ଯାଜପୁର ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

ଯାଜପୁର, ୧୮ା୦୮(ଉ.ନ୍ୟୁଜ୍ ବ୍ୟୁରୋ): ଗତ କାଲି ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଓ ଶପଥ ପାଠ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶପଥ ପ୍ଧଙ୍ଖ ଉତ୍ସବରେ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ସଦ୍‌ଭାବନା ପାଇଁ ଶପଥ ପାଠ ସହ ନିଜ ନିଜ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ଭାଇଚାରା ବଜାୟ ରଖିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ, ସହକାରୀ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଲେଙ୍କା, ଜିଲ୍ଳା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସୁବ୍ରତ କୁମାର କାନୁନ୍‌ଗୋଙ୍କ ପରିଚାଳନାରେ ସଂପାଦିତ ହୋଇଥିବା ବେଳେ ଏଥିରେ ସାନ୍ତନୁ କୁମାର ସାହୁ, ସୁରେନ୍ଦ୍ର ନାଥ ସାହୁ, ସତ୍ୟଜିତ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସକୁ ଦେଶବ୍ୟାପି ରାଷ୍ଟ୍ରୀୟ ସଦ୍‌ଭାବନା ଦିବସ ଭାବେ ପାଳନ କରାଯାଉଅଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close