ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ DGP Disc ଏବଂ କାର୍ଯ୍ୟ କ୍ଷେତ୍ରରେ ଅସାଧାରଣ ସାହସିକତା ପ୍ରଦର୍ଶନ କରି ସହିଦ୍ ହୋଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଏବଂ ମହାମାରୀ କୋଭିଡରେ ମୃତ୍ୟୁ ବରଣ କରିଥିବା ପରିବାରବର୍ଗଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ହୋଇଥିଲା।

 

 

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close