କଳିଙ୍ଗନଗର ‘ଟାଟା ଷ୍ଟିଲ’ କର୍ମଚାରୀ ସଙ୍ଘ ନିର୍ବାଚନ, ଯାଜପୁରରୋଡ ଫେରୋକ୍ରୋମ କାରଖାନାରେ ନିର୍ବାଚନୀ ସଭା ଓ ଭୋଜିଭାତ; ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆଚରଣ ବିଧିର ଉଲ୍ଲଘନ

ବ୍ୟାସନଗର, ୨୬/୨(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ କାରଖାନାର ‘ଏମ୍ପ୍ଲଇଜ୍ କ୍ଲବ’ରେ ଆଜି ଚାଲିଛି ଭୋଜିଭାତ ଓ ଆସନ୍ତା ମାର୍ଚ୍ଚ ୦୨ ତାରିଖରେ ହେବାକୁ ଥିବା କଳିଙ୍ଗନଗର ‘ଟାଟା ଷ୍ଟିଲ’ କର୍ମଚାରୀ ସଂଘ ନିର୍ବାଚନ ପାଇଁ ନିର୍ବାଚନୀ ଗୁପ୍ତ ବୈଠକ ଓ ସଭା । ପାଖାପାଖି ୭୦୦ ଲୋକଙ୍କ ପାଇଁ ହେଉଛି ଭୋଜିଭାତ । ମାଂସ କଟା ସାଂଗକୁ ବିରିୟାନୀର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଆୟୋଜନକାରୀ । ହେଲେ ଏହି ଆୟୋଜନ ପାଇଁ ଅନୁମତି ମିଳିଲା କେମିତି….? ଓ ଦେଲା କିଏ….ଏ ପ୍ରଶ୍ନ ଉଙ୍କି ମାରିଛି ବହୁ ବ୍ୟକ୍ତିଙ୍କ ମନରେ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ଏକ ମୁକ୍ତ ଓ ନିରପେକ୍ଷ ବ୍ୟବସ୍ଥା । ହେଲେ ଏକ ସରକାରୀ କାରଖାନା ମଧ୍ୟରେ ନିକଟସ୍ଥ କଳିଙ୍ଗନଗରର ଘରୋଇ କାରଖାନା ‘ଟାଟା ଷ୍ଟିଲ’ର ଏକ ନିର୍ଦ୍ଧିଷ୍ଟ ଏକ ଗୋଷ୍ଠୀକୁ ନିର୍ବାଚନ ମେଳି ସହ ଭୋଜିଭାତ କରି ଗୁପ୍ତ ବୈଠକ କରିବାକୁ ଅନୁମତି ଦେବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଅନେକ ବୁଦ୍ଧିଜୀବୀ । ଫେରୋକ୍ରୋମ କାରଖାନା ସହ ଟାଟା ଷ୍ଟିଲର କିଛି ସଂର୍ପକ ମଧ୍ୟ ନାହିଁ । ଏ ନେଇ ନିର୍ବାଚନ କମିଶନ ଓ ପ୍ରଶାସନ ଫେରୋକ୍ରୋମ କାରଖାନାର ଏମ.ଡିଙ୍କୁ ପକ୍ଷଭୁକ୍ତ କରି ତଦନ୍ତ କରିବାକୁ ମତ ପ୍ରକାଶ ପାଇଛି । ଏମ.ଡି ମହାଶୟଙ୍କ ଘର ପାଖ କ୍ଲବରେ ଏସବୁ କାର୍ଯ୍ୟ ତାଙ୍କ ଅନୁମତିରେ ଖୁଲମଖୋଲା ଚାଳିଛି । ଫେରୋକ୍ରୋମ କାରଖାନାକୁ ସବୁବେଳେ ନିଜ ହସ୍ତମୁଦିମାହାଲ ଭଳି ବ୍ୟବହାର କରିଆସୁଥିବା ନେତାଙ୍କ ପାଇଁ ଫେରୋକ୍ରୋମ କାରଖାନା ସତ୍ୟାନାଶ ହୋଇଥିଲେ ହେଁ ତାଙ୍କର ଦୟା ଆସୁନାହିଁ ଏହି ସଂସ୍ଥା ପ୍ରତି ବୋଧହୁଏ । ଆଉ କେତେ ସରି ହେଲେ ସେ ଏହି ସଂସ୍ଥାରୁ ନିଜର ମୋହ ତୁଟାଇବେ ! ସମସ୍ତଙ୍କ ପ୍ରତି ନାହିଁ ନାହିଁ ହେଉଥିବା ଫେରୋକ୍ରୋମ କାରଖାନା କର୍ତୃପକ୍ଷ କିନ୍ତୁ ନେତାଙ୍କ କଥାରେ ସବୁ କରୁଥିବାର ଦେଖାଯାଉଛି । ଅବଶ୍ୟ ବହୁତ ଘଟଣାକୁ ଓଏମସିର ଏମ.ଡିଙ୍କ ଦୃଷ୍ଟିକୁ ଅଣାଯାଉନି । ସବୁ ଲୋକାଲ ଆରେଜ୍‌ମେଂଟରେ ଏମ.ଡି କରୁଥିବାର କୁହାଯାଉଛି । ବହୁ ବର୍ଷ ପରେ ଟାଟା ଷ୍ଟିଲ କାରଖାନାରେ ୧ମ ଥର ପାଇଁ ପାଖାପାଖି ୦୪ ହଜାର ଆଇ.ଟି.ଆଇ ଏବଂ ଡିପ୍ଲୋମା କର୍ମଚାରୀଙ୍କ ୦୨ଟି ସଂଘ ମଧ୍ୟରେ ନିର୍ବାଚନ ହେଉଛି । ଗୋଟିଏ ସଂଘ ମଶାଲ ଚିହ୍ନ ଲଗାଇ ଫେରୋକ୍ରୋମରେ ନିର୍ବାଚନୀ ସଭା କରୁଥିବା ବେଳେ ଆଉ ଗୋଟିଏ ସଂଘ ବାହାରେ ‘ସେଲିବ୍ରେସନ ମଣ୍ଡପ’ ଠାରେ ସଭା କରୁଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close